Hindi News >>Home >>Odisha Politics

Bihar Reservation Bill: ସର୍ବସମ୍ମତି କ୍ରମେ ବିହାର ବିଧାନସଭାରେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍

Bihar Reservation Bill Passed in Assembly: ଗୁରୁବାର ସର୍ବସମ୍ମତି କ୍ରମେ ବିହାର ବିଧାନସଭାରେ ପାରିତ ହୋଇଛି ସଂରକ୍ଷଣ ସଂଶୋଧନ ବିଲ୍।  

Advertisement
Bihar Reservation Bill: ସର୍ବସମ୍ମତି କ୍ରମେ ବିହାର ବିଧାନସଭାରେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍
Stop
Zee Odisha Desk|Updated: Nov 09, 2023, 04:23 PM IST

Reservation Amendment Bill Passed Unanimously in Bihar Assembly: ନଭେମ୍ବର ୯ ତାରିଖ ଗୁରୁବାର ବିହାର ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଂରକ୍ଷଣ ସଂଶୋଧନ ବିଲ୍। ଗୁରୁବାର ବିହାର କ୍ୟାବିନେଟ୍ ଅନ୍ୟାନ୍ୟ ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ଉଦ୍ଦିଷ୍ଟ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବର୍ତ୍ତମାନ ୫୦ ପ୍ରତିଶତରୁ ମୋଟ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ପାରିତ କରିଛି। ନିକଟରେ ହୋଇଥିବା ଜାତିଗତ ସର୍ବେକ୍ଷଣର ଫଳାଫଳକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଅତ୍ୟଧିକ ପଛୁଆ ବର୍ଗ ପାଇଁ ସଂରକ୍ଷଣକୁ ୩୦ ପ୍ରତିଶତରୁ ୪୩ ପ୍ରତିଶତକୁ, ଅନୁସୂଚିତ ଜାତି ପାଇଁ ରହିଥିବା ସଂରକ୍ଷଣକୁ ୧୬ ପ୍ରତିଶତରୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ବର୍ଗ ପାଇଁ ରହିଥିବା ସଂରକ୍ଷଣକୁ ୨ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ପାରିତ କରିଛି।

ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ବର୍ତ୍ତମାନ ଉଦ୍ଦିଷ୍ଟ ରହିଥିବା ସଂରକ୍ଷଣ ପୂର୍ବ ଭଳି ୧୦ ପ୍ରତିଶତ ରହିବ। ଚଳିତ ବର୍ଷ ବିହାର ସରକାରଙ୍କ ପକ୍ଷରୁ ରାଜ୍ୟରେ ହୋଇଥିବା ଜାତିଗତ ସର୍ବେକ୍ଷଣ ରିପୋର୍ଟ ଦର୍ଶାଇଛି ଯେ ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୧୩.୦୭ କୋଟି। ଯାହା ମଧ୍ୟରୁ ଅନ୍ୟାନ୍ୟ ପଛୁଆ ବର୍ଗ ହେଉଛନ୍ତି ୨୭.୧୩ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗ ଉପ ଗୋଷ୍ଠୀର ଜନସଂଖ୍ୟା ହେଉଛି ୩୬ ପ୍ରତିଶତ। ଏପରି ଭାବେ ପଛୁଆ ବର୍ଗର ମୋଟ ସଂଖ୍ୟା ହେଉଛି ୬୩ ପ୍ରତିଶତ। ସେହିପରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ମୋଟ ଜନସଂଖ୍ୟା ହେଉଛି ୨୧ ପ୍ରତିଶତରୁ ସାମାନ୍ୟ ଅଧିକ। ବିହାର ବିଧାନସଭାରେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ପ୍ରାୟ ୨.୯୭ କୋଟି ପରିବାର ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୯୪ ଲକ୍ଷରୁ ଅଧିକ (୩୪.୧୩ ପ୍ରତିଶତ) ମାସିକ ୬୦୦୦ ଟଙ୍କା କିମ୍ବା ତାହା ଠାରୁ କମ୍ ଆୟ କରୁଛନ୍ତି।

କେଉଁ ବର୍ଗରେ କେତେ ପ୍ରତିଶତ ବୃଦ୍ଧି ପାଇଲା ସଂରକ୍ଷଣ?
ନିକଟରେ ରାଜ୍ୟର ହୋଇଥିବା ଜାତିଗତ ସର୍ବେକ୍ଷଣକୁ ଆଧାର କରି ବିହାର ସରକାର ପଛୁଆ ବର୍ଗ ଏବଂ ଅତ୍ୟଧିକ ପଛୁଆ ବର୍ଗ ପାଇଁ ସଂରକ୍ଷଣକୁ ୩୦ ପ୍ରତିଶତରୁ ୪୩%, ଅନୁସୂଚିତ ଜାତି ପାଇଁ ସଂରକ୍ଷଣକୁ ୧୬ ପ୍ରତିଶତରୁ ୨୦ ପ୍ରତିଶତ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୧ ପ୍ରତିଶତରୁ ୨ ପ୍ରତିଶତକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଠାରେ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ବର୍ତ୍ତମାନ ଉଦ୍ଦିଷ୍ଟ ରହିଥିବା ସଂରକ୍ଷଣ ୧୦ ପ୍ରତିଶତ ପୂର୍ବ ଭଳି ଜାରି ରହିବ। ଯଦି ଏବେ ସଂରକ୍ଷଣ ପ୍ରତିଶତକୁ ହିସାବ କରାଯାଏ ତାହେଲେ ଏହାର ପରିମାଣ ୭୫ ପ୍ରତିଶତ ହୋଇଛି।

କେଉଁ ବର୍ଗର କେତେ ପ୍ରତିଶତ ବଢିଲା ସଂରକ୍ଷଣ

  • ଅତ୍ୟଧିକ ପଛୁଆ ବର୍ଗର ସଂରକ୍ଷଣ ୧୮ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି।
  • ଅନ୍ୟାନ୍ୟ ପଛୁଆ ବର୍ଗର ସଂରକ୍ଷଣ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇଛି।
  • ଅନୁସୂଚିତ ଜାତିର ସଂରକ୍ଷଣ ୧୬ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି।
  • ଅନୁସୂଚିତ ଜନଜାତିର ସଂରକ୍ଷଣ ୧ ପ୍ରତିଶତରୁ ୨ ପ୍ରତିଶତକୁ ବୃଦ୍ଧି ପାଇଛି।
  • ପୂର୍ବରୁ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉଦ୍ଦିଷ୍ଟ ରହିଛି। 
{}{}