Hindi News >>Home >>Odisha Politics

Congress President Election: ଦଳୀୟ ମଙ୍ଗୁଆଳକୁ ଆସିଲା ବଡ଼ ଖବର, କ'ଣ ରହିଛି କଂଗ୍ରେସର ସ୍ଥିତି?

Congress President Post: ଗତ ବର୍ଷ ଅକ୍ଟୋବରରେ କଂଗ୍ରେସ ଘୋଷଣା କରିଥିଲା ​​ଯେ ଚଳିତ ବର୍ଷ ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୨୦ ମଧ୍ୟରେ ନୂତନ କଂଗ୍ରେସ ସଭାପତି ନିର୍ବାଚିତ ହେବେ।

Advertisement
Congress President Election: ଦଳୀୟ ମଙ୍ଗୁଆଳକୁ ଆସିଲା ବଡ଼ ଖବର, କ'ଣ ରହିଛି କଂଗ୍ରେସର ସ୍ଥିତି?
Stop
Subhramjit Ray|Updated: Aug 26, 2022, 07:15 PM IST

New Congress President: ଆହୁରି କିଛି ସପ୍ତାହ ବିଳମ୍ବ ହୋଇପାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା। ଏହାର କାରଣ ହେଉଛି ଦଳର ଧ୍ୟାନ ବର୍ତ୍ତମାନ ଭାରତ ଯୋଡ କାର୍ଯ୍ୟକ୍ରମ ଉପରେ ରହିଛି ଏବଂ ଦଳର କିଛି ରାଜ୍ୟ ଶାଖା ସେମାନଙ୍କ ଔପଚାରିକତା ପୂରଣ କରୁନାହାଁନ୍ତି। ଏହା ସହ ଏହା ମଧ୍ୟ କୁହାଯାଉଛି ଯେ ଦଳ ବର୍ତ୍ତମାନର ସମୟକୁ ଅଶୁଭ ସମୟ ବୋଲି ବିଚାର କରୁଛି। ଦୀପାବଳି ପୂର୍ବରୁ ନୂତନ କଂଗ୍ରେସ ଅଧ୍ୟକ୍ଷ  ତାଙ୍କ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଶେଷ ହୋଇଥାନ୍ତା କଂଗ୍ରେସ ସଭାପତି ନିର୍ବାଚନ (Congress President Election) ପ୍ରକ୍ରିୟା। ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା (Highest Decision Making Body of Congress) କଂଗ୍ରେସ କାର୍ଯ୍ୟକାରୀ କମିଟି (Congress Working Committee) ସିଡବ୍ଲ୍ୟୁଡିସି (CWC) ରବିବାର ଏକ ଅନଲାଇନ୍ ବୈଠକରେ ନିର୍ବାଚନ ସୂଚୀକୁ ଅନୁମୋଦନ କରିବ। ଗତ ବର୍ଷ ଅକ୍ଟୋବରରେ କଂଗ୍ରେସ ଘୋଷଣା କରିଥିଲା ​​ଯେ ଚଳିତ ବର୍ଷ ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୨୦ ମଧ୍ୟରେ ନୂତନ କଂଗ୍ରେସ ସଭାପତି ନିର୍ବାଚିତ ହେବେ।

ସିଡବ୍ଲ୍ୟୁଡିସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କଂଗ୍ରେସ ବ୍ଲକ କମିଟି (Congress Block Committee) ପାଇଁ ନିର୍ବାଚନ ୧୬ ଅପ୍ରେଲରୁ ୩୧ ମେ ପର୍ଯ୍ୟନ୍ତ ହେବ। ଜିଲ୍ଲା କମିଟି (Congress District Committee) ସଭାପତି ୧ ଜୁନରୁ ଜୁଲାଇ ୨୦ ତାରିଖ ମଧ୍ୟରେ ନିର୍ବାଚିତ ହେବେ। ରାଜ୍ୟ କଂଗ୍ରେସ ସଭାପତି (Pradesh Congress President) ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି (AICC) ସଦସ୍ୟ ନିର୍ବାଚନ ୨୧ ଜୁଲାଇରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଏବଂ ଏଆଇସିସି ସଭାପତି ନିର୍ବାଚନ (AICC President Election) ୨୧ ଅଗଷ୍ଟରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସୂତ୍ରରୁ ପ୍ରକାଶ ଯେ ଏହି ପ୍ରକ୍ରିୟା କିଛି ସପ୍ତାହ ବିଳମ୍ବ ହୋଇପାରେ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ କଂଗ୍ରେସ ଏହାର ଏକ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ (Congress Full Term President) ପାଇବା।

Also Read: ସେପ୍ଟମ୍ବର ମାସରେ ନୂଆ ଅଧ୍ୟକ୍ଷ ପାଇବ କଂଗ୍ରେସ; ଭୋଟ ଦେବେ ୬ କୋଟି ସଦସ୍ୟ

ଦଳର ଧ୍ୟାନ ଏବେ ଭାରତ ଯୋଡ଼ ଯାତ୍ରା (Congress Bharat Jodo Yatra) ଉପରେ ରହିଛି ଯାହା ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀର (Kanyakumari to Kashmir) ପର୍ଯ୍ୟନ୍ତ ଚାଲିବ। ଦଳର କିଛି ରାଜ୍ୟ ଶାଖା (Congress State Unit) ଦଳୀୟ ସଙ୍ଗଠନ ନିର୍ବାଚନ (Congress Organizational Election) ପାଇଁ ରହିଥିବା ଔପଚାରିକତା ପୂରଣ କରିନାହାଁନ୍ତି। ଯେଉଁ କାରଣରୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ପ୍ରକ୍ରିୟା ଆହୁରି ବିଳମ୍ବ ହୋଇପାରେ।  

କଂଗ୍ରେସ ଅଧ୍ୟକ୍ଷ ପଦକୁ (Congress President Post) ଜାରି ରହିଛି କଳ୍ପନାଜଳ୍ପନା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ (Rajasthan CM Ashok Gehlot) ସମେତ ଅନେକ ନେତା ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଦଳର ସଭାପତି ଦାୟିତ୍ୱ ଗ୍ରହଣ କରିବାକୁ ନିବେଦନ କରୁଛନ୍ତି। ତଥାପି ଏହି ପ୍ରସଙ୍ଗରେ ଅନିଶ୍ଚିତତା ରହିଛି। ଦଳର କିଛି ନେତା ଏହା ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ଆଭିମୁଖ୍ୟରେ ଅଟଳ ଅଛନ୍ତି। ଆଉ ସେ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିବେ ନାହିଁ। କଂଗ୍ରେସ ସଭାପତି ପଦ ପାଇଁ ସେ ନିଜେ ଜଣେ ପ୍ରମୁଖ ପ୍ରତିଯୋଗୀ ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଅଶୋକ ଗେହୋଲତ। ଏନେଇ ସେ କହିଛନ୍ତି ଯେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ସେ ତାଙ୍କୁ ମନାଇବା ପାଇଁ ଉଦ୍ୟମ କରିବେ।

 

 

 

 

{}{}