Hindi News >>Home >>Odisha Politics

Chhattisgarh New CM: ମୁଖ୍ୟମନ୍ତ୍ରୀ ହେଲେ କ'ଣ କରିବେ? ୨ ବଡ଼ କାମ କହିଦେଲେ ବିଷ୍ଣୁ ଦେବ ସାୟ

Chhattisgarh New Chief Minsiter: ମୁଖ୍ୟମନ୍ତ୍ରୀ ପଜ ଭାର ଗ୍ରହଣ କରିବା ପରେ କେଉଁ କାମ କରିବେ ସେ ସମ୍ପର୍କରେ ଜଣାଇ ଦେଇଛନ୍ତି ବିଷ୍ଣୁ ଦେବ ସାୟ।

Advertisement
Chhattisgarh New CM: ମୁଖ୍ୟମନ୍ତ୍ରୀ ହେଲେ କ'ଣ କରିବେ? ୨ ବଡ଼ କାମ କହିଦେଲେ ବିଷ୍ଣୁ ଦେବ ସାୟ
Stop
Zee Odisha Desk|Updated: Dec 12, 2023, 01:02 AM IST

Chhattisgarh New CM Promises: ଦୀର୍ଘ ଦିନର ଛକାପଞ୍ଝା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ର କିଏ ହେବ ସେ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ବରିଷ୍ଠ ଆଦିବାସୀ ନେତା ବିଷ୍ଣୁ ଦେବ ସାୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଘୋଷଣା ହେବା ମାତ୍ରେ ସେ ପ୍ରଥମେ କେଉଁ କାମ କରିବେ ସେ ସମ୍ପର୍କରେ ଜଣାଇଛନ୍ତି। ସେ ନିଜର ଦୁଇଟି କାର୍ଯ୍ୟ ବିଷୟରେ କହିଥିଲେ। ଯାହାକୁ ସେ ଶପଥ ଗ୍ରହଣ କରିବା ମାତ୍ରେ ପ୍ରଥମେ ସମ୍ପୂର୍ଣ୍ଣ କରିବାକୁ ଯାଉଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଅଧିନରେ ରାଜ୍ୟର ବିକାଶ ଦ୍ୱିଗୁଣିତ ହେବ ବୋଲି କହିଛନ୍ତି  ବିଜେପି ନେତା ବିଷ୍ଣୁ ଦେବ ସାୟ।

କଂଗ୍ରେସ ସରକାର ଅମଳରେ ଖାଲି ହୋଇଛି ଛତିଶଗଡ଼ 
କଂଗ୍ରେସ ବିରୋଧରେ ବର୍ଷି ବିଜେପି ନେତା ବିଷ୍ଣୁ ଦେବ ସାୟ କହିଛନ୍ତି କହିଛନ୍ତି ଯେ ତାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିବାକୁ ଯାଉଛି। ରାଜ୍ୟରେ କଂଗ୍ରେସ ସରକାର କ୍ଷମତାସୀନ ରହିଥିବା ବେଳେ ଛତିଶଗଡ଼ ଖାଲି ହୋଇଯାଇଛି।  ହେଲେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଡବଲ ଇଞ୍ଜିନ ସରକାର ଅଧିନରେ ଆମେ ସଫଳ ହେବୁ ଏବଂ ରାଜ୍ୟର ବିକାଶ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଛତିଶଗଡ଼ ଲୋକଙ୍କୁ ଯାହା କିଛି ଗ୍ୟାରେଣ୍ଟି ଦେଇଛନ୍ତି, ଆମେ ତାହା ପୂରଣ କରିବୁ।

Also Read: Chhattisgarh New CM: ବିଷ୍ଣୁଦେବ ସାୟ ହେଲେ ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ

ଶପଥ ନେବା ମାତ୍ରେ ଦୁଇ ବଡ଼ କାମ କରିବେ ବିଷ୍ଣୁ ଦେବ ସାୟ 
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ନିଜର ଦୁଇ ପ୍ରାଥମିକ କାର୍ଯ୍ୟ ବିଷୟରେ କହିଛନ୍ତି ବିଜେପି ନେତା ବିଷ୍ଣୁ ଦେବ ସାୟ। ଏନେଇ ସେ କହିଛନ୍ତି ଯେ ସର୍ବପ୍ରଥମେ ୧୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସକୁ ମଞ୍ଜୁରୀ ପ୍ରଦାନ କରାଯିବ। ଏହା ସହିତ ଡିସେମ୍ବର ୨୫ ତାରିଖ ହେଉଛି ଛତିଶଗଡ଼ ଗଠନକାରୀ ତଥା ବିଜେପି ପ୍ରତିଷ୍ଠାତା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ। ଆସନ୍ତା ୨୫ ତାରିଖରେ ରାଜ୍ୟର କୃଷକଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ୨ ବର୍ଷର ବୋନସ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ।

ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ବିଷ୍ଣୁ ଦେବ ସାୟ 
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି କିପରି ଚାଲିଛି ତାହାର ଜବାବ ରଖିଛନ୍ତି ମନୋନୀତ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ। ଏନେଇ ସେ  କହିଛନ୍ତି ଯେ ଗତ ଥର ଆମେ ରାଜ୍ୟର ୧୧ ଲୋକସଭା ଆସନ ମଧ୍ୟରୁ ୯ ସିଟ୍ ଜିତିଥିଲୁ। ହେଲେ ଏଥର ଆମେ ରାଜ୍ୟର ସମସ୍ତ ୧୧ ଆସନ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବାରୁ ଆଦିବାସୀଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ରହିଛି। ଯାହାର ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନରେ ଦେଖାଯିବ। ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବା ପ୍ରସଙ୍ଗରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ ବୋଲି କହିଛନ୍ତି  ବିଜେପି ନେତା ବିଷ୍ଣୁ ଦେବ ସାୟ।

Read More
{}{}