Hindi News >>Home >>Odisha Politics

Odisha Election 2024: ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି

BJD MP Candidate List 2024: ଗୁରୁବାର ବିଜୁ ଜନତା ଦଳ ୯ ବିଧାନସଭା ଏବଂ ୧ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।  

Advertisement
Odisha Election 2024: ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି
Stop
Zee Odisha Desk|Updated: Apr 11, 2024, 06:38 PM IST

BJD MLA Candidate List 2024: ଗୁରୁବାର (ଅପ୍ରେଲ ୧୧) ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜୁ ଜନତା ଦଳ। ଚତୁର୍ଥ ପର୍ଯ୍ୟାୟରେ ବିଜେଡ଼ି ୯ ବିଧାନସଭା ଆସନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। 

ବିଜେଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୧୭ ସିଟ୍ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଏହା ସହିତ ଦଳ ବାଲେଶ୍ୱର ଲୋକସଭା ଆସନ ପାଇଁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡ଼ି ରାଜ୍ୟର ସମସ୍ତ ୨୧ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଦେଇଛି। ଅନ୍ୟପକ୍ଷରେ ଆହୁରି ୩୦ ବିଧାନସଭା  ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ବିଜୁ ଜନତା ଦଳ।

ବିଜେଡ଼ି ବିଧାୟକ ପ୍ରାର୍ଥୀଥ: କେଉଁ ଆସନରୁ କାହାକୁ ମିଳିଲା ଟିକେଟ?

  • ଲକ୍ଷ୍ମୀପୁର-ପ୍ରଭୁ ଜାନି
  • ପାରାଦ୍ୱୀପ-ଗୀତାଞ୍ଚଳି ରାଉତରାୟ
  • ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ
  • ରେଢାଖୋଲ-ରୋହିତ ପୂଜାରୀ
  • ତେଲକୋଇ-ମାଧବ ସର୍ଦ୍ଦାର
  • ତାଳଚେର-ବ୍ରଜକିଶୋର ପ୍ରଧାନ
  • ନର୍ଲା-ମନୋରମା ମହାନ୍ତି
  • ବାଲିଗୁଡ଼ା- ଚକ୍ରମଣି କହଁର
  • ଭୁବନେଶ୍ୱର ମଧ୍ୟ-ଅନ୍ତନ୍ତ ନାରାୟଣ ଜେନା

ବିଜେଡ଼ି ସାଂସଦ ପ୍ରାର୍ଥୀ: କେଉଁ ଆସନରୁ କାହାକୁ ମିଳିଲା ଟିକେଟ? 

  • ବାଲେଶ୍ୱର-ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର

 

Read More
{}{}