Hindi News >>Home >>Odisha Politics

Bihar Politics: ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲା ନୂତନ ମନ୍ତ୍ରୀମଣ୍ଡଳ; ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

Nitish Kumar Swearing in Ceremony:  ରବିବାର ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି।

Advertisement
 Bihar Politics: ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲା ନୂତନ ମନ୍ତ୍ରୀମଣ୍ଡଳ; ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
Stop
Zee Odisha Desk|Updated: Jan 28, 2024, 07:36 PM IST

Nitish Kumar Oath Ceremony: ଜାନୁଆରୀ ୨୮ ତାରିଖ ରବିବାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡି଼ୟୁ ସୁପ୍ରିମୋ ନୀତିଶ କୁମାର। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଇଥିଲା ନୂତନ ମନ୍ତ୍ରୀମଣ୍ଡଳ। ରବିବାର ବିହାର ରାଜଭବନ ଠାରେ ଅନୁଷ୍ଠିତ ହୋଇଥିଲା ନବଗଠିତ ସରକାରର ଶପଥ ଗ୍ରହଣ ସମାରୋହ। ରବିବାର ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି଼ୟୁ ସୁପ୍ରିମୋ। ସକାଳେ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଇଲେ ନୀତିଶ କୁମାର। ରବିବାର ବିହାର ରାଜଭବନ ଠାରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ କୁମାର। ଏହା ସହିତ ବିଜେପି ବିଧାନ ପରିଷଦ ସଦସ୍ୟ ସମ୍ରାଟ ଚୌଧୁରୀ ଏବଂ ଦଳର ବରିଷ୍ଠ ବିଧାୟକ ତଥା ବିରୋଧି ଦଳ ନେତା ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। 

ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା ସ୍ଥାନ?
ନୀତୀଶ କୁମାର (ଜେଡିୟୁ)- ମୁଖ୍ୟମନ୍ତ୍ରୀ, ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା (ବିଜେପି) ଉପମୁଖ୍ୟମନ୍ତ୍ରୀ, ପ୍ରେମ କୁମାର (ବିଜେପି), ବିଜୟ ଚୌଧୁରୀ (ଜେଡିୟୁ), ବିଜେନ୍ଦ୍ର ଯାଦବ (ଜେଡିୟୁ), ଶ୍ରବଣ କୁମାର ( ଜେଡିୟୁ), ସନ୍ତୋଷ ସୁମନ (ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା), ସୁମିତ ସିଂହ (ସ୍ୱାଧୀନ)। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଜାତିଗତ ସମୀକରଣକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ନବଗଠିତ ମନ୍ତ୍ରିମଣ୍ଡଳରେ ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ୫ ଜଣ ପଛୁଆ ବର୍ଗ, ୨ ଜଣ ଭୂମିହାର, ଜଣେ ରାଜପୁତ ଏବଂ ଜଣେ ଅନୁସୂଚିତ ସମ୍ପ୍ରଦାୟରୁ ଆସୁଛନ୍ତି।

ମନ୍ତ୍ରୀମଣ୍ଡଳରେ କିପରି ରଖାଯାଇଛି ରାଜ୍ୟର ଜାତିଗତ ସମୀକରଣ ଉପରେ ଧ୍ୟାନ?

  • ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ପଛୁଆ ବର୍ଗରେ ଆସୁଥିବା କୁର୍ମୀ ସମ୍ପ୍ରଦାୟରୁ ଆସୁଛନ୍ତି।
  • ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପଛୁଆ ବର୍ଗରେ ଆସୁଥିବା କୁଶୱାହା ସମ୍ପ୍ରଦାୟରୁ ଆସୁଛନ୍ତି।
  • ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜୟ କୁମାର ସିହ୍ନା ସାଧାରଣ ବର୍ଗରେ ଆସୁଥିବା କାୟସ୍ଥ ସମ୍ପ୍ରଦାୟରୁ ଆସୁଛନ୍ତି।
  • ସେହିପରି ସ୍ୱାଧିନ ବିଧାୟକ ସୁମିତ କୁମାର ସିଂହ ସାଧାରଣ ବର୍ଗରେ ଆସୁଥିବା  ରାଜପୁତ ସମ୍ପ୍ରଦାୟରୁ ଆସୁଛନ୍ତି।
  • ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା ନେତା ସନ୍ତୋଷ କୁମାର ସୁମନ ମହାଦଳିତ ସମ୍ପ୍ରଦାୟରୁ ଆସୁଛନ୍ତି।
  • ଜେଡ଼ିୟୁ ନେତା ବିଜେନ୍ଦ୍ର ପ୍ରସାଦ ଯାଦବ ପଛୁଆ ବର୍ଗରେ ଆସୁଥିବା ଯାଦବ ସମ୍ପ୍ରଦାୟରୁ ଆସିଛନ୍ତି। 
  • ବିଜେପି ନେତା ପ୍ରେମ କୁମାର ପଛୁଆ ବର୍ଗରେ ଆସୁଥିବା କୁମ୍ଭାର ସମ୍ପ୍ରଦାୟରୁ ଆସିଛନ୍ତି।  
  • ଜେଡିୟୁ ନେତା ଶ୍ରାବଣ କୁମାର ପଛୁଆ ବର୍ଗରେ ଆସୁଥିବା କୁର୍ମୀ ସମ୍ପ୍ରଦାୟରୁ ଆସୁଛନ୍ତି।

ମୋଟ ୨୪୩ ବିହାର ବିଧାନସଭାରେ ନବଗଠିତ ସରକାରଙ୍କ ପାଖରେ ମୋଟ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ରାଜ୍ୟରେ କ୍ଷମତାସୀନ ଏନଡ଼ିଏ ମେଣ୍ଟ ସରକାରଙ୍କୁ ୭୯ ବିଜେପି, ୪୫ ଜେଡ଼ିୟୁ, ୪ ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ସେହିପରି ବିରୋଧି ମହାଗଠବନ୍ଧନ ପାଖରେ ୭୯ ଆରଜେଡି଼, ୧୯ କଂଗ୍ରେସ, ୧୨ ସିପିଆଇଏମଏଲ, ୨ ସିପିଏମ, ୨ ସିପିଆଇ ବିଧାୟକଙ୍କ ସମର୍ଥନ ରହିଛି। ବିରୋଧି ପାଖରେ ଏପରି ମୋଟ ୧୧୪ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପଟେ ଜଣେ ଏଆଇଏମଆଇଏମ ବିଧାୟକ ମଧ୍ୟ ଅଛନ୍ତି। ବିହାର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଶାସକ ଏନଡ଼ିଏ ମେଣ୍ଟ ପାଖରେ ସରକାର ଗଠନ ଲାଗି ଆବଶ୍ୟକୀୟ ବହୁମତ ଠାରୁ ଅଧିକ ୬ ବିଧାୟକ ସମର୍ଥନ ରହିଛି। ବିରୋଧି ମହାଗଠବନ୍ଧନ ପାଖରେ ସରକାର ଗଠନ ଲାଗି ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ଠାରୁ ୮ କମ୍ ବିଧାୟକ ଅଛନ୍ତି। 

{}{}