Hindi News >>Home >>Odisha Politics

Congress crisis: ଜମ୍ମୁ କାଶ୍ମୀରରୁ କଂଗ୍ରେସକୁ ମୂଳ ପୋଛ କରି ନିଶ୍ୱାସ ନେବେ ଗୁଲାମ ନବୀ ଆଜାଦ!

Ghulam Nabi Azad On Congress: କଂଗ୍ରେସରୁ ଇସ୍ତଫା ଦେଇଥିବା 64 ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ତାଙ୍କ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନେତାଙ୍କ ସାମୂହିକ ଇସ୍ତଫା ନେଇ କଂଗ୍ରେସ ଥରି ଉଠିଥିବାବେଳେ, ଆଜାଦ କଂଗ୍ରେସକୁ ଆଉ ଏକ ବଡ଼ ଧରଣର ଝଟକା ଦେବାକୁ ଘୋଷଣା କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 31, 2022, 12:54 PM IST

Ghulam Nabi Azad On Congress: ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସ (Congress) ଛାଡିବା ପରେ ଜମ୍ମୁ କାଶ୍ମୀର (Jammu and Kashmir) କଂଗ୍ରେସରେ ଏକ ବଡ ଧରଣର ହଟଚମ୍ପଟ ସୃଷ୍ଟି ହୋଇଛି । ପ୍ରତିଦିନ ବହୁ ସଂଖ୍ୟକ ନେତା ଦଳ ଛାଡି ଗୁଲାମ ନବୀ ଆଜାଦଙ୍କ ସହ ଯୋଗଦେଉଥିବା ଦେଖାଯାଉଛନ୍ତି । ଏହି କାରଣରୁ କଂଗ୍ରେସକୁ ଝଟକା ପରେ ଝଟକା ଲାଗିଚାଲିଛି । ମଙ୍ଗଳବାର ଦିନ କଂଗ୍ରେସକୁ ସେତେବେଳେ ଏକ ବଡ଼ ଝଟକା ଲାଗିଥିଲା, ଯେତେବେଳେ ଜମ୍ମୁ କାଶ୍ମୀର କଂଗ୍ରେସର ୬୪ ନେତା, କେନ୍ଦ୍ର ଅଞ୍ଚଳର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାଚାନ୍ଦଙ୍କ ସମେତ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଘୋଷଣା କରିଥିଲେ ।

ଏହି ଇସ୍ତପା ଦେଇଥିବା ନେତାଙ୍କ ମଧ୍ୟରେ ତାରା ଚାନ୍ଦଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ମାଜିଦ୍ ୱାନି, ଡକ୍ଟର ମନୋହର ଲାଲ ଶର୍ମା, ଘରୁ ରାମ ଚୌଧୁରୀ ଓ ପୂର୍ବତନ ବିଧାୟକ ଠାକୁର ବଲୱାନ ସିଂ, ପୂର୍ବତନ ସାଧାରଣ ସମ୍ପାଦକ ବିନୋଦ ମିଶ୍ର ଆଦି ବରିଷ୍ଠ ନେତା ମାନେ ଅଛନ୍ତି ।

କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ସମସ୍ତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମିଳିତ ଇସ୍ତଫା ପତ୍ର ପଠାଇଛନ୍ତି । ୬୪ ନେତାଙ୍କ ଜନତାଙ୍କ ଇସ୍ତଫା ନେଇ କଂଗ୍ରେସରେ ହଟଚମ୍ପଟ ସୃଷ୍ଟି ହୋଇଥିବାବେଳେ ଆଜାଦ କଂଗ୍ରେସକୁ ଆଉ ଏକ ବଡ଼ ଧରଣର ଘୋଷଣା କରିଛନ୍ତି । ସେ କହିଛନ୍ତି, “ସମସ୍ତେ ମୋ ପାଇଁ ଇସ୍ତଫା ଦେଇଛନ୍ତି । ସମସ୍ତେ ମୋ ସହିତ ଅଛନ୍ତି । କଂଗ୍ରେସ ବର୍ତ୍ତମାନ ଆହୁରି ଅନେକ ଝଟକା ଲାଗିବ ।"

ଉଲ୍ଲେଖନୀୟ କଥା ହେଉଛି, କଂଗ୍ରେସ ଛାଡିବା ପରେ ଆଜାଦ ଜମ୍ମୁ କାଶ୍ମୀରରୁ ଏକ ଜାତୀୟ ସ୍ତରୀୟ ଦଳ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ତାଙ୍କ ଘୋଷଣା ପରେ ଜମ୍ମୁ କାଶ୍ମୀରର ବହୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ସମେତ ଏକ ଡର୍ଜନରୁ ଅଧିକ ବିଶିଷ୍ଟ କଂଗ୍ରେସ ନେତା, ଶତାଧିକ ପଞ୍ଚାୟତ ରାଜ ଅନୁଷ୍ଠାନ (PRI) ସଦସ୍ୟ, ମ୍ୟୁନିସିପାଲିଟି କର୍ପୋରେଟର ଓ ଜିଲ୍ଲା ତଥା ବ୍ଲକ ସ୍ତରୀୟ ନେତାମାନେ ଆଜାଦଙ୍କ ଦଳରେ ଯୋଗଦେବା ପାଇଁ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ।

ସୋନିଆ-ରାହୁଲଙ୍କ ବିରୋଧରେ ଆଜାଦଙ୍କ କଡ଼ା ଟିପ୍ପଣୀର ପରେ କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ କ୍ରମାଗତ ଭାବରେ କଂଗ୍ରେସ ଓ ନେହେରୁ ଗାନ୍ଧୀ ପରିବାର ଉପରେ ଟିପ୍ପଣୀ କରୁଛନ୍ତି । କଂଗ୍ରେସର ଅନେକ ମୁଖପାତ୍ର ଆଜାଦଙ୍କୁ ବିଜେପି ସହ ମେଣ୍ଟ କରିଥିବା ଅଭିଯୋଗ କରିଛନ୍ତି । ଏହାର ଜବାବରେ ଆଜାଦ ମଧ୍ୟ କଂଗ୍ରେସ ମୁଖପାତ୍ରଙ୍କୁ ମଧ୍ୟ ଆଇନା ଦେଖାଇଥିଲେ । ଦଳ ଛାଡିବାବେଳେ ଆଜାଦ କେବଳ ରାହୁଲ ଗାନ୍ଧୀଙ୍କୁ ଦଳର ଅସୁବିଧା ପାଇଁ ଦାୟୀ କରିଥିଲେ ।

କିନ୍ତୁ ଦଳ ଛାଡିବା ପରେ ସେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଆଜାଦ ଭୁଲି ନାହାଁନ୍ତି । ଆଜାଦଙ୍କ କଠୋର ସ୍ୱର ଓ ତୀକ୍ଷ୍ଣ ମନୋଭାବକୁ ଦେଖିଲେ ଜଣାପଡୁଛି ଯେ ସେ ଜମ୍ମୁ କାଶ୍ମୀରରୁ ଦଳ କଂଗ୍ରେସକୁ ଧ୍ୱଂସ କରିବାକୁ ସଂକଳ୍ପବଦ୍ଧ । କଂଗ୍ରେସ ଛାଡିବାବେଳେ ଆଜାଦ ରାହୁଲ ଗାନ୍ଧୀଙ୍କୁ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଜମ୍ମୁ କାଶ୍ମୀରରୁ କଂଗ୍ରେସକୁ ହଟାଇ ଆଜାଦ ତାଙ୍କ ଅପମାନର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ବୋଧହୁଏ ଏହି କାରଣ ହେଉଛି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିଷୟରେ ଆଜାଦଙ୍କ ବୟାନରେ କ୍ରୋଧଭାବ ପରିଲିକ୍ଷିତ ହେଉଛି ।

ଏହା ବି ପଢ଼ନ୍ତୁ: ୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ କିଏ ଦେବେ ଟକ୍କର? ଏହି ନେତା ବିଗାଡ଼ିବ ରାହୁଲ ଗାନ୍ଧୀଙ୍କ ଖେଳ!

Read More
{}{}