Hindi News >>Home >>Odisha Politics

Traffic rules violation : ପର ବାଇକରେ ମନ୍ତ୍ରୀଙ୍କୁ ସହର ବୁଲାଇ ଫାଇନ୍ ଗଣିଲେ ବିଧାୟକ

ନିଜେ ନିୟମ ତିଆରି କରି ନିଜେ ତାହାର ଉଲ୍ଲଙ୍ଘନ କରିଛନ୍ତି ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ସ୍ବରୂପ ଦାସ। ଶନିବାର ଟ୍ରାଫିକ୍ ଥାନାରେ ପହଞ୍ଚି ବାଲେଶ୍ୱର ବିଧାୟକ ହଜାରେ ଟଙ୍କା ଜୋରିମାନା ଦେଇଛନ୍ତି। 

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 25, 2022, 02:24 PM IST

Traffic rules violation : ଗଣଶିକ୍ଷା ମନ୍ତ୍ରୀଙ୍କୁ ସହର ବୁଲାଇ ଫାଇନ ଗଣିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ। ଶନିବାର ବାଇକ ଚଳାଇବା ବେଳେ ଉଭୟ ବିଧାୟକ ଓ ମନ୍ତ୍ରୀ ହେଲମେଟ୍ ନପିନ୍ଧିବାରୁ ୧୦୦୦ ଫାଇନ ଦେଇଛନ୍ତି। ହେମକାପଡା ଛକରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ବାଲେଶ୍ୱର ଟ୍ରାଫିକ ପୋଲିସ ଚାଲାଣ କାଟିଛି।

ନିଜେ ନିୟମ ତିଆରି କରି ନିଜେ ତାହାର ଉଲ୍ଲଙ୍ଘନ କରିଛନ୍ତି ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ସ୍ବରୂପ ଦାସ। ଶନିବାର ଟ୍ରାଫିକ୍ ଥାନାରେ ପହଞ୍ଚି ବାଲେଶ୍ୱର ବିଧାୟକ ହଜାରେ ଟଙ୍କା ଜୋରିମାନା ଦେଇଛନ୍ତି। ଉଭୟ ମନ୍ତ୍ରୀ ଓ ବିଧାୟକ ହେଲମେଟ୍ ବ୍ୟବହାର କରିନଥିବାରୁ ଜୋରିମାନା ଗଣିଛନ୍ତି। ଆଇନ ଉଲ୍ଲଙ୍ଘନର ପ୍ରମାଣ ସହ ଟ୍ରାଫିକ ପୋଲିସ ୧୦୦୦ ଟଙ୍କାର ଚାଲାଣ ଜାରି କରିଛି। ହେମକାପଡା ଛକରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଚାଲାଣରେ ଉଲ୍ଲେଖ ରହିଛି।

Also Read: BSE Odisha 10th Result 2022 : ଗଣଶିକ୍ଷାମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ! ଜୁନ ନୁହଁ ଏହି ମାସରେ ବାହା

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବାଲେଶ୍ୱର ଗସ୍ତରେ ଯାଇଛନ୍ତି। ଏହି ସମୟରେ ବିଧାୟକ ସ୍ବରୂପ ଦାସ ତାଙ୍କୁ ବାଇକରେ ବସାଇ ସହର ବୁଲାଇଥିଲେ। ବିଧାୟକ ଚଲାଉଥିବା ବାଇକ (OD01D8484) ରାଣୀପାଟଣା ଅଞ୍ଚଳର ପଙ୍କଜ ଅଗ୍ରୱାଲଙ୍କ ନାମରେ ପଞ୍ଜିକୃତ ହୋଇଛି। ଅନ୍ୟର ବାଇକ ନେଇ ବିନାହେଲମେଟରେ ଉଭୟ ମନ୍ତ୍ରୀ ଓ ବିଧାୟକ ସହର ବୁଲିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେମାନେ ସକାଳ ପ୍ରାୟ ସାଢେ ଆଠଟା ବେଳେ ଟ୍ରାଫିକ ପୋଲିସର କ୍ୟାମେରା ହାବୁଡରେ ପଡିଯାଇଥିଲେ। 

ପଙ୍କଜ ଅଗ୍ରୱାଲଙ୍କ ନାମରେ ଚାଲାଣ କଟାଯିବା ପରେ ବିଧାୟକ ନିଜେ ଟ୍ରାଫିକ ଥାନାକୁ ଯାଇ ୧୦୦୦ ଟଙ୍କା ଜରିମାନା ଦେଇଛନ୍ତି। ମୋଟରଯାନ ଆଇନର ଧାରା ୧୯୪(ଡି) ଅଧିନରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତବର୍ଷ ଜାନୁଆରୀ ପହିଲାରୁ ରାଜ୍ୟରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ଅନୁସାରେ, ହେଲମେଟ ନପିନ୍ଧି ବାଇକ ଚଳାଇଲେ ୧୦୦୦ ଟଙ୍କା ଫାଇନ ଓ ତିନିମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ। ବାଇକର ପଛରେ ବସୁଥିବା ଥିବା ଲୋକଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରାଯାଇଛି।

 

 

 

 

 

Read More
{}{}