Hindi News >>Home >>Odisha Politics

Rahul Gandhi: ୨୦ ହଜାର କୋଟି କାହାର? ଜବାବ ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

Congress Leader Rahul Gandhi: ସାଂସଦ ପଦ ଚାଲିଯିବା ପରେ ଏବେ ମୋଦି ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ହୋଇଉଠିଛନ୍ତି ରାହୁଲ ଗାନ୍ଧୀ। 

Advertisement
Rahul Gandhi: ୨୦ ହଜାର କୋଟି କାହାର? ଜବାବ ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
Stop
Zee Odisha Desk|Updated: Apr 05, 2023, 10:33 PM IST

Rahul Gandhi Targets Modi Govt: ପୁଣି ଥରେ ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବ୍ୟବସାୟୀ ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ଜଣଙ୍କ ହିଣ୍ଡନବର୍ଗ ରିପୋର୍ଟ ଆଧାରରେ ଆଦାନୀ ସମୂହରେ ସେଲ କମ୍ପାନୀ ପକ୍ଷରୁ କରାଯାଇଥିବା ପୁଞ୍ଜି ବିନିଯୋଗ ପ୍ରସଙ୍ଗ ଉଠାଇଥିଲେ। ଆଦାନୀ ସମୂହରେ ବିନିଯୋଗ ହୋଇଥିବା ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ଏହି ପ୍ରଶ୍ନ ଉଠାଇବା ପରେ ଚାଲି ଯାଇଥିଲେ। ଯଦିଓ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ଚୀନ୍ ପ୍ରସଙ୍ଗରେ ମଧ୍ୟ ପ୍ରଶ୍ନ କରାଯାଇଥିଲା।

ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସିବା ମାତ୍ରେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଚୀନ୍ ବିଷୟରେ (China Issue) ପ୍ରଶ୍ନ କରିବା ଆରମ୍ଭ କରି ଦେଇଥିଲେ। ହେଲେ କଂଗ୍ରେସ ନେତା ଜଣଙ୍କ ମୋଦି ସରକାରଙ୍କ (Modi Govt) ବିରୋଧରେ ନିଜର ପୁରୁଣା ପ୍ରଶ୍ନର ପୁନରାବୃତ୍ତି କରି ବ୍ୟବସାୟୀ ଗୌତମ ଆଦାନୀଙ୍କ (Gautam Adani) ବିଷୟରେ ଉଲ୍ଲେଖ କରିଥିଲେ। ଆଦାନୀ ସମୂହ ଅଧ୍ୟକ୍ଷ (Adani Group Chairman) ଗୌତମ ଆଦାନୀଙ୍କ ସଂସ୍ଥାରେ ଯେଉଁ ୨୦ ହଜାର କୋଟି ଟଙ୍କା ନିବେଶ କରାଯାଇଛି ତାହା କାହାର ବୋଲି ପ୍ରଶ୍ନ କରାଛନ୍ତି। ଏହି ୨୦ ହଜାର କୋଟି ଟଙ୍କା ବେନାମୀ ସମ୍ପତ୍ତି ନା ଆଉ କାହାର ତାହା ହେଉଛି ମୁଖ୍ୟ ପ୍ରଶ୍ନ।

ଗଣମାଧ୍ୟମ ପକ୍ଷରୁ ବାରମ୍ବାର ରାହୁଲ ଗାନ୍ଧୀଙ୍କୁ ଚୀନ୍ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ହେଲେ କଂଗ୍ରେସ ନେତା ଜଣଙ୍କ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ। ଏହା ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Union Minister Jyotiraditya Scindia) ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଥିଲେ। କୋର୍ଟ ଉପରେ ଚାପ ପ୍ରୟୋଗ କରିବାକୁ ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ (Congress Rules State CM) ସୁରଟ କୋର୍ଟ ଯାଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।

ଗତ ରବିବାର ରାହୁଲ ଗାନ୍ଧୀ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇଥିଲେ। ଏନେଇ କଂଗ୍ରେସ ନେତା ଜଣଙ୍କ କହିଥିଲେ ଯେ ଏହି ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରିଥିଲେ। ମଙ୍ଗଳବାର ରାହୁଲ ଗାନ୍ଧୀ ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସେ ତାଙ୍କ ସେହି ସମାନ ପ୍ରଶ୍ନର ପୁନରାବୃତ୍ତି କରିଥିଲେ। ମୋଦି ଉପନାମ ମାମଲାରେ ତାଙ୍କୁ ଦୁଇ ବର୍ଷର କାରାଦଣ୍ଡ ମିଳିବା ପରେ ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଅଯୋଗ୍ୟ ସାଂସଦ ଘୋଷିତ କରାଯାଇଛି। ସାଂସଦ ପଦ ଚାଲିଯିବା ପରେ କଂଗ୍ରେସ ନେତା ଜଣଙ୍କ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Read More
{}{}