Hindi News >>Home >>Odisha Politics

Congress President Election: ଦଳୀୟ ମଙ୍ଗୁଆଳ ନିର୍ବାଚନକୁ ନେଇ ଆସିଲା ବଡ଼ ଖବର

Congress President Post: କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ଏବେ ଦଳର ଅନେକ ନେତାଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। 

Advertisement
Congress President Election: ଦଳୀୟ ମଙ୍ଗୁଆଳ ନିର୍ବାଚନକୁ ନେଇ ଆସିଲା ବଡ଼ ଖବର
Stop
Subhramjit Ray|Updated: Sep 28, 2022, 07:58 PM IST

President Election  of Congress: ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା  କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆସିଛି ଏତ ବଡ଼ ଖବର। ଏହି ନିର୍ବାଚନରେ ପ୍ରତିଦ୍ୱନଦ୍ୱିତା କରିବାକୁ ଯାଉଥିବା ପ୍ରାର୍ଥୀଙ୍କ ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ନାମ ସର୍ବାଗ୍ରେ ରହିଛି। ଅନ୍ୟପଟେ ଦଳର ଲୋକସଭା ସାଂସଦ ଶଶୀ ଥରୁର ଏବଂ ଦଳର ପୂର୍ବତନ ସାଂସଦ ପୱନ ବଂଶଲ ମଧ୍ୟ ନାମାଙ୍କନ ଫର୍ମ ନେଇଛନ୍ତି। ରାଜସ୍ଥାନ ରାନନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଦଳ ପାଇଁ ସଙ୍କଟ ବଢିବାରେ ଲାଗିଛି। ନାମାଙ୍କନ ପାଇଁ ଶେଷ ଦିନ ହେଉଛି ସେପ୍ଟେମ୍ବର ୩୦ ତାରିଖ ଶୁକ୍ରବାର। 

ବର୍ତ୍ତମାନ ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ (Congress MP Mallikarjun Kharge) କଂଗ୍ରେସ ସଭାପତି ପଦ (Congress President Post) ପାଇଁ ଦଳୀୟ ହାଇକମାଣ୍ଡ (Congress High Command) ଙ୍କ ପ୍ରଥମ ପସନ୍ଦ ବୋଲି ବିବେଚନା କରାଯାଉଛି। ଯଦିଓ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜାରି ରହିଛି। ସେପ୍ଟମ୍ବର ୨୭ ତାରିଖ ମଙ୍ଗଳବାର କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଦଳୀୟ ନେତାଙ୍କୁ ଦଳର ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ଦୌଡରୁ ଏ ପର୍ଯ୍ୟନ୍ତ ବାହାରି ନାହାଁନ୍ତି। ଅନ୍ୟପଟେ କୁମାରୀ ସେଲଜା (Kumari Selja), ମୈରା କୁମାରଙ୍କ (Meira Kumar) ନାମ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବିଚାର କରାଯାଉଛି।  

ହେଲେ କଂଗ୍ରେସ ଅଧ୍ୟକ୍ଷ ପଦ (Congress President Post) ରାହୁଲ ଗାନ୍ଧୀଙ୍କ (Rahul Gandhi) ପସନ୍ଦ ହେଉଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ (AICC General Secretary KC Venugopal)।

Also Read: Congress President Election: ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଶଶୀ ଥରୁର

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଦଳର କୋଷାଧ୍ୟକ୍ଷ ପୱନ ବଂଶଲ (Congress Treasurer Pawan Bansal) ମଧ୍ୟ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ନାମାଙ୍କନ ପତ୍ର ନେଇଛନ୍ତି। ହେଲେ ସେ ନିଜେ ନାମାଙ୍କନପତ୍ର ଦାଖଲ କରିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା କହିଛନ୍ତି ଯେ ସେ କେବଳ ଜଣେ ପ୍ରସ୍ତାବକ ଏବଂ ପ୍ରାର୍ଥୀ ନୁହଁନ୍ତି। 

ଅନ୍ୟପଟେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ (Congress Central Election Authority Chairman Madhusudan Mistry) କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳର ଲୋକସଭା ସାଂସଦ ଶଶୀ ଥରୁର (Congress MP Shashi Tharoor) ଏବଂ ଦଳର କୋଷାଧ୍ୟକ୍ଷ ପୱନ ବଂଶଲ ଦଳୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳରେ ଛକାପଞ୍ଝା ଜାରି ରହିଥିବା ବେଳେ ଦଳର ବରିଷ୍ଠ ନେତା କମଲ ନାଥ (Kamal Nath) ସୋମବାର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress President Sonia Gandhi) ଭେଟିଛନ୍ତି। ଏହି ଭେଟଘାଟ ପରେ ତାଙ୍କୁ ନେଇ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚ। ଏନେଇ କୁହା ଯାଇଥିଲା ଯେ ଦଳର ଅଧ୍ୟକ୍ଷ ଦୌଡରେ ସେ ସାମିଲ ହୋଇଛନ୍ତି। ହେଲେ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା କଂଗ୍ରେସ ନେତା ଜଣଙ୍କ କହିଛନ୍ତି ସେ ଦଳର ମୁଖ୍ୟ ହେବାକୁ ଚାହୁଁନାହାଁନ୍ତି ଏବଂ ମଧ୍ୟ ପ୍ରଦେଶ କଂଗ୍ରେସ ପାଇଁ କାର୍ଯ୍ୟ ଜାରି ରଖିବାକୁ ଚାହୁଁଛନ୍ତି। 

Also Read: Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..

ରାଜସ୍ଥାନ ରାନନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟର ପ୍ରଭାବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଉପରେ ଅନୁଭୂତ ହୋଇଛି। ଯେଉଁ କାରଣରୁ କଂଗ୍ରେସ ହାଇକମାଣ୍ଡ ଏହାର ବିକଳ୍ପ ଉପରେ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି।  କଂଗ୍ରସେ ଅଧ୍ୟକ୍ଷ ପଦ ଲାଗି ଜଣେ ପ୍ରମୁଖ ଦାବିଦାର ଭାବେ ହୋଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ହେଲେ ତାଙ୍କର ସମର୍ଥକ ବିଧାୟକଙ୍କ ଦଳ ଖୋଲା ବିଦ୍ରୋହ ସବୁ କିଛି ଓଲଟ ପାଲଟ କରିଦେଇଛି। 

ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ପର୍ଯ୍ୟବେକ୍ଷକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୩ ଜଣ ନିକଟତର ନେତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। ଦଳର ଶୃଙ୍ଖଳାଗତ କାର୍ଯ୍ୟ କମିଟି ଦ୍ୱାରା ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। 

Read More
{}{}