Hindi News >>Home >>Odisha Politics

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ନେଇ ଦଳୀୟ ନେତାଙ୍କୁ ଚେତାବନୀ ଦେଲେ ବିଜେପି ହାଇକମାଣ୍ଡ

ପଶ୍ଚିମବଙ୍ଗ ବିଜେପି ବିରୋଧରେ ସମାଲୋଚନା ଭଳି ମନ୍ତବ୍ୟ ଦେବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିଜେପି ହାଇକମାଣ୍ଡ ତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ତାଙ୍କର ଆଚରଣ ଗ୍ରହଣଯୋଗ୍ୟ ନୁହେଁ। 

Advertisement
ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ନେଇ ଦଳୀୟ ନେତାଙ୍କୁ ଚେତାବନୀ ଦେଲେ ବିଜେପି ହାଇକମାଣ୍ଡ
Stop
Subhramjit Ray|Updated: Jun 02, 2022, 05:06 PM IST

BJP High Command warns Party Leaders: ପୂର୍ବତନ ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କୁ ଚେତାବନୀ ଦେଇଛି ଦଳ। ପଶ୍ଚିମବଙ୍ଗ ବିଜେପି ବିରୋଧରେ ସମାଲୋଚନା ଭଳି ମନ୍ତବ୍ୟ ଦେବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିଜେପି ହାଇକମାଣ୍ଡ ତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ତାଙ୍କର ଆଚରଣ ଗ୍ରହଣଯୋଗ୍ୟ ନୁହେଁ। ଏହା କେବଳ ଦଳର କ୍ଷତି କରିବ ନାହିଁ ବରଂ ତାଙ୍କର ଅତୀତର ପରିଶ୍ରମକୁ ମଧ୍ୟ ବିଫଳ କରିଦେବ।   

ପୂର୍ବତନ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ବର୍ତ୍ତମାନର ରାଜ୍ୟ ଶାଖା ସଭାପତି ସୁକାନ୍ତ ମଜୁମଦାରଙ୍କୁ ଟାର୍ଗେଟ କରି ତାଙ୍କୁ ଜଣେ ଅନୁଭବବିହୀନ ନେତା ବୋଲି କହିଥିଲେ। ରାଜ୍ୟ ବିଜେପି ସଭାପତିଙ୍କ ବିରୋଧରେ ଏପରି ବୟାନବାଜି କରିବାକୁ ନେଇ ଦିଲ୍ଲୀପ ଘୋଷଙ୍କ ପାଖକୁ ଏକ ପତ୍ର ଲେଖିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ। ଯେଉଁଥିରେ କୁହାଯାଇଛି ସାର୍ବଜନୀନ ମଞ୍ଚରେ ଦଳୀୟ ନେତାଙ୍କ ବିରୋଧରେ ବୟାନବାଜି କରିବାରୁ ସେ ଦୂରେଇ ରହିବାକୁ ତାଙ୍କୁ ଚେତାବନୀ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ନିକଟକୁ ଏହି ପତ୍ର ଲେଖାଯାଇଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ। 

ମାତ୍ର ତାଙ୍କୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖରୁ ଏପରି କୌଣସି ପତ୍ର ମିଳି ନଥିବା କହିଛନ୍ତି ପୂର୍ବତନ ପଶ୍ଚିମବଙ୍ଗ ବିଜେପି ସଭାପତି। ତାଙ୍କୁ ଏହି ପତ୍ର ମିଳିବା ପୂର୍ବରୁ କିପରି ଏହା ଗଣମାଧ୍ୟମ ପାଖରେ ପହଞ୍ଚିଲା ବୋଲି ପ୍ରଶ୍ନ କରିଛନ୍ତି ସେ।  

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି ଏଭଳି ବୟାନବାଜି କରିବାରୁ ଦଳକୁ ଯେଉଁ କଷ୍ଟ ହେଉଛି ସେ ବାବଦରେ ଦିଲୀପ ଘୋଷଙ୍କୁ ଅବଗତ କରିବା ଲାଗି ମୁଁ ଚାହୁଁଛି। ଏନେଇ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ ପଶ୍ଚିମବଙ୍ଗ କିମ୍ବା ଅନ୍ୟ କେଉଁଠି ସାର୍ବଜନୀନ ମଞ୍ଚରେ ଆପଣ ନିଜ ସହଯୋଗୀଙ୍କ ବାବଦରେ ଗଣମାଧ୍ୟମରେ ବୟାନବାଜି କରିବାରୁ ଦୂରେଇ ରୁହନ୍ତି। ଏପରି ବୟାନବାଜି କରିବା କାରଣରୁ କେବଳ ଦଳର କ୍ଷତି ହେଉ ନାହିଁ ବରଂ ଆପଣ  ଅତୀତର ଦଳ ଲାଗି କରିଥିବା ପରିଶ୍ରମ ମଧ୍ୟ ବିଫଳ ହୋଇଯିବ। କେବଳ ସେତିକି ନୁହେଁ ଏହା ଦ୍ୱାରା ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ। 

ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଭାବେ ଆପଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଶଂସନୀୟ କାର୍ଯ୍ୟକୁ ଜାରି ରଖିବା ପାଇଁ ଦଳର କର୍ମକର୍ତ୍ତା ଆପଣଙ୍କୁ ନିର୍ଦ୍ଦେଶ, ସମର୍ଥନ ଏବଂ ଉତ୍ସାହ ପାଇଁ ଅପେକ୍ଷା କରିଛନ୍ତି। ପଶ୍ଚିମବଙ୍ଗ ବିଜେପି ସଭାପତି ଭାବେ ଦିଲୀପ ଘୋଷଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ସଫଳ ବୋଲି ବିବେଚନା କରାଯାଏ। ହେଲେ ଏପରି କିଛି ଘଟଣା ଘଟିଛି ଯେତେବେଳେ ଆପଣଙ୍କ ଦ୍ୱାରା ଦିଆଯାଇଥିବା କିଛି ବିବୃତ୍ତି ଦଳର ରାଜ୍ୟସ୍ତରୀୟ ନେତାଙ୍କୁ ଆଘାତ ଦେବା ସହ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଲଜ୍ଜିତ କରିଛି।

Also Read: West Bengal Politics: ଶେଷ ହୋଇଯିବ କି ବିଜେପି ଅସ୍ଥିତ୍ୱ?

 

 

Read More
{}{}