Hindi News >>Home >>Odisha Politics

Dhamnagar Bypoll 2022: ବୁଝାଇବାରେ ବିଫଳ ହୋଇ ବିଦ୍ରୋହୀ ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି

Dhamnagar Bypoll 2022: ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବହିଷ୍କାର କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ। ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି ରାଜେନ୍ଦ୍ର ଦାସ। ବିଜେଡି ଟିକେଟରୁ ବଞ୍ଚିତ ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର ଦାସ। ଦଳ ପକ୍ଷରୁ ମନାଇବାକୁ ପ୍ରୟାସ ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ

Advertisement
 Dhamnagar Bypoll 2022: ବୁଝାଇବାରେ ବିଫଳ ହୋଇ ବିଦ୍ରୋହୀ ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି
Stop
Shankarshan Bagh|Updated: Oct 19, 2022, 12:45 PM IST
Dhamnagar Bypoll 2022, ଭୁବନେଶ୍ୱର: ଶେଷରେ ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବୁଝାଇବାରେ ବିଫଳ ହେଲା ପରେ ବିଜେଡି ତାଙ୍କୁ ବୁଧବାର ଦଳରୁ ବହିଷ୍କାର କରିଛି। ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ନିର୍ବାଚନ ଲଢୁଥିବାରୁ ରାଜୁ ଦାସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜେନ୍ଦ୍ରଙ୍କୁ ବହିଷ୍କାର କରିଛନ୍ତି। ଧାମନଗର ଉପନିର୍ବାଚନ ବେଳେ ଦଳୀୟ ଟିକଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ପୂର୍ବତନ ବିଧାୟକ ସ୍ୱାଧିନ ଭାବେ ନିର୍ବାଚନ ଲଢୁଛନ୍ତି।  
 
ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବୁଧବାର ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ରାଜେନ୍ଦ୍ର ଦାସ, ବିଜୁ ଜନତା ଦଳର ପୂର୍ବତନ ବିଧାୟକ, ଧାମନଗର ନିର୍ମାଚନ ମଣ୍ଡଳୀ, ଭଦ୍ରକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକ, ସଭାପତି, ବିଜୁ ଜନତା ଦଳ ବହିଷ୍କାର କରିଛନ୍ତି। ଅସନ୍ତୁଷ୍ଟ ରାଜେନ୍ଦ୍ରଙ୍କୁ ନିର୍ବାଚନ ନ ଲଢିବା ପାଇଁ ବିଜେଡି ବହୁ ବାର ଚେଷ୍ଟେ କରି ବିଫଳ ହୋଇଛି। କିନ୍ତୁ ରାଜେନ୍ଦ୍ର ଏବେ ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି। 
 
Also Read: କଂଗ୍ରେସ ସାଧାରଣ ସଂପାଦକ ପଦରୁ ସତ୍ୟ ନାୟକଙ୍କ ଇସ୍ତଫା, ମୋକିମଙ୍କର ବି 'ଆପ୍' ଯିବା ବାଟ ସଫା
 
ଧାମନଗର ଉପନିର୍ବାଚନରେ ବିଜେଡି 'ୱେଟ୍ ଏଣ୍ଡ ୱାଚ୍' ନୀତି ଆପଣାଇଛି। ଗତ ୧୭ ତାରିଖରେ ଧାମନଗର ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ଥିଲା। ଦଳ ଆଶା କରିଥିଲା ଯେ, ଶେଷ ଦିନରେ ରାଜେନ୍ଦ୍ର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବେ। କିନ୍ତୁ ସେଭଳି କିଛି ହେଲା ନାହିଁ। ବିଜେଡିର ବହୁ ହେଭିୱେଟ୍ ନେତା ରାଜେନ୍ଦ୍ରଙ୍କୁ ମନାଇବାକୁ ଚେଷ୍ଟ କରିଥିଲେ। ତଥାପି ରାଜୁ ଦାସଙ୍କ ଦୃଢ ନିଷ୍ପତ୍ତି ଆଗରେ ସେମାନେ ହାରମାନିଛନ୍ତି। ତେଣୁ ଶେଷରେ ଉପାୟ ଶୂନ୍ୟ ହୋଇ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛି।
 
ବିଜେଡିରୁ ବହିଷ୍କାର ପରେ ରାଜେନ୍ଦ୍ର ଦାସ କହିଛନ୍ତି, "ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସ୍ୱାଗତ କରୁଛି। ଲୋକଙ୍କ ସେବା କରିବା ପାଇଁ ମୁଁ ରାଜନୀତି କରୁଛି। ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ମୋର ସଂଗ୍ରାମ ଜାରି ରହିବ। ଧାମନଗରବାସୀଙ୍କ ସମର୍ଥନ ରହିଛି ମୁଁ ନିଶ୍ଚୟ ବିଜୟୀ ହେବି।" ଧାମନଗରରେ ରାଜେନ୍ଦ୍ରଙ୍କୁ ବିଜେଡି ଟିକଟ ମିଳିବ ବୋଲି ସମସ୍ତଙ୍କ ଆଶା ଥିଲା। କିନ୍ତୁ ଶେଷ ସମୟରେ ଦଳ ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା। ଏଥିରେ ଅସନ୍ତୁଷ୍ଟ ହୋଇ ରାଜୁ ଦାସ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ।
 
Also Read: Dhamnagar Bypoll 2022: ଆଜି ନାମାଙ୍କନର ଶେଷ ଦିନ, BJDର ଚିନ୍ତା ବଢ଼ାଇଲେ ଅସନ୍ତୁଷ୍ଟ ରାଜୁ ଦାସ
 
ସୂଚନାଯୋଗ୍ୟ, ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ଥିଲେ। ୨୦୧୪ରେ ଦଳ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଟିକେଟ ଦେଇଥିଲା। ୨୦୧୯ରେ ରାଜେନ୍ଦ୍ର ପୁଣିଥରେ ବିଜେଡି ପ୍ରାର୍ଥୀ ହେଲେ। କିନ୍ତୁ ଏଥର ସେ ବିଜେପି ବିଧାୟକ ବିଷ୍ଣୁ ଦାସଙ୍କ ଠାରୁ ୫୦୦୦ରୁ କମ ଭୋଟରେ ପରାସ୍ତ ହେଲେ। ବିଷ୍ଣୁଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଏଠାରେ ଭୋଟ ପଡିବ। ସେପଟେ କୁହାଯାଉଛି ଯେ, ରାଜୁ ଦାସ ନିର୍ବାଚନ ଲଢିବା ଦ୍ୱାରା ବିଜେଡି ଭୋଟ ଦୁଇ ଭାଗ ହେବ ଓ ବିଜେପି ଫାଇଦାରେ ରହିବ।
 
Read More
{}{}