Hindi News >>Home >>Odisha Politics

ଆମ ଦେଶକୁ ହିନ୍ଦୁ ରାଷ୍ଟ୍ର ହେବାକୁ ଦେବୁନାହିଁ: କଂଗ୍ରେସ ନେତା ରସିଦ ଖାନ

 ଯେତେ ହିନ୍ଦୁ ଅଛନ୍ତି ସମସ୍ତେ ଗୋଟିଏ ଚିନ୍ତାଧାରା ସହିତ ଆଗକୁ ବଢୁଛନ୍ତି। ସେମାନଙ୍କ ହିନ୍ଦୁ ରାଷ୍ଟ୍ର ବନାଇବାକୁ ଚାହୁଁଛନ୍ତି। 

Advertisement
ଆମ ଦେଶକୁ ହିନ୍ଦୁ ରାଷ୍ଟ୍ର ହେବାକୁ ଦେବୁନାହିଁ: କଂଗ୍ରେସ ନେତା ରସିଦ ଖାନ
Stop
Subhramjit Ray|Updated: Jun 03, 2022, 07:13 PM IST

Congress Leader on Hindu Rashtra: ବର୍ତ୍ତମାନ ଦେଶରେ ଗୋଟିଏ ପଟେ ଜ୍ଞାନବ୍ୟାପୀ, ମଥୁରା ଏବଂ କୁତୁବ ମୀନାର ମାମଲା ଚାଲିଥିବା ବେଳେ ଅନ୍ୟପଟେ ଉଠିଛି ହାଇଦ୍ରାବାଦ ଚାରମୀନାର ପ୍ରସଙ୍ଗ। ଏଠରେ ନମାଜ ପଢିବାକୁ ନେଇ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ମୁସଲିମ ସମାଜ। ଏହି ଅଭିଯାନର ନେତୃତ୍ୱ ନେଉଥିବା କଂଗ୍ରେସ ନେତା ରସିଦ ଖାନ କହିଛନ୍ତି ଚାରମୀନାର ମୁକ୍ତ ନ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ।

ପୁରୁଣା ହାଇଦ୍ରାବାଦ ସହରରେ ଅବସ୍ଥିତ ଚାରମୀନାର ନିଜାମଙ୍କ ଶାସନକାଳରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ସୁରକ୍ଷିତ ଏକ ଐତିହ୍ୟ ସ୍ମାରକୀ। ଜ୍ଞାନବ୍ୟାପୀ-ମଥୁରା ମାମଲାରେ ହିନ୍ଦୁପକ୍ଷ ଦ୍ୱାରା କରାଯାଉଥିବା ଦାବିକୁ ଦେଖି ବର୍ତ୍ତମାନ ହାଇଦ୍ରାବାଦ ସହରର ମୁସଲିମ ସମାଜ ମଧ୍ୟ ନମାଜ ପଢିବା ଦାବିରେ ଏକାଠି ହେଉଛି। ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଚିବ ରସିଦ ଖାନ।

ଚାରମୀନାର ପରିସରରେ ନମାଜ ପଢିବାକୁ ନେଇ ହାଇଦ୍ରାବାଦ ସହରରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି କଂଗ୍ରେସ ନେତା ରସିଦ ଖାନ। ଲୋକଙ୍କୁ ଉସକାଇ ସେ ହିନ୍ଦୁ ସମ୍ପ୍ରଦାୟ ଏବଂ କୋର୍ଟ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ଜ୍ଞାନବ୍ୟାପୀ ମାମଲାରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ରହିବ ନାହିଁ। ଏହି ମାମଲାରେ କ୍ଲିନ ଚିଟ ମିଳିବ। ମୁଁ କୋର୍ଟ ସହ ସହମତ ନୁହଁ। ମୁଁ କହୁଛି ମସଜିଦ ମଧ୍ୟ ସ୍ୱାଧିନ ହେବା ଦରକାର। ଯେତେ ହିନ୍ଦୁ ଅଛନ୍ତି ସମସ୍ତେ ଗୋଟିଏ ଚିନ୍ତାଧାରା ସହିତ ଆଗକୁ ବଢୁଛନ୍ତି। ସେମାନଙ୍କ ହିନ୍ଦୁ ରାଷ୍ଟ୍ର ବନାଇବାକୁ  ମୁଁ ମୋ ଜୋତା ତଳେ ରଖୁଛି। ହେଲେ ଆମେ ଏହା ହେବାକୁ ଦେବୁ ନାହିଁ। ଏଠାକାର ନିୟମକୁ ଆମେ ବଦଳାଇବାକୁ ଦେବୁ ନାହିଁ। ଆପଣ ହଜିଯିବେ। ଏବେ ଜ୍ଞାନବ୍ୟାପୀ, ମଥୁରା ଭଳି ସ୍ଥାନକୁ ଟାର୍ଗେଟ କରାଯାଉଛି। ବିଜେପି-ଆରଏସଏସ ଚାହୁଁଛନ୍ତି ଦରଦାମ ବୃଦ୍ଧି, ଅର୍ଥନୀତି ବାବଦରେ ଚର୍ଚ୍ଚା କରିବା ପରିବର୍ତ୍ତେ ହିନ୍ଦୁ-ମସଜିଦ ଭଳି ପ୍ରସଙ୍ଗ ଉଠାଯାଉ। ଆମେ ଶାନ୍ତି ଚାହୁଁଛୁ। ରସିଦ ଖାନ ପ୍ରତ୍ୟେକ ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ଅଛି। ମୁଁ ଚାରମୀନାର ମୁକ୍ତ ନ କରିବା ପର୍ଯ୍ୟନ୍ତ ଲଢିବି।

Also Read: India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?

କଂଗ୍ରେସ ନେତା ରସିଦ ଖାନଙ୍କ ବିବାଦୀୟ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କଂଗ୍ରେସ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି। କଂଗ୍ରେସ ନେତା ଜାଣିଶୁଣି ମୁସଲମାନ ସମାଜକୁ ଉତ୍ତେଜିତ କରିବାରେ ଲାଗିଛନ୍ତି। ଏପରି ଲୋକଙ୍କୁ ନିୟନ୍ତ୍ରଣ କରାଯିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

 

 

 

Read More
{}{}