Hindi News >>Home >>Odisha Politics

Congress Candidate List: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, ସମ୍ୱଲପୁରରୁ ଲଢ଼ିବେ ଏହି ନେତା

Congress Candidate List: ଦଳ ସମ୍ବଲପୁର ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର ଆସନରୁ ବିନୋଦ ବିହାରୀ ନାୟକ, ଆସ୍କା ଆସନରୁ ଦେବୋକାନ୍ତ ଶର୍ମା ଓ ପଶ୍ଚିମବଙ୍ଗ କାନ୍ଥି ଆସନରୁ ଉର୍ବଶୀ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍ ଦେଇଛି।   

Advertisement
Congress Candidate List 2024
Stop
Zee Odisha Desk|Updated: Apr 20, 2024, 08:20 PM IST

Congress Candidate List: କଂଗ୍ରେସ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଓଡି଼ଶାରେ ତିନୋଟି ଆସନ ଓ ପଶ୍ଚିମବଙ୍ଗରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଟ୍ୱିଟରରେ ପୋଷ୍ଟ କରି କହିଛି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଲୋକସଭା ନିର୍ବାଚନ ପାଇଁ ଓଡିଶା ଓ ପଶ୍ଚିମବଙ୍ଗର କଂଗ୍ରେସ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି।

ଦଳ ସମ୍ବଲପୁର ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର ଆସନରୁ ବିନୋଦ ବିହାରୀ ନାୟକ, ଆସ୍କା ଆସନରୁ ଦେବୋକାନ୍ତ ଶର୍ମା ଓ ପଶ୍ଚିମବଙ୍ଗ କାନ୍ଥି ଆସନରୁ ଉର୍ବଶୀ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍ ଦେଇଛି। ଓଡି଼ଶାର କେନ୍ଦୁଝର ଆସନରୁ ଦଳ ମୋହନ ହେମ୍ବ୍ରମଙ୍କ ନାମ ବଦଳାଇ ବିନୋଦ ବିହାରୀ ନାୟକଙ୍କୁ ଟିକେଟ୍ ଦେଇଛି।

{}{}