Hindi News >>Home >>Odisha Politics

Mallikarjun Kharge: ଓଡ଼ିଶା ଆସିବେ ଖଡ଼ଗେ, ଗସ୍ତ ପୂର୍ବରୁ ଗଢିଲେ ପ୍ରଦେଶ ନିର୍ବାଚନ କମିଟି

ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରାର ଓଡ଼ିଶା ରୁଟ ସମ୍ପର୍କରେ ବି ସମୀକ୍ଷା କରିବେ ବୋଲି ସୂଚନା ରହିଛି। ତେବେ ତାଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି ଘୋଷଣା କରିଛନ୍ତି। 

Advertisement
Mallikarjun Kharge: ଓଡ଼ିଶା ଆସିବେ ଖଡ଼ଗେ, ଗସ୍ତ ପୂର୍ବରୁ ଗଢିଲେ ପ୍ରଦେଶ ନିର୍ବାଚନ କମିଟି
Stop
Zee Odisha Desk|Updated: Jan 13, 2024, 10:10 AM IST

Mallikarjun Kharge: ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବ କଂଗ୍ରେସ। ଏଥିପାଇଁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଭୁବନେଶ୍ୱରରେ ଏଥିପାଇଁ ବିଶାଳ ସମ୍ମିଳନୀ। ସମ୍ମିଳନୀରେ ୧୦ ହଜାରରୁ ଅଧିକ କର୍ମୀ ଓ ନେତା ଯୋଗଦେବେ ବୋଲି ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଗୁରୁମନ୍ତ୍ର ଦେବେ। ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରାର ଓଡ଼ିଶା ରୁଟ ସମ୍ପର୍କରେ ବି ସମୀକ୍ଷା କରିବେ ବୋଲି ସୂଚନା ରହିଛି। ତେବେ ତାଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି ଘୋଷଣା କରିଛନ୍ତି। 

ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୨୩ ଜଣ ସଦସ୍ୟ ନିର୍ବାଚନ କମିଟିରେ ସ୍ଥାନ ପାଇଛନ୍ତି। ଅଜୟ କୁମାର ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ହେବା ପରେ ପିସିସି ସଭାପତି ଶରତଙ୍କ ଦବଦବା ବଢିଛି। କମିଟିରେ ସ୍ଥାନ ପାଇଥିବା ଅଧିକାଂଶ ସଦସ୍ୟ, ସଦସ୍ୟା ଶରତଙ୍କ ଅନୁଗତ ବୋଲି ଜଣାପଡ଼ିଛି। କମିଟିରେ ୫ ମହିଳା ସ୍ଥାନ ପାଇଛନ୍ତି। ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେବାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ, ମହିଳା କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପଟ୍ଟନାୟକ ଓ ଅଜୟନ୍ତି ପ୍ରଧାନ ପ୍ରମୁଖ ସ୍ଥାନ ପାଇଛନ୍ତି। 

ସେହିପରି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅଜୟ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଶ୍ୱରଞ୍ଜନ ମହାନ୍ତି, ମାନସ ଚୌଧୂରୀ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ରଣଜିତ ପାତ୍ର, ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର ନୱାଜ, ସେବା ଦଳର ରାଜ୍ୟ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ସ୍ଥାନ ପାଇଛନ୍ତି। 

Read More
{}{}