Hindi News >>Home >>Odisha Politics

BJP ଜାରି କଲା ଅଷ୍ଟମ ପ୍ରାର୍ଥୀ ତାଲିକା, କଟକରୁ ଭର୍ତ୍ତୁହରୀ, ଯାଜପୁର ଓ କନ୍ଧମାଳ ଆସନରେ ଏହି ନେତାଙ୍କୁ ମିଳିଲା ସୁଯୋଗ

BJP Odisha Candidate List 2024: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ନିଜର ଅଷ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ଓଡି଼ଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବାକିଥିବା ଯାଜପୁର, କଟକ ଓ କନ୍ଧମାଳ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  

Advertisement
BJP Odisha Candidate List 2024
Stop
Zee Odisha Desk|Updated: Mar 30, 2024, 09:16 PM IST

Lok Sabha Election 2024: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ଅଷ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ଓଡି଼ଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବାକିଥିବା ୩ ଲୋକସଭା ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଟକରୁ ଭର୍ତ୍ତୁହରୀ ମହତାବକୁ ଦଳ ପ୍ରାର୍ଥୀ କରିଥିବା ବେଳେ ଯାଜପୁର ଆସନରୁ ଡ଼ ରବିନ୍ଦ୍ର ନାରୟଣ ବେହେରା ଓ କନ୍ଧମାଳ ଆସନରୁ ସୁକାନ୍ତ କୁମାର ପାଣିଗ୍ରାହୀ ଉପରେ ଦଳ ଭରସା କରିଛି।

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ଦିନ (୩୦ ମାର୍ଚ୍ଚ) ରେ ବିଜେପି ଅଷ୍ଟମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକାରେ ତିନୋଟି ରାଜ୍ୟରୁ ୧୧ ଜଣ ପ୍ରାର୍ଥୀଙ୍କୁ ବିଜେପି ସ୍ଥାନ ଦେଇଛି। ଓଡି଼ଶାର କଟକରୁଭର୍ତ୍ତୁହରୀ ମହତାବ, ପଞ୍ଜାବର ଫରିଦକୋଟରୁ ହଂସରାଜ ହଂସ, ପଟିଆଲାରୁ ପାରିଣାତ କୌର ଏବଂ ଲୁଧିଆନାର ରାବଣୀତ ସିଂ ବିଟୁଙ୍କ ବ୍ୟତୀତ ପଶ୍ଚିମବଙ୍ଗର ବୀରଭୂମର ପୂର୍ବତନ ଆଇପିଏସ୍ ଦେବାଶିଷ ଧରଙ୍କୁ ଟିକେଟ୍ ଦିଆଯାଇଛି।

 

ଓଡ଼ିଶା
ଯାଜପୁର-ଏସସି- ରବୀନ୍ଦ୍ର ନାରାୟଣ ବେହେରା
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ
କଟକ- ଭର୍ତ୍ତୁହରୀ ମହତାବ

ପଞ୍ଜାବ
ଗୁରୁଦାସପୁର- ଦୀନେଶ ସିଂ 'ବାବୁ'
ଅମୃତସର- ତାରଞ୍ଜିତ ସିଂ ସାନ୍ଧୁ 
ଜଲନ୍ଦର (ଏସସି) - ସୁଶୀଲ କୁମାର ରିଙ୍କୁ
ଲୁଧିଆନା- ରାବଣୀତ ସିଂ ବିଟୁ
ଫରିଦକୋଟ (ଏସସି) - ହଂସ ରାଜ ହଂସ
ପଟିଆଲା- ପରିଣିତି କୌର

Read More
{}{}