Hindi News >>Home >>Odisha Politics

Jitan Ram Manjhi: 'ରାମଙ୍କ ଠାରୁ ବଡ଼ ହେଉଛନ୍ତି ରାବଣ, ରାମାୟଣ ହେଉଛି କାଳ୍ପନିକ'

Jitan Ram Manjhi Controversial Statement: ଜିତନ ରାମ ମାଞ୍ଝି କହିଛନ୍ତି ଯେ, ଭଗବାନ ରାମଙ୍କ ଅପେକ୍ଷା ରାବଣଙ୍କ ଚରିତ୍ର ହେଉଛି ବଡ଼। ରାବଣଙ୍କ କାର୍ଯ୍ୟ ରାମଙ୍କ ଅପେକ୍ଷା ବଡ଼। କଳ୍ପନା ଆଧାରରେ ରାମ ଏବଂ ରାବଣ ବିଷୟରେ କହିବା ପରିବର୍ତ୍ତେ ବିଜେପି ଗରିବଙ୍କ ବିଷୟରେ କଥାବାର୍ତ୍ତା କରିବା ଆବଶ୍ୟକ।

Advertisement
Jitan Ram Manjhi: 'ରାମଙ୍କ ଠାରୁ ବଡ଼ ହେଉଛନ୍ତି ରାବଣ, ରାମାୟଣ ହେଉଛି କାଳ୍ପନିକ'
Stop
Zee Odisha Desk|Updated: Mar 17, 2023, 04:54 PM IST

Jitan Ram Manjhi On Lord Ram: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ଜିତନ ରାମ ମାଞ୍ଝି। ରାମୟାଣ ଏବଂ ଭଗବାନ ରାମଙ୍କ ଉପରେ ଦେଇଥିବା ବୟାନ ପାଇଁ ବିବାଦଘେରକୁ ଟଣା ହୋଇଛନ୍ତି ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ। ଜିତନ ରାମ ମାଞ୍ଝି ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣକୁ କାଳ୍ପନିକ ଏବଂ ରାବଣକୁ ଭଗବାନ ରାମଙ୍କ ଠାରୁ ମହାନ୍ ବୋଲି ବର୍ଣ୍ଣନା କରିଛନ୍ତି। ଶୁକ୍ରବାର ବିହାର ବିଧାନସଭାରେ ବିଜେପି ପକ୍ଷରୁ ଉଠାଯାଇଥିବା ହନୁମାନ ଚାଳିଶା ପାଠ କରିବା ସମ୍ପର୍କରେ ଯେତେବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ଭଗବାନ ରାମଙ୍କ ଅପେକ୍ଷା ରାବଣ ଅଧିକ ପରିଶ୍ରମୀ ଥିଲେ। ଏହା ସହିତ ସେ ରାମାୟଣକୁ କାଳ୍ପନିକ ବୋଲି ବିବେଚନା କରିଥାନ୍ତି ବୋଲି କହିଛନ୍ତି।

ଜିତନ ରାମ ମାଞ୍ଝି କହିଛନ୍ତି ଯେ, ଭଗବାନ ରାମଙ୍କ ଅପେକ୍ଷା ରାବଣଙ୍କ ଚରିତ୍ର ହେଉଛି ବଡ଼। ରାବଣଙ୍କ କାର୍ଯ୍ୟ ରାମଙ୍କ ଅପେକ୍ଷା ବଡ଼। କଳ୍ପନା ଆଧାରରେ ରାମ ଏବଂ ରାବଣ ବିଷୟରେ କହିବା ପରିବର୍ତ୍ତେ ବିଜେପି ଗରିବଙ୍କ ବିଷୟରେ କଥାବାର୍ତ୍ତା କରିବା ଆବଶ୍ୟକ।

ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ କହିଛନ୍ତି ଯେ,  ମୁଁ ସବୁବେଳେ କହି ଆସୁଛି ରାମାୟଣ ହେଉଛି କାଳ୍ପନିକ। ଉଭୟ ରାମ ଏବଂ ରାବଣ ହେଉଛନ୍ତି କାଳ୍ପନିକ। ହେଲେ କଳ୍ପନା ଉପରେ ଆଧାରିତ କାହାଣୀ ଅନୁଯାୟୀ, ମୁଁ ବିଶ୍ୱାସ କରେ ଯେ ରାମଙ୍କ ଠାରୁ ରାବଣ ବଡ଼ ଥିଲେ। ରାବଣ ଜଣେ ବଡ କର୍ମବାଦୀ ଲୋକ ଥିଲେ। ଯେତେବେଳେ ରାମ ଅସୁବିଧାରେ ପଡ଼ିଥିଲେ ସେତେବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଅଲୌକିକ ସେବା ଆସୁଥିଲା, ହେଲେ ରାବଣ ପାଇଁ କିଛି ଆସି ନଥିଲା।

Also Read: Bihar Politics: ଦୁଷ୍କର୍ମ ଘଟଣାରେ ବିବାଦୀୟ ବୟାନ ରଖି ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଭଗବାନ ରାମଙ୍କୁ କାଳ୍ପନିକ ବୋଲି କହି, ତାଙ୍କ ମତ ଉପରେ ଅନେକ ଯୁକ୍ତି ମଧ୍ୟ ଉପସ୍ଥାପନ କରିଥିଲେ। ତାଙ୍କ କହିବା ଅନୁସାରେ "ଡିସକଭରି ଅଫ୍ ଇଣ୍ଡିଆ" ପୁସ୍ତକରେ କୁହାଯାଇଛି ଯେ ରାମ ହେଉଛନ୍ତି କାଳ୍ପନିକ। ଲୋକମାନ୍ୟ ବାଲ ଗଙ୍ଗାଧ ତିଲକ ଏବଂ ରାହୁଲ ସଂସ୍କୃତ୍ୟାୟନ ମଧ୍ୟ କହିଛନ୍ତି ଯେ ରାମ ହେଉଛନ୍ତି କାଳ୍ପନିକ। ଯେତେବେଳେ ବ୍ରାହ୍ମଣ ରାମଙ୍କୁ କାଳ୍ପନିକ ବୋଲି କହୁଥିଲେ ସେତେବେଳେ କୌଣସି ଅସୁବିଧ ହୋଇନଥିଲା। ହେଲେ ଯେତେବେଳେ ଆମେ କହିଲୁ ସେତେବେଳେ ଏହା ବିବାଦୀୟ ହୋଇଯିବା ସହ ଅପରାଧ ହୋଇଗଲା।

Also Read: ଭଗବାନ ରାମଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦରେ ଜିତିନ ରାମ ମାଞ୍ଝି

କେବଳ ଏତିକିରେ ଅଟକି ଯାଇନାହାଁନ୍ତି ଜିତନ ରାମ ମାଞ୍ଝି। ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ତୁଳସୀଦାସ ଏବଂ ବାଲ୍ମିକୀଙ୍କ ମଧ୍ୟରେ ତୁଳନା ମଧ୍ୟ କରିଛନ୍ତି। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାମାୟଣ ବାଲ୍ମିକୀ ଲେଖିଥିଲେ ହେଲେ ତାଙ୍କର ଆରାଧନା କରାଯାଉନାହିଁ। କିନ୍ତୁ ତୁଳସୀଦାସଙ୍କୁ କାହିଁକି ପୂଜା କରାଯାଉଛି?ମନୁବାଦୀ ବ୍ୟବସ୍ଥାରେ ଏପରି କାମ କରାଯାଇଛି। ତୁଳସୀଦାସଙ୍କ ରାମଚରିତ ମାନସ ଗ୍ରନ୍ଥରେ ଅନେକ ଭଲ ଜିନିଷ ରହିଛି ଏବଂ ଅନେକ ଭୁଲ ମଧ୍ୟ ଅଛି। ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକର ଏବଂ ସମାଜବାଦର ଜନକ ଡକ୍ଟର ରାମ ମନୋହର ଲୋହିଆ ମଧ୍ୟ ଏହି ଗ୍ରନ୍ଥରେ ରହିଥିବା ଭୁଲ ହଟାଇବାକୁ କହିଥିଲେ।

Read More
{}{}