Hindi News >>Home >>Odisha Politics

Parliament Session: ବିଦେଶ ଗସ୍ତରେ କଂଗ୍ରେସ ରାହୁଲ ଗାନ୍ଧୀ

Congress Leader Rahul Gandhi: ପୂର୍ବରୁ ଗତ ମେ ମାସରେ ବିଦେଶ ଗସ୍ତ କରିଥିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। 

Advertisement
Parliament Session: ବିଦେଶ ଗସ୍ତରେ କଂଗ୍ରେସ ରାହୁଲ ଗାନ୍ଧୀ
Stop
Subhramjit Ray|Updated: Jul 12, 2022, 04:54 PM IST

Congress Leader Rahul Gandhi: ଜୁଲାଇ ୧୨ ତାରିଖ ମଙ୍ଗଳବାର ବିଦେଶ ଯାତ୍ରା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କତାର ଏୟାରଲାଇନ୍ସ ବିମାନରେ ଯାତ୍ରା କରିଛନ୍ତି। ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ କେଉଁ ଦେଶକୁ ଯାତ୍ରା କରିଛନ୍ତି ତାହା ଜଣା ପଡିନାହିଁ। ରାହୁଲ ଗାନ୍ଧୀଙ୍କ ଏହି ବିଦେଶ ଯାତ୍ରା ସରକାରୀ ନା ବ୍ୟକ୍ତିଗତ ତାହା ସ୍ପଷ୍ଟ ହୋଇନାହିଁ।

ଜୁଲାଇ ୧୮ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ମାତ୍ର ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏହି ଅଧିବେଶନ ୬ ଅଗଷ୍ଟରେ ଶେଷ ହେବ। ଏହି ଅଧିବେଶନ ସମୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚିତ ହେବେ। ୧୮ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଏବଂ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ୨୧ ଜୁଲାଇରେ ରାଷ୍ଟ୍ରପତି ଏବଂ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। 

ପୂର୍ବରୁ ଗତ ମେ ମାସରେ ବିଦେଶ ଗସ୍ତ କରିଥିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେତେବେଳେ ସେ ଲଣ୍ଡନ ଗସ୍ତ କରିଥିଲେ। ଲଣ୍ଡନ ଗସ୍ତ ଅବସରରେ ରାହୁଲ ଗାନ୍ଧୀ ସ୍ଥାନୀୟ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହେଉଥିବା "ଆଇଡିଆ ଫର ଇଣ୍ଡିଆ" (Idea for India) ନାମକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ବାବଦରେ ପ୍ରବାସୀ ଭାରତୀୟଙ୍କ ସହ ଚର୍ଚ୍ଚା କରିବା ଲାଗି ଲଣ୍ଡନ ଗସ୍ତରେ କରିଥିଲେ ରାହୁଲ ଗାନ୍ଧୀ। ମେ ୨୩ ତାରିଖରେ କେମ୍ବ୍ରିଜ ୟୁନିଭରସିଟି ଠାରେ "୭୫ କା ଭାରତ: ଏକ ସ୍ଥିର-ଆଧୁନିକ ଭାରତ ଏବଂ ଆଗାମୀ ପଥ" ବିଷୟ ଉପରେ ସମ୍ବୋଧିତ କରିଥିଲେ ସେ। ଏହି ଅବସରରେ ଲଣ୍ଡନ ଠାରେ ଆୟୋଜିତ ହୋଇଥିବା "ଆଇଡିଆ ଫର ଇଣ୍ଡିଆ" କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

Also Read: ଦଳରେ ଚାଲିଛି କଳହ; ବିଦେଶ ଗସ୍ତରେ ଦଳୀୟ ନେତା

 

 

{}{}