Hindi News >>Home >>Odisha Politics

ବିଜେପି ଚତୁର୍ଥ ପ୍ରାର୍ଥୀ ତାଲିକା: ୨ଟି ରାଜ୍ୟ ପାଇଁ ପ୍ରାର୍ଥୀ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

BJP Candidates Fourth List for Lok Sabha Elections 2024: ଏହି ତାଲିକାରେ ମୋଟ ୧୫ ଜଣକ ନାମ ରହିଛି, ସେଥିମଧ୍ୟରୁ ଗୋଟିଏ ପୁଡୁଚେରୀ ପାଇଁ ଥିବାବେଳେ ବାକି ୧୪ ଟି ତାମିଲନାଡୁ ପାଇଁ ରହିଛି।  

Advertisement
BJP Candidates Fourth List for Lok Sabha Elections 2024
Stop
Zee Odisha Desk|Updated: Mar 22, 2024, 02:41 PM IST

BJP Candidates Fourth List: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଦିନ (୨୨ ମାର୍ଚ୍ଚ ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ସମୁଦାୟ ୧୫ଟି ନାମ ରହିଛି, ସେଥିମଧ୍ୟରୁ ଗୋଟିଏ ପୁଡୁଚେରୀ ପାଇଁ ଥିବାବେଳେ, ବାକି ୧୪ ଟି ତାମିଲନାଡୁ ପାଇଁ ରହିଛି। ଏହି ସମସ୍ତ ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି।

ପୁଡୁଚେରୀରୁ ବିଜେପି ଏ.ନାମାସିଭାୟମଙ୍କୁ ସୁଯୋଗ ଦେଇଥିବାବେଳେ ତାମିଲନାଡୁରେ ତିରୁବଲ୍ଲୁର (ଏସସି) ର ପୋନ୍ ଭି.ବାଲଗନପତି, ଚେନ୍ନାଇ ନର୍ଥରୁ ଆରସି ପଲ୍ କନଗରାଜ, ତିରୁବନନାମାଲାଇରୁ ଏ.ଅଶ୍ୱାଥମାନ, ତିରୁପୁରରୁ କେ.ପି ରାମଲିଙ୍ଗମ୍, ନମକଲରୁ କେ.ପି. ରାମଲିଙ୍ଗମ୍, ତିରୁପୁରରୁ ଏ.ପି. ମୁରୁଗାନନ୍ଦ, ପୋଲାଚିରୁ କେ.ବସନ୍ତରଜନ, କରରୁ ଭି.ଭି ସେଣ୍ଟିଲନାଥନ୍, ଚିଦାମ୍ବରମରୁ ପି କାର୍ତ୍ତିୟିନୀ, ନାଗାପଟ୍ଟିନାମରୁ ଏସ.ଜି. ମଦୁରାଇର ପ୍ରଫେସର ରାମ ଶ୍ରୀନିବାସନ୍, ବିରୁଧୁନଗରରୁ ରାଧିକା ସାରଥକୁମାର ଓ ଟେନକାସୀ (ଏସସି) ର ବି.ଜୋନ୍ ପାଣ୍ଡିଆନଙ୍କୁ ବିଜେପି ଟେକେଟ୍ ଦେଇଛି।

 

Read More
{}{}