Hindi News >>Home >>Odisha Politics

Bihar CM Nitish Kumar: 'ଜନସଂଖ୍ୟା ନିୟନ୍ତ୍ରଣ ଆଇନର କୌଣସି ଆବଶ୍ୟକତା ନାହିଁ'

Bihar CM Nitish Kumar: ପ୍ରଜନନ ହାର ହ୍ରାସ କରିବା ମହିଳା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ। ଜନସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ରାଜ୍ୟରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ପରେ ପ୍ରଜନନ ହାର ହ୍ରାସ ଘଟିଛି। ଯାହା ବର୍ତ୍ତମାନ ୨.୯ ପ୍ରତିଶତ ରହିଛି।  

Advertisement
Bihar CM Nitish Kumar: 'ଜନସଂଖ୍ୟା ନିୟନ୍ତ୍ରଣ ଆଇନର କୌଣସି ଆବଶ୍ୟକତା ନାହିଁ'
Stop
Subhramjit Ray|Updated: Aug 15, 2022, 09:19 PM IST

Population Control Law: ସମଗ୍ର ଦେଶରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧିନତା ଦିବସ। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଧାନୀ ପାଟନାସ୍ଥିତ ଐତିହାସିକ ଗାନ୍ଧୀ ମୈଦାନ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନନ କରିଥିଲେ। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସ୍ୱାଧୀନତା ଦିବସରେ ଏହା ନୀତୀଶ କୁମାରଙ୍କ ପ୍ରଥମ ଭାଷଣ ଥିଲା। ଏହି ଅବସରରେ ସେ ପ୍ରସଙ୍ଗରେ ନିଜର ମତାମତ ରଖିଥିଲେ।

ତ୍ରିରଙ୍ଗା (Tricolour) ଉତ୍ତୋଳନ କରିବା ପରେ ନିଜ ଅଭିଭାଷଣରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar) କହିଥିଲେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କୌଣସି ଆଇନ (Population Control Law) ଆଣିବାର ଆବଶ୍ୟକତା ନାହିଁ। ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ସମାଜର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି। ପ୍ରଜନନ ହାର ହ୍ରାସ କରିବା ମହିଳା ଶିକ୍ଷାକୁ (Women Education) ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ। ଜନସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ରାଜ୍ୟରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ପରେ ପ୍ରଜନନ ହାର ହ୍ରାସ ଘଟିଛି। ଯାହା ବର୍ତ୍ତମାନ ୨.୯ ପ୍ରତିଶତ ରହିଛି।

ଆମ ସରକାର ଚାକିରି ଏବଂ ରୋଜଗାର ଉପରେ କାମ କରିବ। ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଅବସର ମିଳିବ। ରାଜ୍ୟରେ ପାଣିପାଗ ଅନୁକୂଳ ଚାଷ କାର୍ଯ୍ୟ ଚାଲିଛି। ପ୍ରତିବର୍ଷ ଦେଢ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯାଉଛି। ଜାତି ଭିତ୍ତିକ ଜନଗଣନା (Caste Based Census) ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟ ନିଶ୍ଚିତ ଭାବେ ରାଜ୍ୟ ସରକାର କରିବେ। ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।  

Also Read: Nitish Kumar: ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ

ଜାତିଭିତ୍ତିକ ଜନଗଣନା ସହ ରାଜ୍ୟରେ ଏକ ଅର୍ଥନୈତିକ ସର୍ଭେ (Economic Survey) କରାଯିବ। ସେ ଯେ କୌଣସି ଜାତିର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ କେତେ ଗରିବ ତାହାର ଆକଳନ କରାଯିବ। ଆର୍ଥିକ ସୁଧାର କ୍ଷେତ୍ରରେ କାର୍ଯ୍ୟ କରାଯିବ। ଯାହା ଦାବି କରାଯିବ ତାହାକୁ ପୂରଣ କରାଯିବ। ରାଜ୍ୟ ସରକାର ନିଦ ସ୍ତରରେ ନିଜ ଦାୟିତ୍ୱ ନିର୍ବାହ କରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁଠାରୁ ବଡ ଆବଶ୍ୟକତା ହେଉଛି ନ୍ୟାୟ ସହିତ ବିକାଶ। ସରକାର ଚାହୁଁଛନ୍ତି ଯେ ସମାଜରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଭାଇଚାରା ପରିବେଶ ରହିବା ଆବଶ୍ୟକ। ଚ୍ୟାଲେଞ୍ଜ ସତ୍ତ୍ୱେ ଆମେ ପ୍ରଗତି ପଥରେ ଅଗ୍ରସର ହେଉଛୁ। କବରସ୍ଥାନ ଅବରୋଧ ପରେ ବର୍ତ୍ତମାନ ମନ୍ଦିର ଅବରୋଧ କରାଯାଉଛି। ବେଳେବେଳେ ମନ୍ଦିରରେ ମୂର୍ତ୍ତି ଚୋରି ହୋଇ ଯାଇଥାଏ। ବନ୍ୟା ହେଉ କିମ୍ବା ମରୁଡ଼ି ହେଉ କୌଣସି ପ୍ରକାର ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପିଲାଙ୍କ ପାଇଁ ବିଦ୍ୟାଳୟରେ ଅନେକ ପ୍ରକାରର ତାଲିମ କାର୍ଯ୍ୟକ୍ରମ କରାଯାଉଛି। ବିପର୍ଯ୍ୟୟର ସାମ୍ନା କିପରି କରାଯିବା ସେ ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଉଛି। ସେମାନଙ୍କୁ ସନ୍ତରଣ ବାବଦରେ ଶିକ୍ଷା ପ୍ରଦାନ କରାଯାଉଛି।

 

 

Read More
{}{}