Hindi News >>Home >>Odisha Politics

Saibaba: ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରି ଚର୍ଚ୍ଚାରେ ରବର୍ଟ ଭଦ୍ରା, କଟାକ୍ଷ କଲା ବିଜେପି

BJP targets Congress: ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରିବାକୁ କଂଗ୍ରେସକୁ କଟାକ୍ଷ କରିଛି ବିଜେପି। 

Advertisement
Saibaba: ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରି ଚର୍ଚ୍ଚାରେ ରବର୍ଟ ଭଦ୍ରା, କଟାକ୍ଷ କଲା ବିଜେପି
Stop
Subhramjit Ray|Updated: Nov 01, 2022, 03:47 PM IST

Robert Vadra Rahul Gandhi: ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା। ଏହାକୁ ନେଇ ସରଗରମ ହୋଇଉଠିଛି ମଧ୍ୟ ପ୍ରଦେଶ ରାଜନୀତି। ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରିବାକୁ କଂଗ୍ରେସକୁ କଟାକ୍ଷ କରିଛି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ଗାନ୍ଧୀ-ନେହେରୁ ପରିବାରକୁ ଭଗବାନ ରୂପେ ଦର୍ଶାଇବା ପାଇଁ କଂଗ୍ରେସ ଆଗେଇ ଆସିଛି। ହେଲେ ଏହି ପରିବାରର ସଦସ୍ୟ ଭଗବାନଙ୍କୁ ବିଶ୍ୱାସ କରନ୍ତିନାହିଁ। 

ରାହୁଲ ଗାନ୍ଧୀଙ୍କୁ (Rahul Gandhi) ସାଇ ବାବାଙ୍କ (Saibaba) ସହ ତୁଳନା କରି ରବର୍ଟ ଭଦ୍ରା (Robert Vadra) ଆଶା ପ୍ରକଟ କରିଛନ୍ତି ଯେ ଭାରତ ଯୋଡା ଯାତ୍ରା (Bharat Jodo Yatra) ଦେଶରେ ପରିବର୍ତ୍ତନ ଆଣିବ। ହେଲେ ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରିବାକୁ ସହଜେ ଗ୍ରହଣ କରିପାରିନାହିଁ ବିଜେପି (BJP)। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ ମନ୍ତ୍ରୀ (Madhya Pradesh Minister) ତଥା ବିଜେପି ବିଧାୟକ ବିଶ୍ୱାସ ସାରଙ୍ଗ (BJP MLA Vishvas Sarang)। ଏହାର ଜବାବ ଦେଇ ମନ୍ତ୍ରୀ ସାରଙ୍ଗ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଫଟୋଙ୍କୁ ଫଟୋ ଭାଇରାଲ କରିବାର ବହୁତ ଶୌକ ରହିଛି। ସେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସବୁ ପ୍ରକାର ଫଟୋ ଭାଇରାଲ କରିଥାନ୍ତି। ହେଲେ କେବେ ରାହୁଲ ଗାନ୍ଧୀ ରାକ୍ଷୀ ପିନ୍ଧୁଥିବାର ଫଟୋ ଭାଇରାଲ କରୁନାହାଁନ୍ତି। ଯେଉଁମାନେ ଭଗବାନ ରାମଙ୍କୁ (Lord Ram) ଦୁର୍ବ୍ୟବହାର କରୁଛନ୍ତି, କଂଗ୍ରେସ (Congress) ସେମାନଙ୍କୁ ରାମ କରିବାକୁ ଚେଷ୍ଟା କରୁଛି।   

ମଧ୍ୟ ପ୍ରଦେଶ ମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କ ବୟାନ ଉପରେ ଜବାବ ରଖିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ କୁହାଯାଇଛି ସାଇ ବାବାଙ୍କୁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଧର୍ମର ଲୋକ ମାନିଥାନ୍ତି। ସାଇ ବାବା କୌଣସି ଆଡମ୍ବର କରୁନଥିଲେ। ତାଙ୍କର କୌଣସି ଗର୍ବ ନଥିଲା। ରାହୁଲ ଗାନ୍ଧୀ ହେଉଛନ୍ତି ଜଣେ ଏପରି ବ୍ୟକ୍ତି। କଂଗ୍ରେସ ବିଧାୟକ ପିସି ଶର୍ମା (Congress MLA P.C Sharma) କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସରଳ ବ୍ୟକ୍ତି। ସେ ୩୫୦୦ କିଲୋମିଟର ପଦ ଯାତ୍ରା କରୁଛନ୍ତି। ଏହି କାରଣରୁ ଲୋକେ ତାଙ୍କୁ ସାଇବାବଙ୍କ ସହ ତୁଳନା କରିଥାଇ ପାରନ୍ତି। ଆମେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କ କଥା ପ୍ରତି ଧ୍ୟାନ ଦେଉ ନାହୁଁ। ଲୋକ ମଧ୍ୟ ମନ୍ତ୍ରୀଙ୍କ କଥା ପ୍ରତି ଧ୍ୟାନ ଦେଉନାହାଁନ୍ତି। 

ନିକଟରେ ରବର୍ଟ ଭଦ୍ରା ରାହୁଲ ଗାନ୍ଧୀଙ୍କୁ ଶିରିଡି ସାଇ ବାବାଙ୍କ ସହ ତୁଳନା କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ (Congress General Secretary Priyanka Gandhi) ସ୍ୱାମୀ ରବର୍ଟ ଭଦ୍ରା ଦର୍ଶନ ପାଇଁ ରବିବାର ମହାରାଷ୍ଟ୍ର ଶିରିଡି଼ ଆସି ସାଇ ବାବାଙ୍କ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବସରରେ ସେ ଆଶା ପ୍ରକଟ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଦେଶରେ ପରିବର୍ତ୍ତନ ଆଣିବ। ତାଙ୍କ କହିବା ଅନୁସାରେ ଏହାର କାରଣ ହେଉଛି ହଜାର ହଜାର ଲୋକ ଏହି ଯାତ୍ରାରେ ଯୋଗ ଦେଉଛନ୍ତି। କଂଗ୍ରେସ ନେତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପଦଯାତ୍ରାକୁ ଭବିଷ୍ୟତ ପାଇଁ ଭରସା ବୋଲି ଦେଖୁଛନ୍ତି। ରବିବାର ରବର୍ଟ ଭଦ୍ରା ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶିରିଡି଼ ସାଇ ବାବା ମନ୍ଦିରରେ ଦର୍ଶନ ଏବଂ ପୂଜା ପାଇଁ ପହଞ୍ଚିଥିଲେ। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କୁ ସାଇ ବାବାଙ୍କ ସହ ତୁଳନା କରି ଦେଇଥିଲେ।

{}{}