Hindi News >>Home >>Odisha Politics

Bihar Politics: ମନ୍ତ୍ରୀଙ୍କ ବିରୋଧରେ ଆସିଲା ଅଭିଯୋଗ, ଜବାବ ଦେବାକୁ ଦେବାକୁ ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ

Bihar Politics:  ମନ୍ତ୍ରୀଙ୍କ ବିରୋଧରେ ବିଧାୟିକା ଆଣିଥିବା ଅଭିଯୋଗ ଉପରେ ଜବାବ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦଳର ସମସ୍ତ ବିଧାୟକଙ୍କୁ ମନ୍ତ୍ରୀ କରିବା ସମ୍ଭବ ନୁହେଁ।

Advertisement
Bihar Politics: ମନ୍ତ୍ରୀଙ୍କ ବିରୋଧରେ ଆସିଲା ଅଭିଯୋଗ, ଜବାବ ଦେବାକୁ ଦେବାକୁ ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ
Stop
Subhramjit Ray|Updated: Aug 18, 2022, 10:58 PM IST

Nitish Kumar on Lesi Singh: ବିହାରରେ ଏବେ ମହାମେଣ୍ଟ ସରକାର ଗଠିତ ହୋଇସାରିଛି। ହେଲେ ଏହି ସରକାର ସାମ୍ନାରେ ଅନେକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପୂର୍ବତନ ବିହାର ମନ୍ତ୍ରୀ ତଥା ଜେଡିୟୁ ବିଧାୟିକା ବୀମା ଭାରତୀ ରାଜ୍ୟର ଖାଦ୍ୟମନ୍ତ୍ରୀ ଲେସି ସିଂହଙ୍କୁ ହଟାଇବାକୁ ଦାବି କରିଛନ୍ତି। ଏହା ଉପରେ ଜବାବ ରଖି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରତିଷ୍ଠାତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ବିଧାୟକଙ୍କୁ ମନ୍ତ୍ରୀ କରିବା ସମ୍ଭବ ନୁହେଁ।

ବିହାର କ୍ୟାବିନେଟ ସମ୍ପ୍ରସାରଣ ପରେ ଦଳର ପ୍ରତିଷ୍ଠାତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ (Bihar CM Nitish Kumar) ବିରୋଧରେ ବର୍ଷିଥିଲେ ରାଜ୍ୟର ରୂପୌଲି ବିଧାୟିକା ବୀମା ଭାରତୀ (Rupauli MLA Bima Bharti)। ରାଜ୍ୟର 
ଧମଦାହା ବିଧାନସଭା ଆସନର ଜେଡିୟୁ ବିଧାୟିକା ଲେସି ସିଂହଙ୍କୁ (Dhamdaha MLA Lesi Singh) ମନ୍ତ୍ରୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ଭୁଲ ଲୋକଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି ବୋଲି ଜେଡିୟୁ ବିଧାୟିକା ବୀମା ଭାରତୀ କହିଥିଲେ। ଏନେଇ ସେ କହିଛନ୍ତି ଲେସି ସିଂହ ହତ୍ୟାକାଣ୍ଡ ଭିଆଇଛନ୍ତି। ତଥାପି ତାଙ୍କୁ ମନ୍ତ୍ରୀ କରାଯାଇଛି। ଲେସି ସିଂହ ଦଳ ବିରୋଧି କାର୍ଯ୍ୟକଳାପ ସହିତ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲେସି ସିଂହଙ୍କୁ ମନ୍ତ୍ରୀ ପଦରୁ ହଟାନ୍ତି ନାହିଁ ତାହେଲେ ମୁଁ ବିଧାୟକ ପଦରୁ ଇସ୍ତଫା ଦେବି। ଲେସି ସିଂହ ନିଜ ସ୍ୱାର୍ଥ ପାଇଁ ହତ୍ୟାକାଣ୍ଡ କରୁଛନ୍ତି। ଏପରିକି ସେ ଦାଦା ବଟି ଆଦାୟ କରୁଥିବାର ଅଭିଯୋଗ ଆଣିଥିଲେ ରୂପୌଲି ବିଧାୟିକା।

ଖାଦ୍ୟମନ୍ତ୍ରୀ ଲେସି ସିଂହଙ୍କ ବିରୋଧରେ ଜେଡିୟୁ ବିଧାୟିକା ବୀମା ଭାରତୀ ଆଣିଥିବା  ଅଭିଯୋଗ ଉପରେ ଜବାବ ରଖି ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ମୁଁ ବୀମା ଭାରତୀଙ୍କୁ ୨୦୧୪ ଏବଂ ୨୦୧୯ ବର୍ଷରେ ମନ୍ତ୍ରୀ ହେବାର ସୁଯୋଗ ଦେଇଥିଲି। ଏଥର ମଧ୍ୟ ତାଙ୍କୁ ମନ୍ତ୍ରୀପଦ ପ୍ରଦାନ କରିଥିଲି। ଦଳର ସମସ୍ତ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ସମ୍ଭବ ନୁହେଁ। ମୁଁ ଭାବୁଛି ସେ କିପରି ଏଭଳି କଥା କହୁଛନ୍ତି? ଲେସି ସିଂହଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଠିକ। ଯଦି ଦଳର କେହି ଏପରି ବିବୃତ୍ତି ଦିଅନ୍ତି ତାହେଲେ ପ୍ରଥମେ ଆମକୁ ତାଙ୍କୁ ବୁଝାଇଦେବୁ। ଯଦି ଆବଶ୍ୟକ ପଡେ ତାହେଲେ ଏ ବାବଦରେ ତାଙ୍କୁ ପଚାରିବୁ। ଯଦି କାହା  ଏଠି ସେଠି ରହୁଛି ତାହେଲେ ସେ ନିଜ କଥା ନିଜେ ଭାବନ୍ତୁ। 

Also Read: Bihar Politics: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବର୍ଷିଲେ ଜେଡିୟୁ ବିଧାୟିକା ବୀମା ଭାରତୀ

 

ଅଗଷ୍ଟ ୧୬ ମଙ୍ଗଳବାର ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରର (Bihar Grand Alliance Govt) ହୋଇଥିଲା କ୍ୟାବିନେଟ ସମ୍ପ୍ରସାରଣ (Bihar Cabinet Expansion)। ଯେଉଁଥିରେ ୩୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହି ମନ୍ତ୍ରୀଙ୍କ ତାଲିକାରେ ଲେସି ସିଂହଙ୍କ ସାମିଲ ଅଛନ୍ତି। ଲେସି ସିଂହ ତୃତୀୟ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଖାଦ୍ୟ ଏବଂ ଉପଭୋକ୍ତା ସୁରକ୍ଷା ବିଭାଗ (Bihar Food and Consumer Protection Department) ପ୍ରଦାନ କରାଯାଇଛି।

 

 

 

 

Read More
{}{}