Hindi News >>Home >>Odisha Politics

EWS Reservation: ସଂରକ୍ଷଣ ପ୍ରସଙ୍ଗରେ କୋର୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଉଦିତ ରାଜ, କହିଲେ..

Supreme Court on EWS Reservation: ଆର୍ଥିକ ଭିତ୍ତିରେ ସାଧାରଣ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ମାମଲାରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଏହା ସମ୍ବିଧାନ ମୂଳ ଭାବନା ​​ବିରୋଧୀ ନୁହେଁ। ସୋମବାର ୫ ଜଣ ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟର ୩ ଜଣ ଜଜ୍ ଅର୍ଥନୈତିକ ଦୁର୍ବଳ ବର୍ଗ ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି। 

Advertisement
EWS Reservation: ସଂରକ୍ଷଣ ପ୍ରସଙ୍ଗରେ କୋର୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଉଦିତ ରାଜ, କହିଲେ..
Stop
Subhramjit Ray|Updated: Nov 07, 2022, 06:34 PM IST

Congress Leader Udit Raj: ଅର୍ଥନୈତିକ ଆଧାରରେ ସାଧାରଣ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମାତ୍ର ଏହି ପ୍ରସଙ୍ଗରେ କୋର୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଉଦିତ ରାଜ। ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଜାତିବାଦୀ ବୋଲି କହିବାକୁ ପଛେଇନାହାଁନ୍ତି କଂଗ୍ରେସ ନେତା। ଏନେଇ ସେ କହିଛନ୍ତି ଯେ ଯେତେବେଳେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗକୁ ସଂରକ୍ଷଣ ଦେବା ପ୍ରସଙ୍ଗ ଆସିଲା ସେତେବେଳେ ସୁପ୍ରିମକୋର୍ଟ ପଟ ବଦଳାଇ ଦେଇଥିଲେ। ମାତ୍ର ଯେତେବେଳେ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗକୁ ସଂରକ୍ଷଣ ଦେବା କଥା ଉଠିଲା  ସେତେବେଳେ ଇନ୍ଦିରା ସାହାଣୀ ମାମଲାରେ ଲଗା ଯାଇଥିବା ୫୦ ପ୍ରତିଶତ ସୀମା ଦର୍ଶାଯାଇଥିଲା।

କଂଗ୍ରେସ ନେତା ଉଦିତ ରାଜ ଟ୍ୱିଟ୍ କରି କହିଛନ୍ତି, ସୁପ୍ରିମକୋର୍ଟ ହେଉଛି ଜାତିବାଦୀ, ଏଥିରେ କୌଣସି ସନ୍ଦେହ ନାହିଁ! ଯେତେବେଳେ ଯେତେବେଳେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗକୁ ସଂରକ୍ଷଣ ଦେବା ପ୍ରସଙ୍ଗ ଆସିଲା ସେତେବେଳେ ସୁପ୍ରିମକୋର୍ଟ ପଟ ବଦଳାଇ ଦେଇଥିଲେ ଏବଂ ୫୦ ପ୍ରତିଶତ ସୀମା ସାମ୍ବିଧାନିକ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇ ଦେଇଥିଲେ। ହେଲେ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗକୁ ସଂରକ୍ଷଣ ଦେବା କଥା ଉଠିଲା ସେତେବେଳେ ଇନ୍ଦିରା ସାହାଣୀ ମାମଲାରେ ଲଗା ଯାଇଥିବା ୫୦ ପ୍ରତିଶତ ସୀମା ଦର୍ଶାଇ ଦିଆଯାଇଥିଲା।

ଆର୍ଥିକ ଭିତ୍ତିରେ ସାଧାରଣ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ମାମଲାରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଏହା ସମ୍ବିଧାନ ମୂଳ ଭାବନା ​​ବିରୋଧୀ ନୁହେଁ। ସୋମବାର ୫ ଜଣ ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟର ୩ ଜଣ ଜଜ୍ ଅର୍ଥନୈତିକ ଦୁର୍ବଳ ବର୍ଗ (Economically Weaker Section) ଇଡବଲ୍ୟୁଏସ ସଂରକ୍ଷଣ (EWS Reservation) ସପକ୍ଷରେ ରାୟ ଦେଇଛନ୍ତି। ଇଡବଲ୍ୟୁଏସ ମାମଲାରେ କୋର୍ଟ ରାୟ ଆସିବା ପରେ ଆଗକୁ ଏହି ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ।

Also Read: EWS reservation: କାହାକୁ ଓ କିପରି ମିଳିବ ୧୦% ସଂରକ୍ଷଣ? ଜାଣନ୍ତୁ ପୂରା ତଥ୍ୟ

ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗକୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପାଇଁ ୧୦୨ ତମ ସାମ୍ବିଧାନିକ ସଂଶୋଧନକୁ ସମର୍ଥନ କରି ଜଷ୍ଟିସ ଦୀନେଶ ମହେଶ୍ୱରୀ କହିଛନ୍ତି ଯେ ଏହା ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଂଘନ କରୁନାହିଁ। ଜଷ୍ଟିସ ବେଲା ଏମ ତ୍ରିବେଦୀ, ଜଷ୍ଟିସ ଜେ.ବି ପାରଦୀୱାଲା ମଧ୍ୟ ଆଡମିଶନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ଇଡବଲ୍ୟୁଏସ ସଂରକ୍ଷଣକୁ ସମର୍ଥନ କରିଛନ୍ତି। ଜଷ୍ଟିସ ରବିନ୍ଦ୍ର ଭଟ୍ଟ ସଂରକ୍ଷଣ ବିରୋଧରେ ନିଷ୍ପତ୍ତି ନେଇ କହିଛନ୍ତି ଯେ ଏହା ମୌଳିକ ଭାବନା ​​ଅନୁଯାୟୀ ନୁହେଁ। ଏନେଇ ପ୍ରତିକ୍ରିୟା ରଖି ଜଷ୍ଟିସ ଭଟ୍ଟ  କହିଛନ୍ତି ଯେ  ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗକୁ ସଂରକ୍ଷଣରୁ ଦୂରେଇ ରଖିବା ଠିକ୍ ନୁହେଁ। ଆର୍ଥିକ ଭିତ୍ତିରେ ସାଧାରଣ ବର୍ଗର ଲୋକଙ୍କୁ ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ମଧ୍ୟ କହିଛନ୍ତି ଯେ ଆର୍ଥିକ କାରଣରୁ ଓବିସି/ଏସସି/ଏସଟି ସମ୍ପ୍ରଦାୟକୁ ସଂରକ୍ଷଣ ସ୍ଥାନରୁ ଦୂରେଇ ରଖିବା ଭେଦଭାବପୂର୍ଣ୍ଣ।

Read More
{}{}