Hindi News >>Home >>Odisha Politics

Mohan Majhi Meet Naveen: ଶପଥ ଗ୍ରହଣ ପୂର୍ବରୁ ମୋହନ ମାଝି ସୃଷ୍ଟି କଲେ ନୂଆ ପରମ୍ପରା, ନବୀନଙ୍କ ଘରେ ଭେଟି ଆଲୋଚନା କଲେ

ଏହାପରେ ସେ ମଧ୍ୟ ଏହି ସଭାରେ ଯୋଗ ଦେବେ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି। ଜଣେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପୂର୍ବରୁ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ହେଉଛି ଏକ ନୂଆ ପରମ୍ପରା ସୃଷ୍ଟି କରିଛି।

Advertisement
Mohan Majhi Meet Naveen: ଶପଥ ଗ୍ରହଣ ପୂର୍ବରୁ ମୋହନ ମାଝି ସୃଷ୍ଟି କଲେ ନୂଆ ପରମ୍ପରା, ନବୀନଙ୍କ ଘରେ ଭେଟି ଆଲୋଚନା କଲେ
Stop
Prabhudatta Moharana|Updated: Jun 12, 2024, 12:22 PM IST

Mohan Majhi Meet Naveen: ଭୁବନେଶ୍ୱର: ବିଜେପି ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ ପୂର୍ବରୁ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଆଜି ସକାଳେ ବିଭିନ୍ନ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିବା ପରେ ସେ ନବୀନ ନିବାସ ଅଭିମୁଖେ ଯାଇଥିଲେ। ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ନବୀନଙ୍କୁ ଭେଟିଛନ୍ତି। 

ନବୀନ ଗତ ୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ଶାସନ କରିଛନ୍ତି। ଏଥର ତାଙ୍କୁ  ହଟାଇ ଲୋକେ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିଛନ୍ତି। ନବୀନଙ୍କ ବିଜୁ ଜନତା ଦଳ ଏଥର ମାତ୍ର ୫୧ଟି ଆସନରେ ସୀମିତ ରହିଛି। ବିଜେପି ୭୮ ଆସନରେ ବିଜୟୀ ହେବା ସହ ତିନିଜଣ ସ୍ୱାଧୀନ ବିଧାୟକଙ୍କ ଅତିରିକ୍ତ ସମର୍ଥନ ଲାଭ କରିଛନ୍ତି। 

ଗତକାଲି ନବୀନ ପଟ୍ଟନାୟକଙ୍କୁ ଶପଥଗ୍ରହଣ ସମାବେଶରେ ଯୋଗ ଦେବା ଲାଗି ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଏହାପରେ ସେ ମଧ୍ୟ ଏହି ସଭାରେ ଯୋଗ ଦେବେ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି। ଜଣେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପୂର୍ବରୁ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ହେଉଛି ଏକ ନୂଆ ପରମ୍ପରା ସୃଷ୍ଟି କରିଛି।

{}{}