Hindi News >>Home >>Odisha Politics

ସିସୋଦିଆଙ୍କ ଉପରେ CBI ଚଢାଉକୁ ନେଇ କଂଗ୍ରେସ ଦେଲା ବଡ ବୟାନ

CBI Raid: ସିସୋଦିଆ କିମ୍ବା କେଜ୍ରିୱାଲ ଅବା ଆମ୍ ଆଦମୀ ପାର୍ଟିର (AAP) ନାମ ନନେଇ କଂଗ୍ରେସ ମୁଖପାତ୍ର ପବନ ଖେଡା ଟ୍ୱିଟ୍ କରି କହିଛନ୍ତି,ସକରାକୀ ଏଜେନ୍ସିର ନିରନ୍ତର ଅପବ୍ୟବହାର ତାର ବିଶ୍ବସନୀୟତାକୁ କମାଇଥାଏ।

Advertisement
ପ୍ରତୀକାତ୍ମକ
Stop
Zee Odisha Desk|Updated: Aug 19, 2022, 04:40 PM IST

CBI Raid: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ହୋଇଥିବା ସିବିଆଇ ଚଢାଉ (CBI Raid)ରେ ରାଜନୈତିକ ତାତି ବଢିଚାଲିଛି। ଗୋଟିଏ ପଟେ ଏହି ଆକ୍ରମଣକୁ ନେଇ AAP କ୍ରୋଧିତ ହୋଇ କ୍ରମାଗତ ବିଜେପି ଉପରେ ବାକ୍ୟ ଆକ୍ରମଣ କରିଚାଲିଥିବା ବେଳେ, ଏବେ ଆସିଛି ମୁଖ୍ୟ ବିରୋଧି କଂଗ୍ରେସର ବୟାନ। ସିସୋଦିଆ କିମ୍ବା କେଜ୍ରିୱାଲ ଅବା ଆମ୍ ଆଦମୀ ପାର୍ଟିର (AAP) ନାମ ନନେଇ କଂଗ୍ରେସ ମୁଖପାତ୍ର ପବନ ଖେଡା ଟ୍ୱିଟ୍ କରି କହିଛନ୍ତି,ସକରାକୀ ଏଜେନ୍ସିର ନିରନ୍ତର ଅପବ୍ୟବହାର ତାର ବିଶ୍ବସନୀୟତାକୁ କମାଇଥାଏ। ଏହାର ଫଳସ୍ବରୂପ ଏଜେନ୍ସି ଯେତେବେଳେ ଠିକ୍ କାର୍ଯ୍ୟ ମଧ୍ୟ କରୁଛି ସେତେବେଳେ ତାହା ସନ୍ଦେହ ଘେରରେ ପଡିଯାଉଛି। ଏହି ପ୍ରକ୍ରିୟାରେ ଦୁର୍ନୀତିଗ୍ରସ୍ତ ଲୋକମାନେ 'ଅପବ୍ୟବହାର' ତର୍କ ପଛରେ ଲୁଚି ରହିଯାଉଛନ୍ତି ଏବଂ ସଚ୍ଚୋଟ ଲୋକମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡୁଛି ବୋଲି ଖେଡା କହିଛନ୍ତି। ଏଠାରେ ପବନଙ୍କ ଇସାରା ମଧ୍ୟ ନ୍ୟାସନାଲ ହେରାଲ୍ଡ ମାମଲା ଇସାରା ଇସାରା କରୁଛି। 

ବାସ୍ତବରେ ଦିଲ୍ଲୀ ଅବକାରୀ ନୀତି (Excise Policy) ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ ହେବା ପରେ ସିବିଆଇ ଆଜି ଉପ ମୁଖ୍ୟମନ୍ତ୍ରୀ ମନୀଷଙ୍କ ବାସଭବନ ସହିତ ଦିଲ୍ଲୀର ୨୧ଟି ସ୍ଥାନ ଉପରେ ଚଢାଉ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଗତ ବର୍ଷ ନଭେମ୍ବରରେ ଆଣାଯାଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସିର ଫର୍ମୁଲା ଏବଂ ପ୍ରକ୍ରିୟାକରଣରେ ହୋଇଥିବା ଅନିୟମିତତା ସଂପର୍କରେ ସିବିଆଇ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଛି।

ଅନ୍ୟପକ୍ଷରେ, ଏହି ସିବିଆଇ ଚଢାଉରେ AAP କ୍ରୋଧିତ ହୋଇ ଦିଲ୍ଲୀର ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ ନୀତିକୁ ବିଜେପି ସହିପାରୁନଥିବା ଆକ୍ଷେପ ଲଗାଇଛି। ଏହି ଚଢାଉ ସମୟରେ କେଜ୍ରିୱାଲ ଅନେକ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ଦିନ ଆମେରିକାର ସର୍ବବୃହତ ଖବରକାଗଜ NYTର ପ୍ରଥମ ପୃଷ୍ଠା ଦିଲ୍ଲୀର ଶିକ୍ଷା ମଡେଲ ଏବଂ ମନୀଷ ସିସୋଦିଆଙ୍କ ଚିତ୍ରକୁ ପ୍ରଶଂସା କରାଯାଇଥିଲା, ସେହିଦିନ ମନୀଷଙ୍କ ଘରକୁ କେନ୍ଦ୍ର ସିବିଆଇ ପଠାଇଥିଲା। ସେ କହିଛନ୍ତି ଯେ, ତାଙ୍କ ସହକର୍ମୀଙ୍କ ଘରେ ସିବିଆଇ ଆକ୍ରମଣ ହେଉଛି, ଏହା ହେଉଛି ତାଙ୍କର ଭଲ କାର୍ଯ୍ୟର ଫଳାଫଳ ଯାହାକୁ ବିଶ୍ୱବ୍ୟାପୀ ପ୍ରଶଂସିତ କରୁଛନ୍ତି। ସେ କହିଥିଲେ, ଏଥର ତାଙ୍କର କିଛି କ୍ଷତି ହେବନାହିଁ। କାରଣ ଅତିତରେ କେନ୍ଦ୍ର ଅନେକ ଥର ଏହି ସିବିଆଇ ଚଢାଉ କରିଛି ହେଲେ, ସେତେବେଳେ ମଧ୍ୟ ତାଙ୍କର କିଛି କରାଯାଇନଥିଲା।

ସେ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମଡେଲ ଉପରେ ସମଗ୍ର ବିଶ୍ୱ ଚର୍ଚ୍ଚା କରୁଛି। ହେଲେ ବିଜେପି ତାଙ୍କର ଏହି ଉତ୍ତମ ପଦକ୍ଷେପକୁ ରୋକିବାକୁ ଚାହୁଁଛନ୍ତି। ସେଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀଙ୍କ ଉପରେ ଚଢାଉ କରାଯିବା ସହ ସେମାନଙ୍କୁ ଗିରଫ କରାଯାଉଛି। ୭୫ ବର୍ଷ ଧରି ଯେଉଁମାନେ ଭଲ କାମ କରିବାକୁ ଚେଷ୍ଟା କରିଛନ୍ତି ସୋମାନଙ୍କୁ ଅଟକାଇ ଦିଆଯାଇଛି। ସେଥିପାଇଁ ଭାରତ ପଛରେ ରହିଯାଇଛି। ଦିଲ୍ଲୀର ଭଲ କାମ ବନ୍ଦ ହେବାକୁ ଦେବୁ ନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି। ତେଣୁ, ବିଜେପିର ଏହି ଦମନ ନୀତି ଫଳପ୍ରଦ ହେବ ନାହିଁ।

Read More
{}{}