Hindi News >>Home >>Odisha Politics

Gujarat Election 2022: କଂଗ୍ରେସର ବଡ଼ ଘୋଷଣା, ବଦଳିବ Narendra Modi Stadiumର ନାମ

Gujarat Election 2022 Congress manifesto: ଗୁଜରାଟରେ କଂଗ୍ରେସ ଜନତାଙ୍କ ଅସଲ ମୁଦ୍ଦାକୁ ଉଠାଇଛି। ମହଙ୍ଗା, ବେକାରି ସମସ୍ୟା, କୃଷକଙ୍କ ସମସ୍ୟାର ସମାଧାନକୁ ନିର୍ବାଚନ ଇସ୍ତାହାରରେ ଦଳ ସ୍ଥାନ ଦେଇଛି। ଶନିବାର କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି।

Advertisement
Gujarat Election 2022: କଂଗ୍ରେସର ବଡ଼ ଘୋଷଣା, ବଦଳିବ Narendra Modi Stadiumର ନାମ
Stop
Zee Odisha Desk|Updated: Nov 12, 2022, 03:51 PM IST

Gujarat Election 2022, ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନକୁ ତିନି ସପ୍ତାହରୁ କମ ସମୟ ବାକି ରହିଛି। ଶନିବାର କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଏଥିରେ ସାଧାରଣ ଜନତା, ମହିଳା ଓ କୃଷକଙ୍କୁ ଗୁରୁତ୍ୱ ଦିଆଯାଇଛି। ଏମାନଙ୍କୁ ନେଇ କଂଗ୍ରେସ ବଡ ବଡ ପ୍ରତିଶ୍ରୁତି ଦେଇଛି। ଯଦି ଗୁଜରାଟରେ କଂଗ୍ରେସ ସରକାର ଗଠନ କରେ ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମକୁ ପରିବର୍ତ୍ତନ କରାଯିବ ବୋଲି ଦଳ ତାର ଘଷଣା ପତ୍ରରେ କହିଛନ୍ତି।

ଗୁଜରାଟରେ କଂଗ୍ରେସ ଜନତାଙ୍କ ଅସଲ ମୁଦ୍ଦାକୁ ଉଠାଇଛି। ମହଙ୍ଗା, ବେକାରି ସମସ୍ୟା, କୃଷକଙ୍କ ସମସ୍ୟାର ସମାଧାନକୁ ନିର୍ବାଚନ ଇସ୍ତାହାରରେ ଦଳ ସ୍ଥାନ ଦେଇଛି। ଗୁଜରାଟ ପାଇଁ ଜାରି କରାଯାଇଥିବା ଇସ୍ତାହାରରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ଯେ, ସରକାର ଚାକିରିରେ ଠିକା ବ୍ୟବସ୍ଥା ଉଚ୍ଛେଦ ହେବ। ଦଶ ଲକ୍ଷ ଯୁବକ ଯୁବତିଙ୍କୁ ନିଯୁକ୍ତି ଦିଆଯିବ। ମାସକୁ ୩୦୦୦ ଟଙ୍କା ବେକାରି ଭତ୍ତା ମିଳିବ। ୫୦୦ ଟଙ୍କାରେ ଗୋଟିଏ ଗ୍ୟାସ ସିଲିଣ୍ଡର ମିଳିବ। ୩୦୦ ୟୁନିଟ ବିଜୁଳି ମାଗଣାରେ ମିଳିବ। 

Also Read: ଉପନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେଡି ବିଧାୟକ

ଏହା ବ୍ୟତୀତ ଗୁଜରାଟରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ପ୍ରତ୍ୟେକ ଗୁଜରାଟିଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। କୃଷକଙ୍କୁ ତିନି ଲକ୍ଷ୍ ଟଙ୍କାର ଋଣ ଛାଡ କରାଯିବା ସହ ମାଗଣାରେ ବିଜୁଳି ମଧ୍ୟ ଯୋଗା ଯିବ ବୋଲି କଂଗ୍ରେସ ତାର ଘୋଷଣା ପତ୍ରରେ କହିଛି। କୃଷିର ଉନ୍ନତି ପାଇଁ କଂଗ୍ରେସର ଆଉ ଏକ ଘୋଷଣା କରିଛି। ଦଳ କହିଛି ଯେ, କୃଷକଙ୍କ ବିକାଶ ଓ ଫସର ପ୍ରକୃତ ମୂଲ୍ୟ ଦେବା ପାଇଁ ସେ ମୂଲ୍ୟ ନିର୍ଦ୍ଧାରଣ ସମିତି ଗଠନ କରିବ। ଛାତ୍ରଛାତ୍ରୀଙ୍କୁ ଆବଶ୍ୟକତା ଅନୁସାରେ ୫୦୦ରୁ ୨୦୦୦୦ ପର୍ଯ୍ୟନ୍ତ ଛାତ୍ରବୃତ୍ତି ମଧ୍ୟ ଦେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ସେହିପରି କଂଗ୍ରେସ, ଗୁଜରାଟ ନିର୍ବାଚନ ଇସ୍ତାହାରରେ କହିଛି ଯେ, ଦୁଗ୍ଧ ଉତ୍ପାଦକଙ୍କୁ ୫ ଟଙ୍କା ପ୍ରତିଲିଟର ସବସିଡି ମିଳିବ। ୪ ଲକ୍ଷ ପର୍ଯ୍ୟନ୍ତ କୋଭିଡ୍ ସହାୟତା ରାଶି ମଧ୍ୟ ଦିଆଯିବ। କଂଗ୍ରେସ କହିଛି ଯେ, ଗତ ୨୭ ବର୍ଷରେ ଗୁଜରାଟର ପୂର୍ବତନ ସରକାର ଯେଉଁ ଦୁର୍ନୀତି ସବୁ କରିଛନ୍ତି ତାହାର ଯାଞ୍ଚ ହେବ। ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଆଣ୍ଟି କରପସନ୍ ଆକ୍ଟ ଅଣାଯିବ ଓ ଦୋଷୀଙ୍କୁ ଜେଲ ପଠାଯିବ। ମନରେଗା ପରି ସହରି ରୋଜଗାର ଗ୍ୟାରେଣ୍ଟି ଯୋଜନା ମଧ୍ୟ ଅଣାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମକୁ ବଦଳାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରଖିବାକୁ କଂଗ୍ରେସ ତାର ଗୁଜରାଟ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଛି। 

Also Read: By Election 2022: ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ବିଜେପି

Also Read: Bengal Minister: ଟିକେ ଭଲ କି ଶୁଣନ୍ତୁ.. ରାଷ୍ଟ୍ରପତିଙ୍କୁ କ'ଣ କହି ଅପମାନ କଲେ TMC ନେତା ଅଖିଳ ଗିରି?

Read More
{}{}