Hindi News >>Home >>Odisha National-International

PFI: ୨୦୪୭ ସୁଦ୍ଧା ଦେଶକୁ କରିଥାନ୍ତା ଇସଲାମୀୟ ରାଷ୍ଟ୍ର, ଯୁବକଙ୍କୁ ଦେଉଥିଲେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ

PFI Agenda Exposed: ଆସନ୍ତା ୨୦୪୭ ପର୍ଯ୍ୟନ୍ତ ଦେଶକୁ ଏକ ଇସଲାମ ରାଷ୍ଟ୍ର କରିବା ତଥା ପୁନର୍ବାର ମୋଗଲ ଶାସନ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଥିଲା ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ।

Advertisement
PFI: ୨୦୪୭ ସୁଦ୍ଧା ଦେଶକୁ କରିଥାନ୍ତା ଇସଲାମୀୟ ରାଷ୍ଟ୍ର, ଯୁବକଙ୍କୁ ଦେଉଥିଲେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ
Stop
Subhramjit Ray|Updated: Jul 14, 2022, 08:07 PM IST

Bihar Police Action against PFI: ରାଜ୍ୟର ପାଟନା ଜିଲ୍ଲାରୁ ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ବିହାର ପୋଲିସ। ଗିରଫ ହୋଇଥିବା ଉଭୟ ଆତଙ୍କବାଦୀ ଦେଶ ବିରୋଧି କାର୍ଯ୍ୟକଳାପରେ ଜଡିତ ଥିଲେ। ସେମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଆତଙ୍କବାଦୀ ତାଲିମ ଦେବା ପାଇଁ କାର୍ଯ୍ୟ କରୁଥିଲେ। ସେମାନଙ୍କ ନିକଟରୁ ଅନେକ ଅପରାଧିକ ଦଲିଲ ଜବତ କରାଯାଇଛି। ଯାହା ଦର୍ଶାଉଛି ଯେ ଉଭୟ ଗିରଫ ଆତଙ୍କବାଦୀ ୨୦୪୭ ପର୍ଯ୍ୟନ୍ତ ଦେଶକୁ ଏକ ଇସଲାମ ରାଷ୍ଟ୍ର କରିବା ତଥା ପୁନର୍ବାର ମୋଗଲ ଶାସନ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଥିଲେ।

ଏନେଇ ପ୍ରତିକ୍ରିୟା ରଖି ପାଟନା ଏଏସପି ମନୀଷ କୁମାର କହିଛନ୍ତି ଯେ ଗିରଫ ହୋଇଥିବା ଆତଙ୍କବାଦୀ ହେଉଛନ୍ତି ମହମ୍ମଦ ଜଲାଲୁଦ୍ଦିନ ଏବଂ ଅତହର ପରଭେଜ। ମହମ୍ମଦ ଜଲାଲୁଦ୍ଦିନ ଝାଡଖଣ୍ଡ ପୋଲିସ ବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀ। ଅନ୍ୟପଟେ ଅତହର ପରଭେଜ ପୂର୍ବରୁ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (Students Islamic Movement of India) ସିମି (SIMI) ନାମକ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନର (Prohibited Terrorist Organizations) ସଦସ୍ୟ ରହିଥିଲା। ଦେଶ ବିରୋଧି ବିରୋଧି କାର୍ଯ୍ୟକଳାପରେ ଜଡିତ ରହିଥିବା ହେତୁ ବହୁ ବର୍ଷ ପୂର୍ବେ ଏହି ଆତଙ୍କବାଦୀ ସଙ୍ଗଠନକୁ ନିଷିଦ୍ଧ କରାଯାଇଥିଲା। ଆତଙ୍କବାଦୀ ସଙ୍ଗଠନ ସିମି ଉପରେ ପ୍ରତିବନ୍ଧକ ଲଗାଯିବା ପରେ ସେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଏହାର ରାଜନୈତିକ ଶାଖା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (Social Democratic Party of India) ଏସଡ଼ିପିଆଇ (SDPI) ପାଇଁ କାର୍ଯ୍ୟ କରୁଥିଲା।  

ସିମି ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୨୦୦୨ ମସିହାରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଅତହର ପରଭେଜ ସାନ ଭାଇକୁ ଗିରଫ କରାଯାଇଥିଲା। ଯିଏକି ଅନେକ ମାସ ଜେଲରେ ରହିବା ପରେ ଆସିଥିଲେ। ଉଭୟେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଆତଙ୍କବାଦୀ ତାଲିମ ଶିବିର ପରିଚାଳିତ କରୁଥିଲେ। ଉଭୟ ଆତଙ୍କବାଦୀ ଆତଙ୍କବାଦୀ ଶିବିର ଚଲାଇବା ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶରୁ ଆର୍ଥିକ ସହାୟତା ପାଉଥିଲେ। ଏହା ବ୍ୟତୀତ ଦେଶରେ ସେମାନଙ୍କୁ କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶରୁ ଉଭୟଙ୍କ ପାଖକୁ ଟଙ୍କା ପଠାଯାଉଥିଲା।

ଗିରଫ ହୋଇଥିବା ଆତଙ୍କବାଦୀ ଫୁଲୱାଡି଼ ସରିଫସ୍ଥି ନୂଆ ଟୋଲା ଅହମ୍ମଦ ପ୍ୟାଲେସ ଠାରେ ସେମାନଙ୍କ ପ୍ରଶିକ୍ଷଣ ଶିବିର ଚଳାଇଥିଲେ। ଏହା ସହିତ ମାର୍ଶଲ ଆର୍ଟ ତାଲିମ ନାମରେ ସେମାନେ ଦେଶର ବିଭିନ୍ନ ପ୍ରାନ୍ତରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ଆଣି ଆତଙ୍କବାଦୀ କାର୍ଯ୍ୟକଳାପ ବାବଦରେ ତାଲିମ ଦେଉଥିଲେ। ଏହି ପ୍ରଶିକ୍ଷଣରେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଯୁବକଙ୍କୁ ଦେଶରେ ମୁସଲମାନଙ୍କ ଦୁର୍ଦ୍ଦଶା, ମୋଦି ସରକାରଙ୍କ ଦ୍ୱାରା କରାଯାଉଛଥିବା ଅତ୍ୟାଚାରର କାହାଣୀ କହି ସେମାନଙ୍କ ବ୍ରେନୱାଶ କରାଯାଉଥିଲା। ଉଭୟ ଆତଙ୍କବାଦୀଙ୍କ ପାଖରୁ ଏକ ୮ ପୃଷ୍ଠା ସମ୍ବଳିତ ଭିଜନ ପେପର ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ୨୦୪୭ ବର୍ଷ ପର୍ଯ୍ୟନ୍ତ ଦେଶକୁ ମୁସଲମାନ ରାଷ୍ଟ୍ରରେ ପରିଣତ କରିବା କଥା କୁହାଯାଇଛି।

ଏହି ଭିଜନ ପେପର ଜରିଆରେ କୁହାଯାଇଛି ପିଏଫ୍ଆଇ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ଯଦି ସେମାନଙ୍କ ସଙ୍ଗଠନ ପଛରେ ମାତ୍ର ୧୦ ପ୍ରତିଶତ ମୁସଲମାନ ଛିଡା ହୁଅନ୍ତି ତାହେଲେ କାପୁରୁଷ ବହୁସଂଖ୍ୟକ ସମୁଦାୟକୁ ନିୟନ୍ତ୍ରଣ କରି ମୁସଲମାନଙ୍କ ପୁରୁଣା ସ୍ଥିତିକୁ ଫେରାଇ ଆଣିବ। ଆତଙ୍କବାଦୀ ଏହି ଭିଜନ ପେପର ନାମ 'ଭାରତ ଦର୍ଶନ ୨୦୪୭' (India Vision 2047) ରଖିଛନ୍ତି। ସେମାନେ ୨୦୪୭ ମସିହା ପର୍ଯ୍ୟନ୍ତ ଦେଶକୁ ମୁସଲିମ ରାଷ୍ଟ୍ର କରିବା ଲାଗି କାର୍ଯ୍ୟ କରୁଥିଲେ। ଗିରଫ ଆତଙ୍କବାଦୀ ଅନ୍ୟ ରାଜ୍ୟରୁ ବିହାରକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ଆଣିବା ପାଇଁ ବହୁତ ଚତୁରତାର ସହ କାର୍ଯ୍ୟ କରୁଥିଲେ। ଏନେଇ ସେମାନଙ୍କର ରେଳ ଟିକେଟ୍ ନକଲି ନାମରେ ବୁକିଂ କରାଯାଉଥିଲା। ଏହା ପରେ ବିହାରରେ ପହଞ୍ଚିବା ପରେ ସେହି ନକଲି ନାମର ଦଲିଲ ତିଆରି କରି ସେହି ଯୁବକଙ୍କ ପାଇଁ ହୋଟେଲ ରୁମ ବୁକ୍ କରା ଯାଉଥିଲା। ଏହା ପରେ ଦଳ ନାମରେ ସେମାନଙ୍କୁ ପିସ୍ତଲ, ଖଣ୍ଡା ଏବଂ ଛୁରୀ ସାହାଯ୍ୟରେ ଆକ୍ରମଣ କରିବାକୁ ତାଲିମ ଦିଆଯାଇଥିଲା।

ପାଟନାସ୍ଥିତ ଗାନ୍ଧୀ ମୈଦାନ ଠାରେ ଆୟୋଜିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ହୋଇଥିବା ବିସ୍ଫୋରଣ ଘଟଣରେ ଜଡିତ ରହିଥିବା ଅନେକ ଅଭିଯୁକ୍ତଙ୍କ ଜାମିନ କରାଇଥିଲା ଅତହର ପରଭେଜ। ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଉଭୟ ଆତଙ୍କବାଦୀ ଦେଶର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ। ଶିକ୍ଷିତ ଯୁବକଙ୍କୁ ପ୍ରଭାବିତ କରୁଥିଲେ ଏବଂ ସେମାନଙ୍କୁ ପ୍ରତିଶୋଧ ନେବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ। ବିହାରର ତାଲିମ ଶିବିରକୁ ଆସିବାକୁ ଉତ୍ସାହିତ କରିଥିଲେ। ଏଭଳି କାରନାମା ସିମି-ପିଏଫଆଇ ମିଳିତ ସହଯୋଗରେ କରାଯାଉଥିଲା। ଏହି ଘଟଣାରେ ଜଡିତ ଅନ୍ୟ ଲୋକଙ୍କ ବାବଦରେ ମଧ୍ୟ ଅନୁସନ୍ଧାନ କରାଯାଉଛି।

Also Read: ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ଷଡଯନ୍ତ୍ର କରୁଥିଲା ପିଏଫଆଇ; ୩ ଜଣଙ୍କୁ ଗିରଫ କଲା ପୋଲିସ 

Also Read: ମସଜିଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଗର୍ଜିଲା PFI

Also Read: RSS ବିରୋଧରେ ରାଲି ବାହାର କଲା PFI;ଲାଗିଲା ହିନ୍ଦୁ-ଖ୍ରୀଷ୍ଟିଆନ ବିରୋଧି ନାରା

 

 

 

Read More
{}{}