Hindi News >>Home >>Odisha Politics

ଉପବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ

Odisha Assembly: ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। 

Advertisement
ଉପବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ
Stop
Zee Odisha Desk|Updated: Jul 24, 2024, 04:58 PM IST

ଭୁବନେଶ୍ଵର: ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ତଳସରାରୁ ସେ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ଆଜି ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। 

ଅନ୍ୟପଟେ ୨୦୧୯ରେ ଶ୍ରୀ ଭୋଇ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପରାସ୍ତ କରିଥିବା ବେଳେ ୨୦୨୪ରେ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପରାସ୍ତ କରିଥିଲେ। ଦୁଇଥର ବିଧାୟକ ହୋଇଥିବାରୁ ବିଧାନସଭା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ଯେଉଁଥିପାଇଁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବିଜେପିର ବହୁ ବିଧାୟକ ଉପସ୍ଥିତ ଥିଲେ। 

ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରିବା ପରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ। ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଥିଲେ। ଆଜି ଉପବାଚସ୍ପତି ନିର୍ବାଚନ ହୋଇଥିଲା। 

 

Read More
{}{}