Hindi News >>Home >>Odisha Politics

Congress President election results: ପୁଣି ହୋଇପାରେ ନିର୍ବାଚନ, ଶଶି ଥରୁରଙ୍କ ଟିମ୍ ଆଣିଲା ସାଙ୍ଘାତିକ ଅଭିଯୋଗ

  ନିର୍ବାଚନର ଫଳାଫଳ ଅପରାହ୍ନ ତିନି ଟାରୁ ଚାରିଟା ମଧ୍ୟରେ ଘୋଷଣା କରାଯିବାର ସମ୍ଭାବନା ରହିଛି। ଏବଂ ଦଳକୁ ଏହାର ନୂଆ ସଭାପତି ମିଳିବ। ଅପରାହ୍ନ ୩ ଟାରୁ ୪ ଟା ମଧ୍ୟରେ ଫଳାଫଳ ଘୋଷଣା ହେବାର ସମ୍ଭାବନା ଅଛି। ନିର୍ବାଚନରେ ​​ଜିତିବା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ରହି

Advertisement
Congress President election results: ପୁଣି ହୋଇପାରେ ନିର୍ବାଚନ, ଶଶି ଥରୁରଙ୍କ ଟିମ୍ ଆଣିଲା ସାଙ୍ଘାତିକ ଅଭିଯୋଗ
Stop
Zee Odisha Desk|Updated: Oct 19, 2022, 01:46 PM IST

Congress President election results, ନୂଆଦିଲ୍ଲୀ: Congress President election results, ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। କିନ୍ତୁ ଏଥିରେ ମଧ୍ୟ ଜାଲିଆତି ହୋଇଛି। ତେବେ ଏହି ଅଭିଯୋଗ ଖୋଦ ପ୍ରାର୍ଥୀ ଆଣିଛନ୍ତି। ଉତ୍ତର ପ୍ରଦେଶରେ ଆୟୋଜିତ ମତଦାନରେ ବ୍ୟାପକ ଅନିମିତତା ହୋଇଥିବା ଶଶି ଥରୁରଙ୍କ ଟିମ ଅଭିଯୋଗ କରିଛି। ଏନେଇ CCEA ମଧୁସୁଦନ ମିସ୍ତ୍ରୀଙ୍କ ନିକଟକୁ ଚିଠି ଲେଖାଯାଇଛି। ଏଥେରେ ୟୁପିରେ ପଡିଥିବା ସମସ୍ତ ଭୋଟକୁ ନାକଚ କରିବାକୁ ଅପିଲ କରାଯାଇଛି।

Congress President election results, ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। କିନ୍ତୁ ଏଥିରେ ମଧ୍ୟ ଜାଲିଆତି ହୋଇଛି। ତେବେ ଏହି ଅଭିଯୋଗ ଖୋଦ ପ୍ରାର୍ଥୀ ଆଣିଛନ୍ତି। ଉତ୍ତର ପ୍ରଦେଶରେ ଆୟୋଜିତ ମତଦାନରେ ବ୍ୟାପକ ଅନିମିତତା ହୋଇଥିବା ଶଶି ଥରୁରଙ୍କ ଟିମ ଅଭିଯୋଗ କରିଛି। ଏନେଇ CCEA ମଧୁସୁଦନ ମିସ୍ତ୍ରୀଙ୍କ ନିକଟକୁ ଚିଠି ଲେଖାଯାଇଛି। ଏଥେରେ ୟୁପିରେ ପଡିଥିବା ସମସ୍ତ ଭୋଟକୁ ନାକଚ କରିବାକୁ ଅପିଲ କରାଯାଇଛି।

Also Read: Congress Pres Election: ଆରମ୍ଭ ହେଲା କାଉଣ୍ଟିଂ, କିଏ ଧରିବେ କଂଗ୍ରେସ ମଙ୍ଗ

 

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢେଇ ଚାଲିଛି। ସୋମବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ପଡିଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନର ଫଳାଫଳ ଘୋଷଣା ହୋଇପାରେ। ଏଥିପାଇଁ ବୁଧବାର ସକାଳୁ କାଉଁଟିଂ ଆରମ୍ଭ ହୋଇଛି। ଦେଶବ୍ୟାପୀ ୯ ହଜାର ୫୦୦ରୁ ଅଧିକ କଂଗ୍ରେସ କର୍ମୀ ଭୋଟ ଦେଇଛନ୍ତି। କିନ୍ତୁ ଏଥିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ CCEA ମଧୁସୁଦନ ମିସ୍ତ୍ରୀଙ୍କ ନିକଟକୁ ଚିଠି ଲେଖାଯାଇଛି। ଶଶି ଥରୁରଙ୍କ ଟିମ ତିନି ଫର୍ଦ୍ଧର ଅଭିଯୋଗ ଫର୍ଦ୍ଦରେ ଏକାଧିକ ଅଭିଯୋଗ ଆଣିଛି।

ଶଶି ଥରୁରଙ୍କ ଟିମ୍ କହିଛି ଯେ, ଉତ୍ତର ପ୍ରଦେଶରେ ଆୟୋଜିତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି। ଟିମର ଅଭିଯୋଗ ହେଲା- ୧. ବାଲାଟ ବକ୍ସ ଗୁଡିକରେ ଅଣାଧିକାରୀକ ସିଲର ବ୍ୟବହାର ହୋଇଛି। ୨. ପୋଲିଂ ବୁଥ ଗୁଡିକରେ ଅଣାଧିକାର ବ୍ୟକ୍ତି ଉପସ୍ଥିତ ଥିଲେ। ୩. ଭୋଟିଂରେ ଜାଲିଆତି ହୋଇଛି। ୪. ପୋଲିଂ ସମରୀ ସିଟ୍ ଜାରି ହୋଇନାହିଁ। ତେଣୁ ଏହି ସବୁ ବିଷୟକୁ ଗୁରୁତର ସହ ନେଇ ଉଚିତ ନ୍ୟାୟ ପ୍ରଦାନ କରିବାକୁ CCEAଙ୍କୁ ଶଶି ଥରୁରଙ୍କ ଟିମ ଅପିଲ କରିଛି। ଏହା ସହ ଉତ୍ତର ପ୍ରଦେଶରେ ପଡିଥିବା ସମସ୍ତ ଭୋଟକୁ ନାକଚ କରିବା ପାଇଁ ଟିମ ଦାବି କରିଛି। 

Also Read: Dhamnagar Bypoll 2022: ବୁଝାଇବାରେ ବିଫଳ ହୋଇ ବିଦ୍ରୋହୀ ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି

ବୁଧବାର ଅପରାହ୍ନ ତିନି ଟାରୁ ଚାରିଟା ମଧ୍ୟରେ  କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷଣା କରାଯିବାର ସମ୍ଭାବନା ରହିଛି। ଖଡଗେ ଓ ଥରୁର ମଧ୍ୟରେ ଯିଏ ମଧ୍ୟ ଜିତିଲେ ଦୀର୍ଘ ଦୁଇ ଦଶନ୍ଧି ପରେ କଂଗ୍ରେସକୁ ଜଣେ ଅଣଗାନ୍ଧି ପରିବାରର ମୁଖିଆ ମିଳିବେ। ନିର୍ବାଚନରେ ​​ଜିତିବା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ରହିଥିବା ଜଣାପଡ଼ୁଛି। ରାଜନୀତି ବିଶ୍ଲେଷକଙ୍କ ମତରେ ଥରୁର ସଭାପତି ହେଲେ ହୁଏତ ଦଳରେ କିଛି ବଡ଼ ପରିବର୍ତ୍ତନ ଆସିପାରେ। ଆଉ ଯଦି ଖଡ଼ଗେ ସଭାପତି ହୁଅନ୍ତି ତେବେ ସେ ଗାନ୍ଧି ପରିବାର ଅନୁସାରେ କାର୍ଯ୍ୟ କରିପାରନ୍ତି। 

 

 

 

 

Read More
{}{}