Hindi News >>Home >>Odisha Politics

Odisha Election 2024: କଟକ-ସମ୍ବଲପୁର ଲୋକସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା

2024 Election in Odisha: ୨୦୨୪ ନିର୍ବାଚନ ପାଇଁ ରାଜ୍ୟର ୨ ଲୋକସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

Advertisement
 Odisha Election 2024: କଟକ-ସମ୍ବଲପୁର ଲୋକସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା
Stop
Zee Odisha Desk|Updated: Apr 28, 2024, 10:41 PM IST

Congress Candiadate for Odisha Election 2024: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ ୨୮ ତାରିଖ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ଶନିବାର ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ରାଜ୍ୟର ୨ ଲୋକସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।  ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ଗତକାଲି ଅନୁଷ୍ଠିତ ହୋଇଥିଲା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ। ଯେଉଁଥିରେ ରାଜ୍ୟର ୧୦ ଆସନ ଲାଗି ପ୍ରାର୍ଥୀ ସ୍ଥିର ହୋଇଥିଲା।

ଶନିବାର ରାଜ୍ୟର ୨ ଲୋକସଭା ଆସନ ଏବଂ ୮ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। କଟକ ଆସନରୁ ସୁରେଶ ମହାପାତ୍ର ଏବଂ ସମ୍ବଲପୁର ଆସନରୁ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦେଇଛି ଦଳ। ପୂର୍ବରୁ ସମ୍ବଲପୁର ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ହେଲେ ତାଙ୍କ ଟିକେଟ କଟାଯାଇ ସମ୍ବଲପୁର ଆସନରେ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। 

ସେହିପରି ରାଜ୍ୟର ୮ ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ କରାଯାଇଛି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା।  ବାରିପଦା ଆସନରୁ ପ୍ରମୋଦ କୁମାର ହେମ୍ବ୍ରମ୍,  ଜଳେଶ୍ୱର ଆସନରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର ଆସନରୁ ମୋନାଲିସା ଲେଙ୍କା, ବଡ଼ଚଣା ଆସନରୁ ଅଜୟ ସାମଲ, ପାଲ୍ଲହଡ଼ା ଆସନରୁ ଫକୀର ସାମଲ, କଟକ-ବାରବାଟି ଆସନରୁ ସୋଫିଆ ଫିରଦୁସ, ଜଗତସିଂହପୁର ଆସନରୁ ପ୍ରତିମା ମଲ୍ଲିକ, ଖଣ୍ଡପଡ଼ା ଆସନରୁ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ। 

କଂଗ୍ରେସ ବାରିପଦା ଏବଂ ଖଣ୍ଡପଡ଼ା ଆସନରେ ଏହାର ପ୍ରାର୍ଥୀ ପରିବର୍ତ୍ତନ କରିଛି। ପ୍ରଥମେ ବାରିପଦା ଆସନରୁ ବାଦଲ ହେମ୍ବ୍ରମ୍ ଏବଂ ଖଣ୍ଡପଡ଼ା ଆସନରୁ ମନୋଜ କୁମାର ପ୍ରଧାନଙ୍କୁ ଟିକେଟ ଦେଇଥିଲା ଦଳ। ହେଲେ  ପରେ ଉଭୟଙ୍କ ଟିକେଟ କାଟି ଏହି ୨ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।  

କଂଗ୍ରେସ ସାଂସଦ ପ୍ରାର୍ଥୀ ତାଲିକା

  • କଟକ: ସୁରେଶ ମହାପାତ୍ର
  • ସମ୍ବଲପୁର: ନଗେନ୍ଦ୍ର ପ୍ରଧାନ

କଂଗ୍ରେସ ବିଧାୟକ ପ୍ରାର୍ଥୀ ତାଲିକା

  • ବାରିପଦା: ପ୍ରମୋଦ କୁମାର ହେମ୍ବ୍ରମ୍
  • ଜଳେଶ୍ୱର: ଦେବୀ ପ୍ରସନ୍ନ ଚାନ୍ଦ
  • ବାଲେଶ୍ୱର: ମୋନାଲିସା ଲେଙ୍କା
  • ବଡ଼ଚଣା: ଅଜୟ ସାମଲ
  • ପାଲ୍ଲହଡ଼ା: ଫକୀର ସାମଲ
  • କଟକ-ବାରବାଟି: ସୋଫିଆ ଫିରଦୁସ
  • ଜଗତସିଂହପୁର: ପ୍ରତିମା ମଲ୍ଲିକ
  • ଖଣ୍ଡପଡ଼ା: ବୈଜୟନ୍ତୀମାଳା ମହାନ୍ତି

 

Read More
{}{}