Hindi News >>Home >>Odisha Politics

ବନ୍ଦ ହୋଇଯିବ କଳିଙ୍ଗ ପୁରସ୍କାର, ହସ୍ତକ୍ଷେପ ପାଇଁ ବିଜ୍ଞାନ ମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ

ବିଜ୍ଞାନ ମନ୍ତ୍ରୀ ଡ. ଜିତେନ ସିଂହଙ୍କୁ ଲେଖିଥିବା ଏକ ଚିଠିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କଳାଙ୍ଗ ପୁରସ୍କାର ‘ଓଡ଼ିଆ ଆସ୍ମିତା’ର ଏକ ପ୍ରତୀକ କେବଳ ନୁହେଁ, ଏହା  ବିଶ୍ୱସ୍ତରରେ ଭାରତର ପ୍ରଭାବକୁ ଉଲ୍ଲେଖ କରେ। ଏଣୁ ଆପଣ ଏ ବିଷୟରେ ହସ୍ତକ୍ଷେପ କରିବା ଦରକାର’।

Advertisement
ବନ୍ଦ ହୋଇଯିବ କଳିଙ୍ଗ ପୁରସ୍କାର, ହସ୍ତକ୍ଷେପ ପାଇଁ ବିଜ୍ଞାନ ମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ
Stop
Soubhagya Ranjan Mishra|Updated: Aug 12, 2024, 04:38 PM IST

ଭୁବନେଶ୍ୱର: କଳିଙ୍ଗ ପୁରସ୍କାର ବନ୍ଦ ହେବ। ଏହା ଓଡ଼ିଆଙ୍କ ଗର୍ବ ଓ ଅସ୍ମିତା ଉପରେ ଆକ୍ରମଣ। ଖାଲି ସେତିକି ନୁହେଁ ସ୍ୱାଧୀନତା ପରେ ବିଶ୍ୱ ସମୁଦାୟରେ ଭାରତର ପ୍ରାଧାନ୍ୟକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ ହୋଇଛି। ଯେତେବେଳେ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତାହା ତାଙ୍କ ମନକୁ ଆଘାତ ଦେଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ। 

 

ବିଜ୍ଞାନ ମନ୍ତ୍ରୀ ଡ. ଜିତେନ ସିଂହଙ୍କୁ ଲେଖିଥିବା ଏକ ଚିଠିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କଳାଙ୍ଗ ପୁରସ୍କାର ‘ଓଡ଼ିଆ ଆସ୍ମିତା’ର ଏକ ପ୍ରତୀକ କେବଳ ନୁହେଁ, ଏହା  ବିଶ୍ୱସ୍ତରରେ ଭାରତର ପ୍ରଭାବକୁ ଉଲ୍ଲେଖ କରେ। ଏଣୁ ଆପଣ ଏ ବିଷୟରେ ହସ୍ତକ୍ଷେପ କରିବା ଦରକାର’।

ସ୍ୱାଧୀନତା ପରେ ୟୁନେସ୍କୋ ଦ୍ୱାରା ଏହି ପୁରସ୍କାରକୁ ସ୍ଥାପନା କରାଯାଇଥିଲା।  ବିଜ୍ଞାନର ପ୍ରସାରରେ ପ୍ରମୁଖ ଭୂମିକା ରଖିଥିବା ବୈଜ୍ଞାନିକ, ଲେଖକ, ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେତେବେଳେ ବିଶ୍ୱ ସମୁଦାୟକୁ ପ୍ରଭାବିତ କରି କଳିଙ୍ଗ ନାଁରେ ଏହି ପୁରସ୍କାରକୁ ନାମକରଣ କରିବାରେ ବିଜୁ ପଟ୍ଟନାୟକ ଏକ ପ୍ରମୁଖ ଭୂମିକା ନେଇଥିଲେ।  ଏଭିତରେ ୨୬ ଦେଶର ୭୧ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତି ଦୁଇବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଶେଷଥର ପାଇଁ ୨୦୨୩ ମସିହାରେ ମେକ୍ସିକୋର ଆନା ମାରିଆ ସେଟ୍ଟୋଙ୍କୁ ଏହି ପୁରସ୍କାର ମିଳିଥିଲା। 

ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୦୨ ମସିହାରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପୁରସ୍କାରକୁ ଜାରି ରଖିବା ଲାଗି କେବଳ କଳିଙ୍ଗ ଫାଉଣ୍ଡେସନ୍‍ ନୁହେଁ, ବରଂ ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ, ଓଡ଼ିଶା ସରକାର ଏବଂ କଳିଙ୍ଗ ଫାଉଣ୍ଡେସନ୍‍ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। କିନ୍ତୁ ଏବେ ଭାରତ ସରକାର ତାଙ୍କ ଅବଦାନକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିବା ସେ ଜାଣିବାକୁ ପାଇଥିବା ଶ୍ରୀ ପଟ୍ଟନାୟକ ପତ୍ରରେ ଲେଖିଛନ୍ତି। 

ଏଣୁ ଏ ଦିଗରେ ପଦକ୍ଷେପ ନେଇ ଯଥାସମ୍ଭବ ପୁରସ୍କାର ପାଇଁ ଆବଶ୍ୟକ ପଦକ୍ଷେପ ନେବା ତଥା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ।

Also Read- ଲୋକସେବା ଭବନରେ ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

Also Read- Top 10 News: NIRF Ranking 2024 ଅପଡେଟ୍ ସହ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Read More
{}{}