Hindi News >>Home >>Odisha Politics

Presidential Election: ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ବୟାନ ରଖି ବିବାଦରେ କଂଗ୍ରେସ ନେତା

Congress Spokesperson Ajay kumar: ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ କରାଯିବା ଠିକ ନୁହେଁ। ଏହା କେବଳ ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ନୁହେଁ। ଯଶୱନ୍ତ ସିହ୍ନା ମଧ୍ୟ ଜଣେ ଭଲ ପ୍ରାର୍ଥୀ।

Advertisement
Presidential Election: ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ବୟାନ ରଖି ବିବାଦରେ କଂଗ୍ରେସ ନେତା
Stop
Subhramjit Ray|Updated: Jul 14, 2022, 04:56 PM IST

Congress Spokesperson Ajay kumar: ଚଳିତ ମାସ ୧୮ ତାରିଖରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ। ହେଲେ ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ଚାଲିଛି ବୟାନବାଜି। ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ହୁଅନ୍ତୁ କିମ୍ବା ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଉଭୟଙ୍କୁ ନେଇ କ୍ରମାଗତ ଭାବରେ କିଛି ନା କିଛି କୁହାଯାଉଛି। ବେଳେବେଳେ ସେମାନଙ୍କର ବିବୃତ୍ତି ଉପରେ ଆଲୋଚନା କରାଯାଏ ଏବଂ ବେଳେବେଳେ ଅନ୍ୟ କିଛି ଉଲ୍ଲେଖ କରାଯାଏ। ସଦ୍ୟ ଏହି କଂଗ୍ରେସ ମୁଖପାତ୍ର ଅଜୟ କୁମାର କହିଛନ୍ତି ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ଏକ ଖରାପ ଦର୍ଶନକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସେ। 

କଂଗ୍ରେସ ମୁଖପାତ୍ର ଅଜୟ କୁମାର କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ କରାଯିବା ଠିକ ନୁହେଁ। ଏହା କେବଳ ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ନୁହେଁ। ଯଶୱନ୍ତ ସିହ୍ନା ମଧ୍ୟ ଜଣେ ଭଲ ପ୍ରାର୍ଥୀ। ବର୍ତ୍ତମାନ ଦେଶର ରାଷ୍ଟ୍ରପତି ହେଉଛନ୍ତି ରାମନାଥ କୋବିନ୍ଦ। ହେଲେ ଦେଶରେ ହାଥରସ ଭଳି ଘଟଣା ଘଟିଗଲା। ବର୍ତ୍ତମାନର ରାଷ୍ଟ୍ରପତି ଏହି ଘଟଣା ବାବଦରେ କିଛି କହିଛନ୍ତି? ଅନୁସୂଚିତ ଜାତିର ଅବସ୍ଥା ବିଗିଡି ଯାଇଛି। ଏପରି କାମ କରି ମୋଦି ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦ୍ରୌପଦୀ ମୁର୍ମୁ ମଧ୍ୟ ଠିକ ହେଲେ ସେ ଦେଶର ଖରାପ ଦର୍ଶନକୁ ପ୍ରତିନିଧିତ୍ୱ କରୁଛନ୍ତି।

ଗତ ୨୦୦୩ ବର୍ଷରୁ ୨୦୧୮ ପର୍ଯ୍ୟନ୍ତ ଗୁଜୁରାଟରେ ଆଦିବାସୀ ସମାଜ ଉପରେ ହେଉଥିବା ଆକ୍ରମଣ ୭୦% ବୃଦ୍ଧି ପାଇଛି। ଏହି ଘଟଣାରେ ଜଡ଼ିତ କେବଳ ୫ % ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପି ସର୍ବଦା ଆଦିବାସୀ ବିରୋଧି ନୀତି ଆପଣାଇ ଆସୁଛି। ଯେଉଁଠାରେ କଂଗ୍ରେସ ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ଏକ ଆଇନ ପ୍ରଣୟନ କରି ଆଦିବାସୀ ସମାଜକୁ ମଜବୁତ କରିଥିଲା।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବାବଦରେ କଂଗ୍ରେସ ମୁଖପାତ୍ର ଅଜୟ କୁମାର ରଖିଥିବା ବୟାନକୁ ନେଇ ତାତି ଉଠିଛି ବିଜେପି। ଏହି ଘଟଣାରେ କଂଗ୍ରେସ ଦେଶକୁ  କ୍ଷମା ମାଗୁ ବୋଲି ବିଜେପି କହିଛି। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ କଂଗ୍ରେସ ଦଳ ଏହି ବିବୃତ୍ତି ପାଇଁ କ୍ଷମା ମାଗିବା ଆବଶ୍ୟକ।

ନିଜର ଏହି ବୟାନକୁ ନେଇ ବିବାଦ ବଢିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି କଂଗ୍ରେସ ମୁଖପାତ୍ର ଅଜୟ କୁମାର। ଏନେଇ ସେ କହିଛନ୍ତି ଯେ ତାଙ୍କ ଭିଡିଓ ଏଡିଟ୍ କରାଯାଇ ଏହାକୁ ଛୋଟ କରି ଦିଆଯାଇଛି। ଯେଉଁମାନେ ଏହା କରଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜେପି ଆଇଟି ସେଲ୍ ଦାୟିତ୍ୱରେ ରହିଥିବା ଅମିତ ମାଲବୀୟ ନକଲି ଭିଡିଓ ପଠାଉଛନ୍ତି। ସେ ଦାବି କରିଛନ୍ତି ଯେ ଏକ ମିନିଟ ଅବଧି ବିଶିଷ୍ଟ ଭିଡିଓ କୁ ୧୭ ସେକେଣ୍ଡ କରି ଦିଆଯାଇଛି ଏବଂ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି। 

Also Read: Presidential Election 2022: ସମର୍ଥନକୁ ନେଇ ବିଜେପି ବିରୋଧରେ ଅଭିଯୋଗ ଆଣିଲେ ଯଶୱନ୍ତ ସିହ୍ନା

 

 

 

 

Read More
{}{}