Hindi News >>Home >>Odisha Politics

Bihar Politics: ନବମ ଫେଲ ହୋଇ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ, ଆଉ ଆପଣଙ୍କୁ ପୁଅ?

Prashant Kishor targets Lalu Yadav Family:  ରୋଜଗାର ପ୍ରସଙ୍ଗରେ ଲାଲୁ ଯାଦବ ପରିବାରକୁ କଟାକ୍ଷ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର।  

Advertisement
Bihar Politics: ନବମ ଫେଲ ହୋଇ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ, ଆଉ ଆପଣଙ୍କୁ ପୁଅ?
Stop
Subhramjit Ray|Updated: Oct 08, 2022, 06:28 PM IST

Prashant Kishor: ଅକ୍ଟୋବର ୨ ତାରିଖରୁ ଜନ ସୁରାଜ ପଦଯାତ୍ରା ଆରମ୍ଭ କରିଛନ୍ତି  ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏହି ଯାତ୍ରା ସମୟରେ ସେ  ବିହାରର ବର୍ତ୍ତମାନର ବ୍ୟବସ୍ଥା ବାବରେ ନିରନ୍ତର ଚର୍ଚ୍ଚା ଆଲୋଚନା କରୁଛନ୍ତି। ଶିକ୍ଷା ଏବଂ ରୋଜଗାର ପ୍ରସଙ୍ଗରେ ସେ ଲଗାତାର ଭାବେ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି।  ବର୍ତ୍ତମାନ ସେ

ଜନ ସୁରାଜ ପଦଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ବର୍ତ୍ତମାନ ତାଙ୍କର ଆଉ ଏକ ବିବୃତ୍ତି ଆସିଛି।  ଯେଉଁଥିରେ ସେ ରୋଜଗାର ପ୍ରସଙ୍ଗରେ ଲାଲୁ ଯାଦବକୁ ପରିବାରକୁ ମଧ୍ୟ ଚାର୍ଗେଟ କରିବା ସହ ଏହା ମାଧ୍ୟମରେ ଲୋକଙ୍କ ସହ କଥା ହୋଇଛନ୍ତି।

ପଦଯାତ୍ରା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ (Bihar Deputy Chief Minister Tejashwi Yadav) ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (Election Strategist Prashant Kishore)। ଏନେଇ କଟାକ୍ଷ କରିବା ଭଳି ସେ କହିଛନ୍ତି ଯେ ଯଦି ଅନ୍ୟ କେହି ବିହାରରେ ନବମ ପାସ କରିଥାନ୍ତେ, ତାହେଲେ ସେ ଏକ ଚପରାସୀ ଚାକିରି ପାଇଥାନ୍ତା। ତେଜସ୍ୱୀ ଯାଦବଙ୍କୁ ବିହାର ଉପମୁଖ୍ୟମନ୍ତ୍ରୀ କରାଯାଇଛି। କାରଣ ସେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ (RJD Supremo Lalu Yadav) ପୁଅ। ଲାଲୁ ଯାଦବଙ୍କ ପୁତ୍ର ହୋଇ ତେଜସ୍ୱୀ ଯାଦବ ନବମ ପାସ କରିବା ସତ୍ତ୍ୱେ ବିହାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଲାଲୁ ଯାଦବଙ୍କ ପୁଅ ନବମ ପାସ କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯଦି ଆପଣଙ୍କ ପୁଅ ନବମ ପାସ କରେ ତାହେଲେ  ସେ କ'ଣ ଚପରାସୀ ଭଳି ଚାକିରି ପାଇଛି? ଦୟାକରି ମୋତେ ଆପଣ ଏହାର ଜବାବ ଦିଅନ୍ତୁ। ଯାହାର ପିତା ଯଦି ଜଣେ ବିଧାୟକ, ଯାହାର ବାପା ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଏବଂ ଯଦି ତାଙ୍କ ସନ୍ତାନ ନବମ ଫେଲ ହୁଏ  ତାହେଲେ ତାକୁ ମଧ୍ୟ ଚାକିରୀ ମିଳି ଯାଇପାରେ। ଆଉ ସେ ଜଣେ ରାଜା ଭାବରେ ରୁହନ୍ତି। ଏହା ବଦଳିବା ଉଚିତ ନା ନୁହେଁ।

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଜନ ସୁରାଜ ପଦଯାତ୍ରା ଆରମ୍ଭ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଯାତ୍ରାର ତୃତୀୟ ଦିନରେ ସେ ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଜାମୁନିଆ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ  ନୀତୀଶ କୁମାର ଏବଂ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଚନ୍ତି ଲୋକେ ବୁଝୁ ଛନ୍ତି ଯେ ଆମକୁ ଧମକ ଦିଆଯିବ। ହେଲେ ଆମେ ବଡ ବଡ ଲୋକଙ୍କୁ ଜବାବ ଦେଇ ରଖଛୁ। ଗତ ୨୦୧୪ ଲୋକସଭା ନିର୍ବାଚନ ହାରିବା ପରେ ନୀତୀଶ କୁମାର ଦିଲ୍ଲୀ ଆସି ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ଗତ ୨୦୧୫ ବିଧାନସଭା ନିର୍ବାଚନରେ ତାଙ୍କୁ ଜିତାଇବା ପାଇଁ ଆମ  ସମସ୍ତ ପ୍ରକାର କଳ ବଳ କୌଶଳ ଲଗାଇ ଦେଇଥିଲୁ। ଆଜକୁ ପ୍ରାୟ ୧୦-୧୫ ଦିନ ପୂର୍ବରୁ ସେ ମୋତେ ଭେଟିବାକୁ ଡାକି ଏକାଠି କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ମୁଁ ତାଙ୍କର ଏହି ପ୍ରସ୍ତାବକୁ  ସିଧା ସଳଖ ମନା କରି ଦେଇଥିଲି। କାରଣ  ସେ ସଙ୍ଗେ ସଙ୍ଗେ ମନା କରିଦେଲେ ଏବଂ କହିଥିଲେ ଯେ ଏସବୁ ବର୍ତ୍ତମାନ ତାଙ୍କ ସହିତ ହେବ ନାହିଁ। 

Also Read: Bihar Politics: ପ୍ରଶାନ୍ତ କିଶୋରଙ୍କ ଉପରେ କ'ଣ କହିଲେ ନୀତିଶ କୁମାର?

ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆୟୋଜିତ ହୋଇଥିବା  ବିହାରରେ ପ୍ରାୟ ୩୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଯାହା ଅକ୍ଟୋବର ୨ ତାରିଖରୁ ମହାତ୍ମା ଗାନ୍ଧୀଙ୍କ କାର୍ମଭୂମି ପଶ୍ଚିମ ଚମ୍ପରଣ ଜିଲ୍ଲାର ଭିତିହାରୱା ଠାରୁ ଆରମ୍ଭ ହୋଇଛି। ଯାତ୍ରା ବେଳେ ପ୍ରତିଦିନ ପ୍ରାୟ ୧୦ କିଲୋମିଟର ଚାଲି ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି। ତାଙ୍କର ଏହି ଯାତ୍ରା ପ୍ରାୟ ୧୫ ମାସ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆମେ ବିହାରବାସୀଙ୍କୁ ପ୍ରସ୍ତୁତ କରୁଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର।

Read More
{}{}