Hindi News >>Home >>Odisha Politics

Odisha Election 2024: ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

Odisha Assembly Election 2024: ଶନିବାର ଅଷ୍ଟମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ। 

Advertisement
Odisha Election 2024: ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
Stop
Zee Odisha Desk|Updated: Apr 27, 2024, 06:51 PM IST

BJD MLA Candidate 2024: ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଶନିବାର (ଅପ୍ରେଲ ୨୭) ରାଜ୍ୟର ୩ ଆସନ ଲାଗି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ବିଜେଡ଼ି ଭୋଗରାଇ ଆସନରୁ ଗୌତମବୁଦ୍ଧ ଦାସ, ବେଗୁନିଆ ଆସନରୁ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧ ଆସନରୁ ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି। 

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବିଧାନସଭା ଆସନରେ ବିଜୁ ଜନତା ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି। ଏହି ଆସନରୁ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ୨୦୦୪, ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ଲଗାତାର ୪ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ଭୋଗରାଇ ଆସନରେ ଅନନ୍ତ ଦାସଙ୍କ ବଦଳରେ ଗୌତମବୁଦ୍ଧ ଦାସ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଅନ୍ୟପଟେ ଖୋର୍ଦ୍ଧ ଜିଲ୍ଲାର ବେଗୁନିଆ ଆସନରେ ବିଜୁ ଜନତା ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ହେଲେ ଏଥର ଏହି ଆସନରେ ପ୍ରଦୀପ କୁମାର ସାହୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ପ୍ରଦୀପ କୁମାର ସାହୁ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ବେଗୁନିଆ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ୨୦୧୯ ନିର୍ବାଚନ ପରେ ସେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। 

ସେହିପରି ଖୋର୍ଦ୍ଧ ଆସନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ସେ ଗତ ୨୦୦୯ ନିର୍ବାଚନରେ ସ୍ୱାଧିନ ଏବଂ ୨୦୧୪ ନିର୍ବାଚନରେ ବିଜେଡ଼ି ବିଧାୟକ ଭାବେ ଖୋର୍ଦ୍ଧା ଆସନରୁ ନିର୍ବାଚିତ ହୋଇଥିଲେ। ହେଲେ ଗତ ୨୦୧୯ ନିର୍ବାଚନରେ ରାଜେନ୍ଦ୍ର କୁମାର ସାହୁ ବେଗୁନିଆ ଆସନରୁ ନିର୍ବାଚିତ ହୋଇଥିଲେ। ଏଥର ସେ  ଖୋର୍ଦ୍ଧା ଆସନରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ।  
 

 

Read More
{}{}