Hindi News >>Home >>Odisha Politics

INDIA Bloc: କାହିଁକି ଇଣ୍ଡିଆ ମେଣ୍ଟରୁ ଦୂରେଇଗଲା ଦଳ? ଜେଡିୟୁ ନେତା ରଖିଲେ ଜବାବ

JDU Leader KC Tyagi: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜେଡି଼ୟୁ କାହିଁକି କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ପାଖରୁ ଦୂରେଇ ଯିବା ସହ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିଲା ତାହାର କାରଣ କହିଛନ୍ତି ଦଳୀୟ ନେତା କେସି ତ୍ୟାଗୀ।

Advertisement
INDIA Bloc: କାହିଁକି ଇଣ୍ଡିଆ ମେଣ୍ଟରୁ ଦୂରେଇଗଲା ଦଳ? ଜେଡିୟୁ ନେତା ରଖିଲେ ଜବାବ
Stop
Zee Odisha Desk|Updated: Jan 28, 2024, 04:22 PM IST

Why JDU Leave INDIA Bloc: ଜାନୁଆରୀ ୨୮ ତାରିଖ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ପାଖକୁ ପଠାଇ ସାରିଛନ୍ତି। ଏହା ସହିତ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସହାୟତାରେ ପୁନର୍ବାର ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଏନଡିଏ ହାତ ଧରିବା ପରେ ଇଣ୍ଡିଆ ସହ ମେଣ୍ଟ ଭାଙ୍ଗି ଦେଇଛି ଜେଡିୟୁ। ହେଲେ କ'ଣ ପାଇଁ ଦଳ ବିରୋଧି ମେଣ୍ଟ ଇଣ୍ଡିଆ ପାଖରୁ ଦୂରେଇ ଗଲା ତାହାର କାରଣ କହିଛନ୍ତି ପୁରୁଖା ଜେଡିୟୁ ନେତା କେସି ତ୍ୟାଗୀ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜେଡିୟୁ ନେତା ଜଣଙ୍କ କହିଛନ୍ତି  ଯେ କଂଗ୍ରେସ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବାକୁ ଚାହୁଁଛି। ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମାଧ୍ୟମରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ଆଗକୁ କରି କଂଗ୍ରେସ ଏକ ନୂଆ ଚାଲ ଚଳାଇଥିଲା। ହେଲେ ନିଜେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ ବୋଲି ମନା କରିଥିଲେ।

କାହିଁକି ଇଣ୍ଡିଆ ମେଣ୍ଟରୁ ବାହାରିଗଲା ଜେଡିୟୁ ?
ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ଦଳୀୟ ସୁପ୍ରିମୋ ନୀତୀଶ କୁମାର ସମସ୍ତଙ୍କୁ ଏକାଠି କରି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ସାରା ଦେଶରେ ଭ୍ରମଣ କରି ସମସ୍ତ ବିରୋଧି ଦଳଙ୍କୁ ଏକାଠି କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ୨୦୨୪ ଲୋକସଭା ନିର୍ବାଚନରେ ବିରୋଧି ମେଣ୍ଟ ​​ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କଂଗ୍ରେସ ନେତାଙ୍ମକ ମନରେ ଏକ ଭୁଲ ରହିଥିଲା। କଂଗ୍ରେସ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବା ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାଁ ଆଗକୁ କରିଥିଲା। ଇଣ୍ଡିଆ ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉପଜୁଥିବା ସମସ୍ୟାର ସମାଧାନ  ନହେବା କାରଣରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ନାରାଜ ହୋଇ ଉଠିଥିଲେ। ସେ କଂଗ୍ରେସ ଦଳର ଏପରି ମନୋଭାବକୁ ନେଇ ଅସନ୍ତୁଷ୍ଟ ରହିଥିଲେ।

ଅସ୍ଥିତ୍ୱ ସଂକଟର ସାମ୍ନା କରୁଛି କଂଗ୍ରେସ 
ଜେଡିୟୁ ନେତା କେସି ତ୍ୟାଗୀ କଂଗ୍ରେସ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଯିଏ କଥିତ ରୂପରେ ବିରୋଧି ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଉଥିବାର କୁହାଯାଉଛି। ଏନେଇ ଜେଡିୟୁ ନେତା ଜଣଙ୍କ କହିଛନ୍ତି କଂଗ୍ରେସ ଆଞ୍ଚଳିକ ଦଳର ନେତତ୍ୱ ଶେଷ କରି ଦେବାକୁ ଚାହୁଁଛି। ଜେଡିୟୁ, ଟିଏମସି, ସମାଜବାଦୀ ପାର୍ଟି, ଏନସିପି ଆଦି ବିରୋଧି ଦଳ କଂଗ୍ରେସ ନେତତ୍ୱ ବିରୋଧରେ ବିଦ୍ରୋହ କରି ଗଠିତ ହୋଇଥିଲେ। କଂଗ୍ରେସ ବର୍ତ୍ତମାନ ଦଳୀୟ ଅସ୍ଥିତ୍ୱ  ବଞ୍ଚାଇବା ସଂଘର୍ଷ କରୁଛି। ବିଗତ ଦୁଇଟି ଲୋକସଭା ନିର୍ବାଚନରେ ​​କଂଗ୍ରେସ ପଞ୍ଜୀକୃତ ବିରୋଧି ଦଳ ପାଇଁ ଆବଶ୍ୟକ ପଡୁଥିବା ଆସନ ମଧ୍ୟ ଜିତି ପାରି ନାହିଁ। କଂଗ୍ରେସ ଏକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ କଂଗ୍ରେସ ଆଞ୍ଚଳିକ ଦଳର ନେତୃତ୍ୱକୁ ହଟାଇବାକୁ ଚାହୁଁଛି।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଏନଡିଏ ମେଣ୍ଟକୁ ଫେରିଲା ଜେଡିୟୁ?
ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିରୋଧି ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଥିଲେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଯେତେବେଳେ ଏହା ସମ୍ଭବ ହୋଇପାରିଲା ନାହିଁ ସେତେବେଳେ ନୀତୀଶ କୁମାର ଭୟ କରୁଥିଲେ ଯେ ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିପାରେ। ଏହି କାରଣରୁ ଜେଡିୟୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବାର କୁହାଯାଉଛି।

Read More
{}{}