Hindi News >>Home >>Odisha Politics

Twitter Followers: ରେସ୍ ରେ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇଲେ ଯୋଗୀ ଆଦିତ୍ୟନାଥ

Rahul vs Yogi: ନିର୍ବାଚନ ରଣାଙ୍ଗନ (Election Field) ହେଉ କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform), ସବୁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ଗତି ଆଗରେ ବିରୋଧୀ ପଛରେ ରହିଯାଉଛନ୍ତି।

Advertisement
ସାଂକେତିକ ଫଟୋ
Stop
Zee Odisha Desk|Updated: Sep 03, 2022, 06:57 PM IST

Rahul vs Yogi: ନିର୍ବାଚନ ରଣାଙ୍ଗନ (Election Field) ହେଉ କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform), ସବୁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ଗତି ଆଗରେ ବିରୋଧୀ ପଛରେ ରହିଯାଉଛନ୍ତି। କେବଳ ଉତ୍ତରପ୍ରଦେଶରେ ନୁହେଁ ପରନ୍ତୁ ଯୋଗୀ ଏଥର ମଧ୍ୟ ଲୋକପ୍ରିୟତା ଦୃଷ୍ଟିରୁ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ପଛରେ ପକାଇ ଦେଇଛନ୍ତି। ରାଜନୀତିରେ ସୋସିଆଲ ମିଡିଆର ମହତ୍ତ୍ବ କ’ଣ, ତାହା ସିଏମ ଯୋଗୀ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ଯୋଗୀ ବର୍ତ୍ତମାନ ଡିଜିଟାଲ୍ ପ୍ଲାଟଫର୍ମର ଆଉ ଏକ ନୂତନ କିର୍ତ୍ତୀ କରିବାକୁ ଯାଉଛନ୍ତି।

ଜାତୀୟ ସ୍ତରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେତେ ଲୋକପ୍ରିୟ ତାହା କାହାକୁ ଅଛପା ନାହିଁ। ଯୋଗୀଙ୍କୁ କେବଳ ୟୁପିରେ ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟରେ ବହୁତ ଲୋକ ପସନ୍ଦ କରନ୍ତି। ଯୋଗୀ ଆଦିତ୍ୟନାଥ ସାଧାରଣ ଜନତାଙ୍କ ମଧ୍ୟରେ ଯେତିକି ଲୋକପ୍ରିୟ, ସୋସିଆଲ ମିଡିଆରେ କୌଣସି ପେଡ ପ୍ରମୋଶନ ବିନା ମଧ୍ୟ ଅନେକ ଫୋଲୋଅର୍ସ ଅଛନ୍ତି। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform) ଟ୍ୱିଟରରେ (Twitter) ସିଏମ ଯୋଗୀ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି।

ବାସ୍ତବରେ, ରାଜନୀତିର ପରିବର୍ତ୍ତିତ ପରିବେଶରେ ଲୋକପ୍ରିୟତାର ଏକ ମାପକାଠି ମଧ୍ୟ ସୋସିଆଲ ମିଡିଆରେ ଥିବା ନେତାଙ୍କ ଫୋଲୋଅର୍ସ ସଂଖ୍ୟା। ଏହି ପ୍ରସଙ୍ଗରେ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠାରୁ ବହୁ ଆଗରେ ଅଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଟ୍ୱିଟରରେ ୨୧.୪ ମିଲିୟନ ଫୋଲୋଅର୍ସ ଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କର ୨୧.୫ ମିଲିୟନ ଫୋଲୋଅର୍ସ ଅଛନ୍ତି।

ସୋସିଆଲ ମିଡିଆ ମାଧ୍ୟମରେ ସାଧାରଣ ଜନତାଙ୍କ ନିକଟରେ ସିଏମ ଯୋଗୀଙ୍କ ପହଞ୍ଚ ଅନ୍ୟ ନେତାଙ୍କ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯୁବକ ମାନେ ବହୁ ସଂଖ୍ୟାରେ ତାଙ୍କ ସହିତ ଯୋଗ ଦେଉଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଯୋଗୀ ନିର୍ବାଚନ ରାଲି ସହିତ ସୋସିଆଲ ମିଡିଆ ମାଧ୍ୟମରେ ଭଲ ନିର୍ବାଚନ ପ୍ରଚାର କରିଥିଲେ। ଯୋଗୀଙ୍କ ଯେକୌଣସି ଟ୍ୱିଟରେ ଲାଇକ୍, ରିଟ୍ୱିଟ ଏବଂ କମେଣ୍ଟ ଦେଖି ଗୋଟିଏ କଥା ସ୍ପଷ୍ଟ ଯେ, ଲୋକମାନେ ତାଙ୍କ ବାର୍ତ୍ତା ସହ ଯଥାସମ୍ଭବ ଯୋଡିବାକୁ ଚାହୁଁଛନ୍ତି।

ଏହା ବି ପଢନ୍ତୁ: Bihar Politics: ନୀତିଶ କୁମାରଙ୍କ ଦିଲ୍ଲୀ ପ୍ଲାନକୁ ବିହାରବାସୀ ଗ୍ରହଣ କରିବେ ତ!

ଯୋଗୀ ଆଦିତ୍ୟନାଥ ଡିଜିଟାଲ୍ ମିଡିଆର ସମସ୍ତ ପ୍ଲାଟଫର୍ମରେ ଏକ 'ହଟ୍ ଟ୍ରାଫିକ୍'। ଗୁଗୁଲ୍ ଟ୍ରେଣ୍ଡସ୍ ଆକଳନ ଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଡିସେମ୍ବର ୨୦୨୧ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ 'ୱେବ୍ ସର୍ଚ୍ଚ'ରେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଭାବରେ ରାହୁଲ ଗାନ୍ଧୀଙ୍କ ଉପରେ ଭାରି ପଡିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ଖବରକୁ ବିଧାନସଭା ନିର୍ବାଚନ ସମୟରେ ସର୍ବାଧିକ ସର୍ଚ୍ଚ କରାଯାଇଥିଲା।

ତେଣୁ ବିଜେପି ଯୋଗୀଙ୍କୁ କେବଳ ଉତ୍ତରପ୍ରଦେଶରେ ସିମିତ ନରଖି ଜାତୀୟ ରାଜନୀତିରେ ମଧ୍ୟ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଏଣ୍ଟ୍ରି କରାଉଛି। ଦେଶରେ ଯେଉଁ ରାଜ୍ୟରେ ନିର୍ବାଚ ହୋଇଥାଏ ସେଠାରେ ବିଜେପି ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥାନ୍ତି। ବିଜେପିର ଯେଉଁ କେତେଜଣ ପ୍ରମୁଖ ନେତା ଅଛନ୍ତି ତାଙ୍କ ଭିତରେ ଯୋଗୀ ମଧ୍ୟ ସାମିଲ ରହିଛନ୍ତି। 

Read More
{}{}