Hindi News >>Home >>Odisha Politics

Lok Sabha Election 2024: ଲକ୍ଷ୍ୟ ଧାର୍ଯ୍ୟ କଲା ବିଜେପି, ୧୪୪ ସିଟ ଉପରେ ରହିଛି ନଜର

Amit Shah sets target for 2024: ସେପ୍ଟମ୍ବର ୬ ତାରିଖ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା ବିଜେପି। ​​ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ ଦଳର ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ଏହି ବୈଠକରେ ଦଳ ଗତ ୨୦୧୯ ନିର୍ବାଚନରେ ହାରି ଯାଇଥିବା ଆସନ ଉପରେ ସତର୍କ ନଜର ରଖିଛି।

Advertisement
Lok Sabha Election 2024: ଲକ୍ଷ୍ୟ ଧାର୍ଯ୍ୟ କଲା ବିଜେପି, ୧୪୪ ସିଟ ଉପରେ ରହିଛି ନଜର
Stop
Subhramjit Ray|Updated: Sep 07, 2022, 08:32 PM IST

BJP targets for 2024 Election: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ୨ ବର୍ଷରୁ କମ୍ ସମୟ ବାକି ରହିଛି। ଦିନକୁ ଦିନ ସମୟ ପାଖେଇ ଆସୁଥିବାର ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଦଳୀୟ ରଣନୀତି ପ୍ରସ୍ତୁତି। । ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡା ଯାତ୍ରା ମାଧ୍ୟମରେ ନିଜର ହଜିଯାଇଥିବା ସ୍ଥାନ ଖୋଜିବା ପାଇଁ ପ୍ରସ୍ତୁତ ହେଉଛି ଅନ୍ୟପଟେ ୨୦୨୪ ମୁକାବିଲା କେନ୍ଦ୍ରରେ କ୍ଷମତାସୀନ ଶାସକ ବିଜେପି ଏହାର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛି।

ସେପ୍ଟମ୍ବର ୬ ତାରିଖ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା ବିଜେପି (BJP)। ​​ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା (BJP National President JP Jadda) ଏବଂ ଦଳର ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଅମିତ ଶାହ (BJP Chanakya Amit Shah) ଯୋଗ ଦେଇଥିଲେ। ଏହି ବୈଠକରେ ଦଳ ଗତ ୨୦୧୯ ନିର୍ବାଚନରେ (Lok Sabha Election 2019) ହାରି ଯାଇଥିବା ଆସନ ଉପରେ ସତର୍କ ନଜର ରଖିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ (Lok Sabha Election 2024) ପାଇଁ ଦଳର ଲକ୍ଷ୍ୟ କ'ଣ ହେବ ତାହା ସ୍ଥିର କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ। ଦଳ ଗତଥର ଅପେକ୍ଷା ଏଥର ଅଧିକ ଆସନ ଜିତିବାକୁ ଯୋଜନା କରୁଛି। 

୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ୨୦୧୪ ଲୋକସଭା ନିର୍ବାଚନରେ (Lok Sabha Election 2014) ହରାଇଥିବା ୩୦ ପ୍ରତିଶତ ଆସନ ଜିତିଛି। ୨୦୧୯ ନିର୍ବାଚନରେ ହାରି ଯାଇଥିବା ଆସନକୁ ୨୦୨୪ ଲୋକସଭା ନିର୍ବାଚନରେ ହାରି ଯାଇଥିବା ଆସନର ୫୦ ପ୍ରତିଶତ ଜିତିବାକୁ ଲକ୍ଷ୍ୟ ଲଖିଛି। ୨୦୧୯ ନିର୍ବାଚନରେ ବିଜେପି ୧୪୪ ଲୋକସଭା ଆସନରେ ପରାସ୍ତ ହରାଇଥିଲା। ୨୦୨୪ ନିର୍ବାଚନରେ ​​ଏହି ଆସନକୁ ଦଖଲ କରିବା ଲାଗି ଦଳୀୟ ରଣନୀତି ପ୍ରସ୍ତୁତ କରୁଛି ବିଜେପି। 

Also Read: Mission 2024: ମେଣ୍ଟ ଭାଙ୍ଗିବା ପରେ ବିହାର ଗସ୍ତରେ ଯିବେ ବିଜେପି ଚାଣକ୍ୟ

ହାରି ଯାଇଥିବା ଆସନକୁ ଗୁରୁତର ସହ ଗ୍ରହଣ କରୁଛି ବିଜେପି। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକରେ ଏହି ୧୪୪ ଆସନ ଦାୟୀତ୍ୱରେ ରହିଥିବା ମନ୍ତ୍ରୀଙ୍କୁ ଡକାଯାଇଥିଲା। ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଅମିତ ଶାହା ସେମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେଠାରେ ଏକ ସଙ୍ଗଠନ ଅଛି, ଆମେ ସେଠାରେ ଅଛୁ, ଯଦି କୌଣସି ସଙ୍ଗଠନ ଅଛି ତାହେଲେ ସରକାର ଅଛି। ସଙ୍ଗଠନକୁ ପ୍ରାଧାନ୍ୟ ଦିଅ। ସଙ୍ଗଠନରେ ସମସ୍ତେ ଯୋଗଦାନ ଦିଅନ୍ତୁ। ଦଳ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ମାନ ଦିଅନ୍ତୁ। ସେମାନଙ୍କୁ ଅଣଦେଖା କରନ୍ତୁ ନାହିଁ। 

ବିଜେପି ଚାଣକ୍ୟ ଅମିତ ଶାହା ମନ୍ତ୍ରୀଙ୍କୁ କହିଛନ୍ତି ହିତାଧିକାରୀଙ୍କୁ ଭେଟନ୍ତୁ ଏବଂ ସେମାନଙ୍କ ମତାମତ ନିଅନ୍ତୁ। ଏହାକୁ ବାସ୍ତବ ସମୟରେ ଦଳ ପାଇଁ ଉପଲବ୍ଧ କରାନ୍ତୁ। ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସବୁଠାରୁ ଲୋକପ୍ରିୟ ନେତା। ତାଙ୍କ ନାମରେ କୌଣସି ଆସନ ଜିତି ହେବ।  ଯଦି ତୃଣମୂଳସ୍ତରରେ କୌଣସି ଦଳୀୟ ସଙ୍ଗଠନ ନାହିଁ ତାହେଲେ ଏହା ଦଳ ଲାଗି ଲାଭଦାୟକ ହେବ ନାହିଁ। ସେହି ମନ୍ତ୍ରୀ ଯେଉଁମାନେ ସେମାନଙ୍କ ରହଣି ସମାପ୍ତ କରିନାହାଁନ୍ତି, ସେମାନେ ଯଥାଶୀଘ୍ର ଏହାକୁ ପୂରଣ କରନ୍ତୁ। 

୨୦୨୪ ଲୋକସଭା ନିର୍ବାଚନ ଲାଗି ବିଜେପି ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ସ୍ଥିର କରାଯାଇଛି। ବିହାରରେ ରାଜନୈତିକ ସମୀକରଣ ପରିବର୍ତ୍ତନ ହେବା ପରେ ୨୦୨୪ ପର୍ଯ୍ୟନ୍ତ ରାସ୍ତା ଦଳ ପାଇଁ ପୂର୍ବପେକ୍ଷା କଷ୍ଟସାଧ୍ୟ ହୋଇପଡିଛି। ମାତ୍ର ଦଳ ଏହାର ଦଳୀୟ ସଙ୍ଗଠନର ଶକ୍ତି ବଳରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି। 

 

 

Read More
{}{}