Hindi News >>Home >>Odisha Politics

West Bengal Assembly: ମମତାଙ୍କ ବଡ ବୟାନ, 'ମୁଁ ଭାବୁନାହିଁ ଯେ ପିଏମ ମୋଦି ସିବିଆଇ ଓ ଇଡିର ଅପବ୍ୟବହାର କରୁଛନ୍ତି'

West Bengal Assembly Resolution: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରରେ ଥିବା ବିଜେପି ସରକାର ପାଇଁ ଗୋଟିଏ ପରେ ଗୋଟିଏ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ରାଜ୍ୟରେ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର 'ଅତ୍ୟଧିକ' ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି।

Advertisement
West Bengal Assembly: ମମତାଙ୍କ ବଡ ବୟାନ, 'ମୁଁ ଭାବୁନାହିଁ ଯେ ପିଏମ ମୋଦି ସିବିଆଇ ଓ ଇଡିର ଅପବ୍ୟବହାର କରୁଛନ୍ତି'
Stop
Zee Odisha Desk|Updated: Sep 19, 2022, 06:03 PM IST

West Bengal Assembly Resolution: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କେନ୍ଦ୍ରରେ ଥିବା ବିଜେପି ସରକାର (BJP Govt) ପାଇଁ ଗୋଟିଏ ପରେ ଗୋଟିଏ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ରାଜ୍ୟରେ କେନ୍ଦ୍ରୀୟ ଏଜେନ୍ସି (Central Agency) ଗୁଡ଼ିକର 'ଅତ୍ୟଧିକ' ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଏହି ପ୍ରସ୍ତାବ ଉପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ଭାବୁନାହିଁ ଯେ ପିଏମ ମୋଦି ସିବିଆଇ ଓ ଇଡିକୁ ଅପବ୍ୟବହାର କରୁଛନ୍ତି, କିନ୍ତୁ କିଛି ବିଜେପି ନେତା ନିଜ ସ୍ୱାର୍ଥ ପାଇଁ ଏହା କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି ଯେ, ସରକାର ଏବଂ ଦଳର କାର୍ଯ୍ୟକୁ ଅଲଗା ରଖନ୍ତୁ, ଏହା ଦେଶ ପାଇଁ ଭଲ ହେବ ନାହିଁ।

ନିୟମ ୧୬୯ ଅନୁଯାୟୀ ରାଜ୍ୟ ବିଧାନସଭାରେ ଏହି ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା। ପଶ୍ଚିମବଙ୍ଗ ସରକାର (West Bengal Govt) ଏହି ପଦକ୍ଷେପ ଏପରି ସମୟରେ ନେଇଛନ୍ତି ଯେଉଁ ସମୟରେ ଇଡି ଏବଂ ସିବିଆଇ ଟିଏମସି ନେତାଙ୍କ ବିରୋଧରେ କିଛି ହାଇ ପ୍ରୋଫାଇଲ ମାମଲାର ଯାଞ୍ଚ କରୁଛନ୍ତି। ଗତ ଦୁଇ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ଟିଏମସି ନେତାଙ୍କୁ ଗିରଫ କରାଯାଇଛି।

ଏହାପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ନିଲମ୍ବିତ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ସ୍କାମରେ ଗିରଫ କରାଯାଇଥିଲା। ଏହା ପରେ ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ କଥିତ ପଶୁ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ପ୍ରସ୍ତାବରେ ପୂର୍ବ ବର୍ଷ ସିବିଆଇ ଦ୍ବାରା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଫିରହାଦ ହାକିମ୍ ଓ ସୁବ୍ରତ ମୁଖାର୍ଜୀଙ୍କ ଗିରଫର ଚର୍ଚ୍ଚା ମଧ୍ୟ କରାଯାଇଛି।

କଥିତ କୋଇଲା ଚୋରା ଚାଲାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ, ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ, ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଲାୟ ଘଟକ ଏବଂ ରାଜ୍ୟରେ ଦାୟିତ୍ବରେ ଥବା କିଛି ଆଇପିଏସ୍ ଅଧିକାରୀଙ୍କୁ ମଧ୍ୟ ଇଡି ପ୍ରଶ୍ନ କରିଛି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅଭିଯୁକ୍ତ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସହ ସମ୍ପୃକ୍ତ ୪୮.୨୨ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସାମିଲ କରିଛି। ବର୍ତ୍ତମାନର ଏହି ଟଙ୍କା ସହିତ ଏହି ମାମଲାର ମୋଟ ୧୦୩.୧୦ କୋଟି ଟଙ୍କା ଜବତ ହୋଇଛି।

କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ହାଇପରକ୍ଟିଭିଟିକୁ ନେଇ ସୋମବାର ଦିନ ତୃଣମୂଳ କଂଗ୍ରେସ ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାର କାର୍ଯ୍ୟକ୍ରମ ଥିଲା । କେନ୍ଦ୍ରୀୟ ଏଜେନ୍ସିଗୁଡିକ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରି ଆସୁଛି । ବର୍ତ୍ତମାନ ଏହାକୁ ନେଇ ତୃଣମୂଳ କଂଗ୍ରେସ ବିଧାନସଭା ଭିତରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ସକ୍ରିୟତା ପାଇଁ ନିନ୍ଦା ପ୍ରସ୍ତାବ ଆଣିଛି । 

Read More
{}{}