Hindi News >>Home >>Odisha Politics

Congress President Election: ଛିଡୁନି କଂଗ୍ରେସର ନେତୃତ୍ୱ ଅଙ୍କ, ପୁଣି ଘୁଞ୍ଚିବ ନିର୍ବଚନ

ଗତ ତିନି ବର୍ଷ ହେଲା କଂଗ୍ରେସ ଅଧ୍ୟକ୍ଷ ଅଙ୍କ ଛିଣ୍ଡୁ ନାହିଁ। ୨୦୧୯ରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପର ଠାରୁ ସୋନିଆ ଗାନ୍ଧୀ ଦଳର ମଙ୍ଗ ସମ୍ଭାଳୁଛନ୍ତି। ୨୦୧୯ ଠାରୁ ସୋନିଆ ଗାନ୍ଧୀ କଂଗ୍ରେସର 
ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି। ଦୀର୍ଘ ଦିନ ହେଲା କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

Advertisement
Congress President Election: ଛିଡୁନି କଂଗ୍ରେସର ନେତୃତ୍ୱ ଅଙ୍କ, ପୁଣି ଘୁଞ୍ଚିବ ନିର୍ବଚନ
Stop
Zee Odisha Desk|Updated: Aug 25, 2022, 03:34 PM IST

Congress President Election, ନୂଆଦିଲ୍ଲୀ: କଂଗ୍ରେସକୁ କେବେ ମିଳିବ ସ୍ଥାୟୀ ମୁଖିଆ? ଏହି ପ୍ରଶ୍ନ ବର୍ଷ ହେଲା ରାଜନୀତି ଗଳିରେ ଘୁରି ବୁଲୁଛି। ସୁତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆହୁରି ମାସେ ଘୁଞ୍ଚିପାରେ। ଅଗଷ୍ଟ ୨୮ରେ ହେବାକୁ ଥିବା ସିଡବ୍ଲୁସି ବୈଠକରେ ନିର୍ବାଚନ ନେଇ ତାରିଖ ଘୋଷଣା ହେବାର ଥିଲା। ୨୦୧୯ ପରଠାରୁ ସୋନିଆ ଗାନ୍ଧୀ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ତୁଲାଉଛନ୍ତି।

ଗତ ତିନି ବର୍ଷ ହେଲା କଂଗ୍ରେସ ଅଧ୍ୟକ୍ଷ ଅଙ୍କ ଛିଣ୍ଡୁ ନାହିଁ। ୨୦୧୯ରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପର ଠାରୁ ସୋନିଆ ଗାନ୍ଧୀ ଦଳର ମଙ୍ଗ ସମ୍ଭାଳୁଛନ୍ତି। ୨୦୧୯ ଠାରୁ ସୋନିଆ ଗାନ୍ଧୀ କଂଗ୍ରେସର 
ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି। ଦୀର୍ଘ ଦିନ ହେଲା କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତି ନିର୍ବାଚନ ପ୍ରକ୍ରିୟା ଚାଲିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଆସନ୍ତା ରବିବାର ଅର୍ଥାତ ଅଗଷ୍ଟ ୨୮ରେ ଅନୁଷ୍ଠିତ ହେବାକୁ ଥିବା CWC meetingରେ ଚୂଡନ୍ତ ନିଷ୍ପତ୍ତି ହୋଇଥାନ୍ତା। 

Also Read: Pegasus case: କେନ୍ଦ୍ର ଉପରେ ଖପ୍ପା ସୁପ୍ରିମକୋର୍ଟ, CJI କଲେ ବଡ଼ ଖୁଲାସା

ତେବେ ସୂତ୍ରାନୁସାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆହୁରି ବିଳମ୍ବ ହୋଇପାରେ। ତେବେ କେତ ଦିନ ଡେରି ହେବ ତାହା ଜଣା ନାହିଁ। କେଉଁ କାରଣରୁ ଏହି ବିଳମ୍ବ ହେବ ସେନେଇ ଦଳିୟ ସୂତ୍ର କୌଣସି ସୂଚନା ଦେଇନାହାନ୍ତି। କଂଗ୍ରେସର ଅନେକ ନେତା ଗାନ୍ଧୀ ପରିବାରରୁ ହିଁ କଂଗ୍ରେସ ମୁଖ୍ୟ ହୁଅନ୍ତୁ ବୋଲି ଦାବି କରୁଛନ୍ତି। ସେମାନେ ରାହୁଲ ଗାନ୍ଧୀଙ୍କ ନାମ ସୁପାରିସ କରିଛନ୍ତି। କିନ୍ତୁ ଏଥର ଗାନ୍ଧୀ ପରିବାରରୁ ନୁହଁ ବାହାର ବ୍ୟକ୍ତି ଦଳ ସମ୍ଭାଳନ୍ତୁ ବୋଲି ସୋନିଆ ଗାନ୍ଧୀ ମତ ପ୍ରକାଶ କରିଛନ୍ତି। ତେବେ ଦଳ କାହାକୁ ଅଧ୍ୟକ୍ଷ କରିବ ତହା ଦେଖିବାକୁ ବାକି ରହିଲା। 

କଂଗ୍ରେସ ଦଳର ଅଧ୍ୟକ୍ଷ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଚେହେରାଙ୍କ ନାମ ପପ୍ରକାଶ କରାଯାଇ ନାହିଁ। ରାହୁଲ ଗାନ୍ଧୀଙ୍କ (Rahul Gandhi) ନାମ ଅଧିକ ଚର୍ଚ୍ଚା କରାଯାଉଛି ଓ ଏହି ପଦ ଗ୍ରହଣ କରିବାକୁ କଂଗ୍ରେସ (Congress) କର୍ମୀମାନେ ମଧ୍ୟ ତାଙ୍କୁ ନିବେଦନ କରୁଛନ୍ତି, କିନ୍ତୁ ସେ ଏଥିରେ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହି ସମୟରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଦଳର ବରିଷ୍ଠ ନେତାମାନେ ସୋନିଆ ଗାନ୍ଧୀଙ୍କୁ (Sonia Gandhi) ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ଜାରି ରଖିବାକୁ ନିବେଦନ କରିଛନ୍ତି। ଏହି ନେତାମାନେ କହିଛନ୍ତି ଯେ ଗାନ୍ଧୀ ପରିବାର (Gandhi family) ବ୍ୟତୀତ ଦଳକୁ କେହି ଏକଜୁଟ କରି ପାରିବେ ନାହିଁ। ଯଦି ଏହା ନହୁଏ ତେବେ ଦଳ ଭାଙ୍ଗିପାରେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ (Priyanka Gandhi) ୨୦୨୪ ପରେ ଦାୟିତ୍ୱ ହସ୍ତାନ୍ତର କରାଯିବା ଉଚିତ୍।

Also Read: Delhi Politics: ସଙ୍କଟରେ ଆପ୍? ବୁଡ଼ିଯିବ କି କେଜ୍ରିୱାଲଙ୍କ ଡଙ୍ଗା!

ସୂତ୍ର ଅନୁସାରେ ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟଙ୍କୁ କଂଗ୍ରେସର ଭାଗ୍ୟଡୋରୀ ସମ୍ଭାଳିବାକୁ ଦେଇପାରନ୍ତି। ନିଜେ ସୋନିଆ ଏ ବାବଦେ ଅଶୋକ ଗେହଲଟଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସୋନିଆ ଗାନ୍ଧି ମେଡିକାଲ ଯାଞ୍ଚ ଲାଗି ବିଦେଶ ଗସ୍ତରେ ଯିବାର ଅଛି। ତେବେ ସେ ଚାହାନ୍ତି ଗସ୍ତରେ ବାହାରିବା ପୂର୍ବରୁ ଦଳକୁ ନୂଆ ନେତୃତ୍ୱ ମିଳିଯାଉ। ଏକ ବୈଠକରେ ସୋନିଆ ଏ ବାବଦେ ଅଶୋକ ଗେହଲଟଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହା ଉପରେ ଗେହଲଟ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ନିର୍ବାହ କରିବାକୁ ମୁଁ ଉଦ୍ୟମ କରୁଛି।' 

Read More
{}{}