Hindi News >>Home >>Odisha Politics

ପ୍ରସନ୍ନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ବିଜେଡି ନେତା ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Advertisement
ପ୍ରସନ୍ନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
Stop
Soubhagya Ranjan Mishra|Updated: Mar 15, 2024, 12:58 PM IST

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।

Post- 

ସୂଚନାଯୋଗ୍ୟ, ଗୁରବାର ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରସନ୍ନ । ବର୍ତ୍ତମାନ ସମ୍ବଲପୁରରେ ଏକ ଘରୋଇ ଡାକ୍ତରଖାନାରେରେ ପ୍ରସନ୍ନଙ୍କର ଚିକିତ୍ସା ଜାରି ରହିଛି । ଗୁରୁବାର ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଗଡ଼ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ ଗାଡ଼ି । ଦୁର୍ଘଟଣାରେ ପ୍ରସନ୍ନଙ୍କ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

Also Read- ଟ୍ରକ୍ ସହ ଟାଟା ମ୍ୟାଜିକ ଧକ୍କା, ଜଣେ ଗୁରତର, ଡ୍ରାଇଭର୍ ଫେରାର୍

Also Read- ବିନ୍ଦୁ ସାଗରରୁ ମିଳିଲା ମହିଳାଙ୍କ ମୃତଦେହ

{}{}