Hindi News >>Home >>Odisha Politics

Padmapur Bypoll: କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷାଙ୍କ ଲୁହଭିଜା ପ୍ରଶ୍ନ, '... କେମିତି କରିପାରୁଛନ୍ତି?'

Barsha Sing Bariha video massage: ବର୍ଷା କହିଛନ୍ତି,  ଆଗରୁ ମୋର ବିବାହକୁ ନେଇ କୌଣସି ସମସ୍ୟା ନଥିଲା କିନ୍ତୁ ଯେଉଁ ଦିନଠୁ ମୁଁ ବିଜେଡିର ପ୍ରାର୍ଥିନୀ ହେଲି, ସେତେବେଳୁ ବିଜେପି ନେତାମାନେ ଯାହା ପାଇଲେ ତାହା କହୁଛନ୍ତି। ଏହା ନାରୀଙ୍କୁ କେଉଁଭଳି ସମ୍ମାନ?

Advertisement
Padmapur Bypoll: କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷାଙ୍କ ଲୁହଭିଜା ପ୍ରଶ୍ନ, '... କେମିତି କରିପାରୁଛନ୍ତି?'
Stop
Shankarshan Bagh|Updated: Dec 02, 2022, 01:15 PM IST

Padmapur Bypoll,ବରଗଡ: ରାଜନୀତି ଶିଖିଗଲେ ବର୍ଷା ସିଂହ ବରିହା। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ମାଟି ଓ ମହିଳା ସମ୍ମାନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଲୁହଭିଜା ଆଖିରେ ବରିଷ୍ଠ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷା ପ୍ରଶ୍ନ କରିଛନ୍ତି। ବର୍ଷାଙ୍କ ପ୍ରାୟ ଦୁଇ ମିନିଟର ଭିଡିଓକୁ ବିଜେଡି ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଛି। ପଦ୍ମପୁର ଉପନିର୍ବାଚନରେ ବିଜେଡି, ପୂର୍ବତନ ବିଧାୟକ ବିଜୟ ସିଂହ ବରିହାଙ୍କ ଝିଅ ବର୍ଷାଙ୍କୁ ବିଧାୟକ ପ୍ରାର୍ଥିନୀ କରିଛି।

ପ୍ରଦ୍ମପୁରର ବିଜେଡି ବିଧାୟିକା ପାର୍ଥିନୀ ବର୍ଷା ସିଂହ ବରିହା କହିଛନ୍ତି, ପଦ୍ମପୁର ମୋର ଜନ୍ମମାଟି, ମୁଁ ଏଠାରେ ପଢିଛି ଆଉ ବଢିଛି। ସୋସିଆଲ ମିଡିଆରେ ବିଜେପି ନେତାମାନେ ଯାହାତାହା କହୁଛନ୍ତି ଓ ମୋର ବିବାହକୁ ନେଇ ଏକ ଇସ୍ୟୁ କରୁଛନ୍ତି। ଯାହା ମୋତେ ମାନସିକ ସ୍ତରରେ ବହୁତ ଆଘାତ ଦେଉଛି। ସୋସିଆଲ ମିଡିଆରେ ସେମାନେ ଯାହା କହୁଛନ୍ତି, ତାହା ମୋର ନାରୀତ୍ୱକୁ ବହୁତ ଅପମାନ କରୁଛି, ମୋତେ ବହୁତ କଷ୍ଟ ଲାଗୁଛି ଓ ମନକୁ ବାଧୁଛି। ଆଗରୁ ମୋର ବିବାହକୁ ନେଇ କୌଣସି ସମସ୍ୟା ନଥିଲା କିନ୍ତୁ ଯେଉଁ ଦିନଠୁ ମୁଁ ବିଜେଡିର ପ୍ରାର୍ଥିନୀ ହେଲି, ସେତେବେଳୁ ବିଜେପି ନେତାମାନେ ଯାହା ପାଇଲେ ତାହା କହୁଛନ୍ତି। ଏହା ନାରୀଙ୍କୁ କେଉଁଭଳି ସମ୍ମାନ?"

Also Read: Padampur Bypoll: ସ୍ଥାନ, କାଳ, ପାତ୍ର ଦେଖି ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ

ବର୍ଷା ଲିହଭିଜା ଆଖିରେ ହାତ ଯୋଡି କହିଛନ୍ତି, "ମୁଁ ଧର୍ମେନ୍ଦ୍ର ବାବୁ ଓ ପ୍ରଦୀପ ବାବୁଙ୍କୁ ଗୋଟିଏ କଥା ପଚାରିବାକୁ ଚାହୁଁଛି, ଆପଣଙ୍କ ଘରେ ମଧ୍ୟ ମୋର ବୟସର ଝିଅ ଗୋଟିଏ ଥିବ କିମ୍ବା ଭଉଣୀ ଜଣେ ଥିବେ। ତେବେ ଆପଣଙ୍କ ଘରେ କଣ ନାରୀଙ୍କୁ ଏମିତି ସମ୍ମାନ ଦିଆଯାଏ? ଏହା ଆମର ପଶ୍ଚିମ ଓଡିଶାର ସଂସ୍କୃତି ନା ଭାରତର ପରମ୍ପରା? ଧର୍ମେନ୍ଦ୍ର ବାବୁ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ସାଂସଦ ହୋଇଛନ୍ତି, ଏବେ ସେ ଓଡିଶାରୁ ରାଜନୀତି କରୁଛନ୍ତି। ଆଉ ପଦ୍ମପୁର ତ ମୋର ଜନ୍ମମାଟି। ମୁଁ କଣ ଏଠାରୁ ରାଜନୀତି କରିପାରିବି ନାହିଁ ନା ପାର୍ଥୀ ହୋଇପାରିବି ନାହିଁ? ମୋତେ ମୋର ଜନ୍ମମାଟିଠୁ ଅଲଗା କରିବା ପାଇଁ ବିଜେପି ଏକ ହୀନ ରାଜନୀତି କରୁଛି।

 

"ରଜନୀତିରେ ସାଳିନତା ରହିବା କଥା। ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମା'ମାନଙ୍କୁ ଏକ ଉପର ଦରଜା ଦେଇଛନ୍ତି। ମୋତେ ଯେଉଁମାନେ ଅପବାଦ କରୁଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖିବା ଉଚିତ୍। ମହିଳାମାନଙ୍କୁ ସମ୍ମାନ ଦେଉଛନ୍ତି ବୋଲି ଆଜି ସେ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।" ବୋଲି ବର୍ଷା କହିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ, ବିଜେପି ବା ତାର ସମର୍ଥକମାନେ ତାଙ୍କୁ ଯାହା କହିବାର ଅଛି କୁହନ୍ତୁ। କିନ୍ତୁ ସେ ପଦ୍ମପୁରର ବିକାଶ ପାଇଁ କାମ କରୁଥିବେ ଓ ଲୋକଙ୍କ ସାଙ୍ଗରେ ସବୁବେଳେ ଥିବେ। ଯାହାକୁ ଯାହା କହିବାର ଅଛି ସେ କହୁଥାନ୍ତୁ ଆଉ ସେ ଯାହା କରିବାର ଅଛି କରୁଥିବେ। 

Also Read: Paresh Rawal Controversy: ପୁଣି ଅଭିନେତା ପରେଶ ରାୱଲଙ୍କ ବିବାଦୀୟ ବୟାନ, ମହାତ୍ମା ଗାନ୍ଧୀଙ୍କୁ

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନର ଏକ ରାଲିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ବେଳେ ଜୁଏଲ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କ ଜାତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ବର୍ଷା ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ସତ କିନ୍ତୁ ବର୍ତ୍ତମାନ ସେ ଅନ୍ୟ ଜାତିର ବହୂ। ବିବାହ ପରେ ଝିଅ ବାପଘର ନୁହଁ ଶାଶୁଘରର ହୋଇଯାଏ। ବର୍ଷାଙ୍କ ବାହାଘର ବେଳେ ଜାତି ଭୋଜି ଦିଆଯାଇନାହିଁ। ଯିଏ ନିଜ ଜାତିର ହୋଇପାରିଲା ନାହିଁ, ସେ ଦଳର କି ମାଟିର କେମିତି ହେବ ବୋଲି ଏକ ଜନସଭାରେ ଜୁଏଲ ଓରାମ କହିଥିଲେ।

ଅନ୍ୟପଟେ ବର୍ଷାଙ୍କ ଭିଡିଓ ଆସିଲା ପରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଆସିଛି। ୟୁଜର୍ସ କହିଛନ୍ତି ଯେ, ନାରୀ ନିର୍ଯାତନାରେ ଓଡିଶା ଏକ ନମ୍ବର। ରାଜ୍ୟରେ ଦିନକୁ ୭ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହେଉଛି। ଗତ ୧୪୧ ମାସରେ ୨୮୦୦୦ରୁ ଊର୍ଦ୍ଧ୍ୱ ଦୁଷ୍କର୍ମ ମାମଲା ଥାନାରେ ପଞ୍ଜିକୃତ ହୋଇଛି। ୧୪୦୦୦ରୁ ଅଧିର ମାମଲା ସହ ମୟୂରଭଞ୍ଜ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି। ଅନ୍ୟ ଜଣେ କହିଛନ୍ତି, "ଆମ ଘରେ ଆପଣଙ୍କ ଭଳି ଝିଅ ନଥାଇ ପାରନ୍ତି, କିନ୍ତୁ ସମସ୍ତଙ୍କ ଘରେ ପରି ଭଳି ଝିଅ ନିଶ୍ଚୟ ଥିବେ, ଇତିଶ୍ରୀ, ବେବିନା, କୁନ୍ଦୁଲି, ମାଧବିଲତା ଭଳି ଝିଅଙ୍କ ପାଇଁ ବିଜେଡିର ଭୂମିକା ସାରା ଓଡ଼ିଶା ଜାଣିଛି। ଆମ ଘରେ ACF ସୌମ୍ୟ ଭଳି ପୁଅ ନିଶ୍ଚୟ ଅଛି ଏବଂ ଆମେ ସମସ୍ତେ ଦାନ ମାଝୀ, ନଗଡାର ଚିତ୍ର ପ୍ରତିଟି ଆମ ଭଳି ଗରିବ ଘରେ ଦେଖିବାକୁ ମିଳୁଛି।"
 

 

 

Read More
{}{}