Hindi News >>Home >>Odisha Politics

Prophet Muhammad row: ବିଜେପି ବିଧାୟକ ରାଜା ସିଂହ ଅଟକ, ଅନେକ ସମର୍ଥକଙ୍କୁ ବି ଉଠାଇନେଲା ପୋଲିସ

ସୋମବାର ମଧ୍ୟରାତ୍ରିରେ ପୋଲିସ୍ କମିଶନର୍ ସି.ଭି ଆନନ୍ଦଙ୍କ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାପରେ ତେଲେଙ୍ଗାନା ପୋଲିସ ହାଇ ଆଲର୍ଟରେ ଅଛି। ବିଧାୟକ ରାଜା ସିଂହଙ୍କ ବାସଭବନ, ଆଇଟି ମନ୍ତ୍ରୀ କେ.ଟି. ରାମାରାଓଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। 

Advertisement
Prophet Muhammad row: ବିଜେପି ବିଧାୟକ ରାଜା ସିଂହ ଅଟକ, ଅନେକ ସମର୍ଥକଙ୍କୁ ବି ଉଠାଇନେଲା ପୋଲିସ
Stop
Zee Odisha Desk|Updated: Aug 23, 2022, 11:07 AM IST

ହାଇଦ୍ରାବାଦ: ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଲଗାତାର ବିଜେପି ନେତାମାନେ ବିବାଦୀୟ ବୟାନ ଦେଉଛନ୍ତି। ଏଭଳି ଏକ ମାମଲା ପାଇଁ ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂହଙ୍କୁ ପୋଲିସ ଅଟକ ରଖିଛି। ୨୯୫(କ), ୧୫୩(କ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଅନ୍ୟାନ୍ୟ ଦଫାରେ ଅଟକ ବିଧାୟକଙ୍କୁ ଅଟକ ରଖା କରାଯାଇଛି ବୋଲି ମଙ୍ଗଳବାର ଡିସିପି ସାଉଥ ଜୋନ୍, ହାଇଦ୍ରାବାଦ, ପି ସାଇ ଚୈତନ୍ୟ କହିଛନ୍ତି।

ଦିଲ୍ଲୀର ନୂପୁର ଶର୍ମା (Nupur Sharma) ଙ୍କ ପରେ ତେଲେଙ୍ଗାନର ରାଜା ସିଂହଙ୍କ ବିରୋଧରେ ପୋଲିସ କଠୋର ହୋଇଛି। ମହମ୍ମଦଙ୍କୁ ନେଇ ବିଜେପି ବିଧାୟକ ଆପତ୍ତିଜନକ ବୟାନ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ରାତିରେ ଡିସିପି କାର୍ଯ୍ୟାଳୟ ବାହାରେ ଏକ ବିରୋଧ ପ୍ରଦର୍ଶନ ପରେ ବିଧାୟକ (Raja Singh) ଙ୍କୁ ଥାନାରେ ଅଟକ ରଖାଯାଇଛି। ହିଂସାତ୍ମକ ବୟାନ ପାଇଁ ରାଜା ସିଂହ ଚର୍ଚ୍ଚିତ। ନିକଟରେ ବିଜେପି (BJP) ପକ୍ଷରୁ ତାଙ୍କୁ ଚେତାବାନୀ ମଧ୍ୟ ଦିଆଯାଇଥିଲା। 

Also Read: ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ

ଏକ ରିପୋର୍ଟ ଅନୁଯାୟୀ, ସୋମବାର ମଧ୍ୟରାତ୍ରିରେ ପୋଲିସ୍ କମିଶନର୍ ସି.ଭି ଆନନ୍ଦଙ୍କ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାପରେ ତେଲେଙ୍ଗାନା ପୋଲିସ ହାଇ ଆଲର୍ଟରେ ଅଛି। ବିଧାୟକ ରାଜା ସିଂହଙ୍କ ବାସଭବନ, ଆଇଟି ମନ୍ତ୍ରୀ କେ.ଟି. ରାମାରାଓଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ସକାଳେ ରାଜା ସିଂହଙ୍କୁ ପୋଲିସ ଉଠାଇ ନେଇଛି। ଏହାକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବିଜେପି ବିଧାୟକଙ୍କ କିଛି ସମର୍ଥକଙ୍କୁ ବି ଅଟକ ରଖାଯାଇଛି।

 

ନିକଟରେ ବିଜେପି ବିଧାୟକ (BJP MLA) ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଉଥିବାର ଅଭିଯୋଗ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ, ସେ ବୋଧହୁଏ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ କିଛି କଥାକୁ ଦୋହରାଇଛନ୍ତି। ନୂପୁର ଏକ ଟେଲିଭିଜନ ବିତର୍କରେ ମହମ୍ମଦଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ, ଯାହା ଆନ୍ତର୍ଜାତୀୟ ସ୍ତରରେ ଝଡ ସୃଷ୍ଟି କରିଥିଲା। 

Also Read: କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ?

ନିକଟରେ ରାଜା ସିଂହ, ହାଇଦ୍ରାବାଦରେ ହାସ୍ୟ ଅଭିନେତା ମୁନାୱର ଫାରୁକିଙ୍କ ଶୋ’କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରି ବୋଲ୍ଲାରମ ଥାନାକୁ ନିଆଯାଇଥିଲା। ବିଜେପି ନେତା ରାଜା ସିଂହ ସବୁବେଳେ ହିନ୍ଦୁତ୍ୱର କଥା କହି ମୁସଲମାନଙ୍କୁ ଟାର୍ଗେଟ କରନ୍ତି। ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି। ତଥାପି ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫରୁ ସୁରକ୍ଷା ଦିଆଯାଇଛି। ଅନ୍ୟପଟେ ରାଜା ସିଂହଙ୍କୁ ପୋଲିସ ଉଠାଇ ନେଇଛି।  

 

 

Read More
{}{}