Hindi News >>Home >>Odisha Politics

Prophet Muhammad Row: ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଦଳ

BJP Suspended Raja Singh: ବିବାଦୀୟ ବୟାନ ମାମଲାରେ ବିଜେପି ବିଧାୟକ ରାଜା ସିଂହଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ତାଙ୍କୁ ଏକ ନୋଟିସ ପଠାଇଛି ଏବଂ ୧୦ ଦିନ ମଧ୍ୟରେ ବିବାଦୀୟ ବୟାନ ଦେବା ମାମଲାରେ ଜାରି ହୋଇଥିବା ନୋଟିସ ଉପରେ ତାଙ୍କୁ ଜବାବ ମଗାଯାଇଛି। 

Advertisement
Prophet Muhammad Row: ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଦଳ
Stop
Subhramjit Ray|Updated: Aug 23, 2022, 04:45 PM IST

BJP Suspended Raja Singh: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ତେଲେଙ୍ଗାନା ଗୋସମାହାଲ ବିଧାନସଭା ଆସନର ବିଜେପି ବିଧାୟକ ରାଜା ସିଂହ ଦେଇଥିବା ବୟାନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ। ବିବାଦୀୟ ବୟାନ ମାମଲାରେ ବିଜେପି ବିଧାୟକ ରାଜା ସିଂହଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ତାଙ୍କୁ ଏକ ନୋଟିସ ପଠାଇଛି ଏବଂ ୧୦ ଦିନ ମଧ୍ୟରେ ବିବାଦୀୟ ବୟାନ ଦେବା ମାମଲାରେ ଜାରି ହୋଇଥିବା ନୋଟିସ ଉପରେ ତାଙ୍କୁ ଜବାବ ମଗାଯାଇଛି। ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ଜେପି ବିଧାୟକ ରାଜା ସିଂହ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏହି ଘଟଣାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଇସଲାମ ସଂସ୍ଥାପକଙ୍କ ବାବଦରେ ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁସଲିମ ସମ୍ପ୍ରଦାୟ (Hyderabadi Muslim Community) ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନ ସମୟରେ ବିଜେପି ବିଧାୟକଙ୍କ ମୁଣ୍ଡ କାଟ କରିବା ଭଳି ନାରାବାଜି କରାଯିବା ସହ ମୁର୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ବିଜେପି ବିଧାୟକଙ୍କ ବିରୋଧରେ ଅନେକ ଅଭିଯୋଗ ଦାଏର କରାଯାଇଛି। ଦବୀରପୁର, ଭବାନୀ ନଗର, ରେନ ବଜାର, ମିରୋଚୌକ ଥାନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀ କହିଛନ୍ତି ଯେ ବିଜେପି ବିଧାୟକ ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ।     

ନିଜ ବୟାନ ଉପରେ ସଫେଇ ଦେବାକୁ ଯାଇ ତେଲେଙ୍ଗାନା (Telangana) ଗୋସମାହାଲ ବିଧାନସଭା ଆସନର (Goshamahal Assembly Constituency) ବିଜେପି ବିଧାୟକ ଟି.ରାଜା ସିଂହ (BJP MLA Tiger Raja Singh) କହିଛନ୍ତି ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି। ମୋ ବିରୋଧରେ ଏକ ମାମଲା କାହିଁକି ପଞ୍ଜୀକୃତ ହେଲା? ଆମର ରାମ, ରାମ ନୁହେଁ? ମାତା ସୀତା ଆମର ମାତା ନୁହଁନ୍ତି।

Also Read: Prophet Muhammad Row: ବିଜେପି ବିଧାୟକ ରାଜା ସିଂହଙ୍କ ବୟାନକୁ ନେଇ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

ଏହି ପ୍ରସଙ୍ଗରେ ବିଜେପି କେନ୍ଦ୍ରୀୟ ଅନୁଶାସନ କମିଟି ସଚିବ ଓମ ପଠକଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ ଦଳୀୟ ବିଧାୟକ ରାଜା ସିଂହଙ୍କ ନିଲମ୍ବନ ସମ୍ପର୍କରେ ସୂଚନା ଦିଆଯାଇଛି। ତାଙ୍କୁ କାହିଁକି ଦଳରୁ ବହିଷ୍କାର କରାଯିବା ଉଚିତ ନୁହେଁ ସେ ସମ୍ପର୍କରେ ୧୦ ଦିନ ମଧ୍ୟରେ ଉତ୍ତର ମାଗି ଦଳ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। 

ନିଲମ୍ବିତ ବିଜେପି ବିଧାୟକ ରାଜା ସିଂହ ସୋମବାର ଦିନ ଷ୍ଟାଣ୍ଡ ଅପ୍ କମେଡିୟାନ ମୁନାୱାର ଫାରୁକି ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ସମାଲୋଚନା କରୁଥିବା ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ ରାଜା ସିଂହ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୁଦ୍ଧରେ କିଛି ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି। ବିଜେପି ନେତାଙ୍କୁ ଗିରଫ କରିବାକୁ ଦାବି କରି ମୁସଲିମ ସମ୍ପ୍ରଦାୟ ସୋମବାର ରାତିରେ ପୁରୁଣା ସହରରେ ଏକ ବୈଠକ କରିଥିଲେ।

ପୋଲିସ କହିଛି ଯେ ମାଧାପୁରରେ ଘଟଣାର ସ୍ଥାନ ନଷ୍ଟ କରିବାକୁ ରାଜା ସିଂ ଧମକ ଦେଇଥିଲେ। ମୁନାୱାର ଫାରୁକିଙ୍କ କାର୍ଯ୍ୟକ୍ରମ ଶନିବାର ହେବା ଲାଗି ଧାର୍ଯ୍ୟ କରାଯାଇଛି। ହାଇଦ୍ରାବାଦ ସହରରେ ଅବସ୍ଥିତ ଗୋସମାହାଲ ନିର୍ବାଚନମଣ୍ଡଳୀରୁ ବିଧାୟକ ରାଜା ସିଂହଙ୍କୁତାଙ୍କ ମଙ୍ଗଲହାଟସ୍ଥିତ ବାସଭବନରେ ଅଟକ ରଖାଯାଇଥିଲା। 

Also Read: Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ

ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜ୍ୟ ମନ୍ତ୍ରୀ କେ.ଟି ରାମା ରାଓଙ୍କ ପକ୍ଷରୁ ଫାରୁକିଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ବିରୋଧ କରିଥିଲେ ନିଲମ୍ବିତ ବିଜେପି ବିଧାୟକ ରାଜା ସିଂହ। ଏନେଇ ସେ ଅଭିଯୋଗ କରିଛନ୍ତି ଯେ ମୁନୱାର ଫାରୁକି ଅତୀତରେ ତାଙ୍କ କାର୍ଯ୍ୟକ୍ରମରରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଥିଲେ ଏବଂ ତାଙ୍କ ବିରୋଧରେ ପୋଲିସ ନିକଟରେ ମାମଲା ରୁଜୁ ହୋଇଥିଲା।

 

 

Read More
{}{}