Hindi News >>Home >>Odisha Politics

Naveen Patnaik: ନବୀନ ଓହ୍ଲାଇବେ ପ୍ରଚାର ମୈଦାନ, ବିଜେପିର ହାଇଟେକ ଗାଡ଼ି, କଂଗ୍ରେସର ‘ଭିତିରି ସମ୍ପର୍କ’ ନାରା

ସମସ୍ତ ଦଳ ପକ୍ଷରୁ ଏବେ ଡିଜିଟାଲ୍‍ ପ୍ରଚାର ଆରମ୍ଭ ହୋଇଛି। ପ୍ରତିଟି ଦଳ ସେମାନଙ୍କ ଭିଡିଓ ଏବଂ ପାଠ୍ୟକୁ ବିଭିନ୍ନ ସେଶାଲ୍ ମିଡିଆ, ଡିଜିଟାଲ୍‍ ପୋର୍ଟାଲ୍‍ ମାଧ୍ୟମରେ ପ୍ରଦାନ କରିବା ଆରମ୍ଭ କଲେଣି। ଏଥିଲାଗି ପ୍ରତି ଦଳ ପକ୍ଷରୁ ମନିଟରିଂ ସେଲ୍‍ ସମେତ ଯୋଦ୍ଧାଙ୍କୁ ପ୍ରସ୍ତୁତ ରଖାଯାଇଛି।

Advertisement
Naveen Patnaik: ନବୀନ ଓହ୍ଲାଇବେ ପ୍ରଚାର ମୈଦାନ, ବିଜେପିର ହାଇଟେକ ଗାଡ଼ି, କଂଗ୍ରେସର ‘ଭିତିରି ସମ୍ପର୍କ’ ନାରା
Stop
Zee Odisha Desk|Updated: Apr 08, 2024, 07:59 AM IST

Naveen Patnaik: ଭୁବନେଶ୍ୱର: ଭୋଟ୍‍ ଆଉ ପାଞ୍ଚ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ହେବ। ରାଜ୍ୟର ପ୍ରମୁଖ ଦଳ ଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତାଲିକା କିଛି ଅଞ୍ଚଳେରେ ଘୋଷଣା କରିଥିବା ବେଳେ ଅଆ କିଛି ଅଞ୍ଚଳରେ ଦ୍ୱନ୍ଦ୍ୱ ଏଯାଏ ସମାଧାନ କରିପାରି ନାହାନ୍ତି। ଅପରକ୍ଷେ ଆଉ ୧୦ ଦିନ ପରେ ନିର୍ବାଚନ କମିଶନ ପ୍ରଥମ ପର୍ଯ୍ୟାୟ ଲାଗି  ବିଜ୍ଞପ୍ତି ଜାରି କରିବେ। ଅର୍ଥାତ ଦିନକୁ ଦିନ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି ପ୍ରଚାର କରାଯିବ ଏବଂ କେମିତି ଲୋକଙ୍କୁ ଆକୃଷ୍ଟ କରାଯିବ ସେଥିଲାଗି ଜୋରଦାର ପ୍ରୟାସ ହେଉଛି।

ବିଜୁ ଜନତା ଦଳ ପକ୍ଷରୁ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ପ୍ରାର୍ଥୀ ହୋଇଥିବାାରୁ ପ୍ରଚାର ମୈଦାନରେ ଦୁଇଜଣ ମୁଖ୍ୟ ପ୍ରଚାରକ। ଜଣେ ହେଲେ  ପୂର୍ବତନ ସଚିବ ତଥା ବର୍ତ୍ତମାନର ବିଜେଡି ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ ଏବଂ ଅନ୍ୟ ଜଣକ ହେଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମୁହଁ ନବୀନ ପଟ୍ଟନାୟକ। ଅବଶ୍ୟ ଏବେ ଘୋଷିତ ପ୍ରାର୍ଥୀମାନେ ନିଜ ନିଜର ପତିଆରା ଦେଖାଇବା ତଥା ଲୋକସଭ୍ବର୍କ ଅଭିଯାନ ଆରମ୍ଭ କରିସାରିଲେଣି। ସ୍ଥାନୀୟ ଦେବାଳୟଠାରେ କିଏ ଆଶୀର୍ବାଦ ନେଉଛି ତ କିଏ ଇଫ୍‍ତାର ପାର୍ଟିରେ ମୁସ୍‍ଲିମ ସମ୍ପ୍ରଦାୟ ଭୋଟ୍‍ ଅକ୍ତିଆର କରିବାକୁ ଉଦ୍ୟମ କରିଲେଣି। ପୁଣି ପାର୍କ ଏବଂ ଚା’ ଖଟିରେ ଯୋଗ ଦେଇ ନିଜକୁ ପ୍ରାର୍ଥୀ ବୋଲି ପରିଚୟ ଦେଉଛନ୍ତି ଅନେକ ନେତା। ହେଲେ ଏସବୁ ସ୍ଥାନୀୟ ସ୍ତରର ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଦଳଗୁଡ଼ିକ ଆଉ କିଛିଦିନ ପରେ ଆରମ୍ଭ କରିବାକୁ ଯାଉଛନ୍ତି ମେଗା ପ୍ରଚାର ଅଭିଯାନ। 

ଶରୀର ଅସୁସ୍ଥ ବୋଲି କହୁଥିବା ଲୋକଙ୍କ ମୁହଁରେ କାଳି ପକାଇବାକୁ ବିଜେଡି ସୁପ୍ରିମୋ ପ୍ରସ୍ତୁତ ହେଲେଣି। ଏପ୍ରିଲ୍‍ ଶେଷ ଆଡ଼କୁ ସେ ଖୋଦ୍‍ ପ୍ରଚାର ପାଇଁ ଆସିବେ। ଗତ ନିର୍ବାଚନରେ ତାଙ୍କର ଗୋଟିଏ କଥା ‘ ଆପଣମାନେ ଖୁସି ତ!’ ଭୋଟରଙ୍କ ଅଜସ୍ର ଆଶୀର୍ବାଦର କାରଣ ହୋଇଥିଲା। ଏଥର ଶ୍ରୀ ପଟ୍ଟନାୟକ ଲୋକଙ୍କୁ କେଉଁ ମ୍ୟାଜିକ୍‍  ଦେଖାଉଛନ୍ତି ତାହାକୁ ଅପେକ୍ଷା। କିନ୍ତୁ ହାଇଟେକ୍‍ ଗାଡ଼ିରେ ନବୀନ  ପ୍ରତିଟି ନିର୍ବାଚନ ମଣ୍ଡଳୀ ଗସ୍ତ କରି ସେଠାରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ବିଜେପି ମଧ୍ୟ ସମାନ ଢାଞ୍ଚାରେ ଏଥର ନିର୍ବାଚନ ଲଢ଼ିବାକୁ ଓହ୍ଲାଇଛି। ମେଣ୍ଟ ଚର୍ଚ୍ଚାକୁ ଭାଙ୍ଗି ନିଜକୁ ଆର୍ମ ନିର୍ଭର ଦଳ ଭାବେ ପ୍ରତିଷ୍ଠିତ କରିବାକୁ ଉଦ୍ୟମ କରୁଥିବା ପାର୍ଟି ପାଇଁ କିଏ ଆସିବେ ପ୍ରଚାରକୁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଳୀୟ ନେତୃତ୍ୱ ଯଦିଓ ଏଥିନେଇ କିଛି କହିବାକୁ ନାରାଜ ତଥାପି, ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ଷ୍ଟାର ପ୍ରଚାରକ ମାନେ ମେ ମାସରେ ରାଜ୍ୟକୁ ଆସିପାରନ୍ତି। ବିଜେପି ଗତଥର କଳାହାଣ୍ଡିରେ ଭଲ ପ୍ରଦର୍ଶନ କରିଥିଲା। ସଂସଦ ପଦବୀ ବି ଅକ୍ତିଆର କରିଥିଲା। ଏଥର ବି କଳାହାଣ୍ଡି, ବ୍ରହ୍ମପୁରରେ ବିଜେପି- ବିଜେଡି ଭିତରେ ବିଗ୍‍ ଫାଇଟର ଆଶା ରହିଛି। ଏଥର ପ୍ରଚାର ଗାଡ଼ିରେ ଏଲ୍‍ଇଡି ଲଗାଇ ମାଇକ୍‍ ଯୋଗେ ଡବଲ୍‍ ଇଞ୍ଜିନ୍‍ ସରକାର ପାଇଁ ପ୍ରଚାର କରିବା ବିଜାପି। ସମସ୍ତ ୧୪୭ ଆସନ ଲାଗି ଅଲଗା ଅଲଗା ଗାଡ଼ିର ବ୍ୟବସ୍ଥା କରାଯାଇଛି। 

କଂଗ୍ରେସ ମଧ୍ୟ ପଛରେ ପଡ଼ିନି। ହାଇଟେକ୍‍ ଗାଡ଼ି ସହ ଷ୍ଟାର ପ୍ରଚାରକଙ୍କୁ ଦଳ ଏଠାରେ ଓହ୍ଲାଇବ। ରାହୁଲ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦଳ ରାଜ୍ୟରେ ପ୍ରଚାର ପାଇଁ ଆଣିବାକୁ ଯୋଜନା ରଖିଛି। ଏହା ସହ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦଳ ଏଠାକୁ ଅଣାଇବ।  କଂଗ୍ରେସ ମୁଖ୍ୟତଃ ବିଜେଡି-ବିଜେପି ଭିତରେ ଥିବା ସମ୍ପର୍କକୁ ଲୋକଙ୍କ ପାଖକୁ ଆଣିବ। ଏମାନେ ଗୋଟିଏ ନାଉର ମଞ୍ଜି ବୋଲି କହିବ। ଭୋଟ ପୂର୍ବରୁ ଗୋଟିଏ ହୋଇ ଗକାମ କରୁଥିଲେ ଏବଂ ଭୋଟ ପରେ ମଧ୍ୟ ଏକା ହୋଇଯିବେ ବୋଲି କଂଗ୍ରେସ ଜନତାଙ୍କୁ କହିବାକୁ ଯାଉଥିବା ସୂଚନା ମିଳିଛି। 

ସମସ୍ତ ଦଳ ପକ୍ଷରୁ ଏବେ ଡିଜିଟାଲ୍‍ ପ୍ରଚାର ଆରମ୍ଭ ହୋଇଛି। ପ୍ରତିଟି ଦଳ ସେମାନଙ୍କ ଭିଡିଓ ଏବଂ ପାଠ୍ୟକୁ ବିଭିନ୍ନ ସେଶାଲ୍ ମିଡିଆ, ଡିଜିଟାଲ୍‍ ପୋର୍ଟାଲ୍‍ ମାଧ୍ୟମରେ ପ୍ରଦାନ କରିବା ଆରମ୍ଭ କଲେଣି। ଏଥିଲାଗି ପ୍ରତି ଦଳ ପକ୍ଷରୁ ମନିଟରିଂ ସେଲ୍‍ ସମେତ ଯୋଦ୍ଧାଙ୍କୁ ପ୍ରସ୍ତୁତ ରଖାଯାଇଛି।

{}{}