Hindi News >>Home >>Odisha Politics

BJD: ଦଳ ବିରୋଧି କାର୍ଯ୍ୟ ପାଇଁ ଜିଲ୍ଲା ସଭାପତି ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହା ତୁରନ୍ତ ଭାବେ ଲାଗୁ କରାଯିବା ନେଇ ଉକ୍ତ ଚିଠିରେ ଉଲ୍ଲେଖ ରହିଛି। 

Advertisement
BJD: ଦଳ ବିରୋଧି କାର୍ଯ୍ୟ ପାଇଁ ଜିଲ୍ଲା ସଭାପତି ବହିଷ୍କୃତ
Stop
Zee Odisha Desk|Updated: Jan 19, 2024, 06:46 PM IST

BJD: ଭୁବନେଶ୍ୱର: ଦଳ ବିରୋଧି କାର୍ଯ୍ୟ ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ବହିଷ୍କାର କରିଛି ଦଳ। ଏନେଇ ବିଜୁ ଜନତା ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଏକ ସ୍ୱାକ୍ଷର ଥିବା ଚିଠିରେ କୁହାଯାଇଛି ଯେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହା ତୁରନ୍ତ ଭାବେ ଲାଗୁ କରାଯିବା ନେଇ ଉକ୍ତ ଚିଠିରେ ଉଲ୍ଲେଖ ରହିଛି। 

ସୂଚନାଯୋଗ୍ୟ ନିକଟରେ ସମ୍ବଲପୁର ଜିଲ୍ଲାର ବିଜେଡ଼ି ଉପଦେଷ୍ଟା ପ୍ରମୋଦ ରଥଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି। ଏନେଇ ସୁଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଗତକାଲି ସମ୍ବଲପୁର ଠାରୁ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ।

Read More
{}{}