Hindi News >>Home >>Odisha Politics

Punjab Politics: ବିଜେପି ହାତ ଧରିବେ କଂଗ୍ରେସ ସାଂସଦ ପରନୀତ କୌର? ଜବାବ ରଖିଲେ କ୍ୟାପ୍ଟେନ

Congress MP Preneet Kaur:  ଦଳରେ ଥାଇ ମଧ୍ୟ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ  ବେଳେ ଦଳ ସପକ୍ଷରେ ନୁହେଁ ବିପକ୍ଷରେ ଭୋଟ ଭିକ୍ଷା କରିଥିଲେ କଂଗ୍ରେସ ସାଂସଦ ପରନୀତ କୌର।

Advertisement
Punjab Politics: ବିଜେପି ହାତ ଧରିବେ କଂଗ୍ରେସ ସାଂସଦ ପରନୀତ କୌର? ଜବାବ ରଖିଲେ କ୍ୟାପ୍ଟେନ
Stop
Subhramjit Ray|Updated: Sep 20, 2022, 07:39 PM IST

Amarinder Singh Preneet Kaur: ସେପ୍ଟମ୍ବର ୧୯ ତାରିଖ ସୋମବାର ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଗୈରିକ ଦଳରେ ସାମିଲ ହୋଇଛନ୍ତି ପୂ୍ର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ଏହି ଅବସରରେ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ବିଜେପି ସହ ହୋଇଛି ମିଶ୍ରଣ। ବିଜେପି ହାତ ଧରିବା ଅବସରରେ କ୍ୟାପ୍ଟେନ କହିଛନ୍ତି ଯେ, ବର୍ତ୍ତମାନ ଏପରି ଏକ ଦଳକୁ ଯିବାର ସମୟ ଆସିଛି ଯିଏ ଦେଶର ସ୍ୱାର୍ଥ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି କାମ କରୁଛି। ତାଙ୍କ ପୁଅ ରାନିନ୍ଦର ସିଂହ ଏବଂ ଝିଅ ଜୟ ଇନ୍ଦର କୌର ବିଜେପି ଶିବିରରେ ସାମି ହୋଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ଯେ ବର୍ତ୍ତମାନ ଦେଶ ପାଇଁ କିଛି କରିବାର ସମୟ ଆସିଛି। ଆମେ କଂଗ୍ରେସକୁ ଦେଖିଛୁ। ବର୍ତ୍ତମାନ ଆମେ ସେହି ଦଳ ପାଖକୁ ଯିବାର ସମୟ ଆସିଛି ଯିଏ ଦେଶ ତଥା ଏହାର ସୁରକ୍ଷା ପାଇଁ ବହୁତ କିଛି କରିଛି। ଏଠାକୁ ଆସିବା ଅତ୍ୟନ୍ତ ଆନନ୍ଦଦାୟକ। 

ଯେତେବେଳେ କ୍ୟାପ୍ଟେନଙ୍କୁ ତାଙ୍କ ପତ୍ନୀ ତଥା ପଞ୍ଜାବ ପଟିଆଲା ଲୋକସଭା ଆସନର କଂଗ୍ରେସ ସାଂସଦ ପରନୀତ କୌର ବିଜେପି ହାତ ଧରିବେ ନା ନାହିଁ ବୋଲି ପଚରାଗଲା, ସେତେବେଳେ ଏହାର ଜବାବ ରଖି କ୍ୟାପ୍ଟେନ କହିଛନ୍ତି ଯେ ପତ୍ନୀଙ୍କ ପାଇଁ କ'ଣ କରିବା ଜରୁରୀ ତାହା ପତି କରୁଛନ୍ତି। 

Also Read: ଦଳ ସପକ୍ଷରେ ନୁହେଁ ବିପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ନେତ୍ରୀ

ସୋମବାର ଦିଲ୍ଲୀ ଠାରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ କ୍ୟାପଟେନଙ୍କ ସହ ପୂ୍ର୍ବତନ ପଞ୍ଜାବ ବିଧାନସଭା ଉପବାଚସ୍ପତି ଅଜୈବ ସିଂହ ଭଟ୍ଟୀ, ପୂର୍ବତନ ସାଂସଦ ଅମରିକ୍ ସିଂହ ଅଲୀୱାଲ, ପୂର୍ବତନ ବିଧାୟକ ହରଚାନ୍ଦ କୌର, ହରିନ୍ଦର ସିଂହ ଥେକେଦର, ପ୍ରେମ ମିତ୍ତଲ, ଶ୍ରମିକ ନେତା କେୱଲ ସିଂହ ସେମାନଙ୍କ ସମର୍ଥକଙ୍କ ସହ ବିଜେପି ହାତ ଧରିଛନ୍ତି। କ୍ୟାପ୍ଟେନଙ୍କ ପୂର୍ବତନ ପରାମର୍ଶଦାତା ବିଆଇଏସ୍ ଚହଲ ମଧ୍ୟ ଗୈରିକ ଦଳରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରେ କ୍ୟାପ୍ଟେନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କୁ ଭେଟିଥିଲେ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2022) ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ପିଏଲସି (PLC) ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister of Punjab) କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ପାଇଁ ଭୋଟ୍ ଭିକ୍ଷା କରିଥିଲେ ପଟିଆଲା ଲୋକସଭା ଆସନର (Patiala Lok Sabha) କଂଗ୍ରେସ ସାଂସଦ (Congress MP) ପରନୀତ କୌର (Preneet Kaur)।

ସେତେବେଳେ ଦଳରେ ଥାଇ ମଧ୍ୟ ବିଧାନସଭା ନିର୍ବାଚନ ବେଳେ ଦଳ ସପକ୍ଷରେ ନୁହେଁ ବିପକ୍ଷରେ ଭୋଟ ଭିକ୍ଷା କରିଥିଲେ କଂଗ୍ରେସ ସାଂସଦ ପରନୀତ କୌର। ମାତ୍ର ଏହି ନିର୍ବାଚନରେ ନିଜେ କ୍ୟାପ୍ଟେନ କିମ୍ବା ତାଙ୍କ ଦଳର କୌଣସି ପ୍ରାର୍ଥୀ  ପଞ୍ଜାବ ବିଧାନସଭା ନିର୍ବାଚନରେ ବାଜିମାତ କରିବାରେ ସଫଳ ହୋଇନଥିଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟନ ତାଙ୍କର ପାରମ୍ପରିକ ପଟିଆଲା ଆସନରୁ ପରାସ୍ତ ହୋଇଥିଲେ। 

Read More
{}{}