Hindi News >>Home >>Odisha Politics

Assembly Election 2023 Result Live: କେଉଁ ଆସନରେ କେତେ ଦଳ ଆଗୁଆ? କାହାକୁ ମିଳିଲା କେତେ ଆସନ

Assembly Election 2023 Result Update: ୨୦୨୩ ବିଧାନସଭା ନିର୍ବାଚନ ଭୋଟଗଣତି ଜାରି ରହିଛି।  ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଆଦି ୩ ରାଜ୍ୟରେ ବିଜେପି  ଏବଂ କେବଳ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି। 

Advertisement
Assembly Election 2023 Result Live: କେଉଁ ଆସନରେ କେତେ ଦଳ ଆଗୁଆ? କାହାକୁ ମିଳିଲା କେତେ ଆସନ
Stop
Zee Odisha Desk|Updated: Dec 03, 2023, 03:11 PM IST

Assembly Election 2023 Result Live Updates: ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଡିସେମ୍ବର ୩ ତାରିଖ ରବିବାର ଜାରି ରହିଛି ଭୋଟଗଣତି। ମୋଟ ୪ ରାଜ୍ୟ ମଧ୍ୟରୁ ବିଜେପି ୩ ଏବଂ କଂଗ୍ରେସ ଗୋଟିଏ ରାଜ୍ୟରେ ଅଗ୍ରଣୀ ରହିଛି। ରବିବାର ଦିନ ତିନିଟା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେପି ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶରେ ଅଗ୍ରଣୀ ରହିଛି। ସେହିପରି କଂଗ୍ରେସ ତେଲେଙ୍ଗାନାରେ ଆଗକୁ ଆଗକୁ ବଢିଚାଲିଛି।

ମୋଟ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ବିଜେପି ୫୫, କଂଗ୍ରେସ ୩୨, ବିଏସପି ୧ ଏବଂ ଏହାର ମେଣ୍ଟ ସହଯୋଗୀ ଗଣ୍ଡୱାନା ଗଣତନ୍ତ୍ର ପାର୍ଟି ୧ ଏବଂ ସିପିଆଇ ଗୋଟିଏ ଆସନରେ ଆଗୁଆ ରହିଛି। ସମସ୍ତ ୯୦ ଆସନ ପାଇଁ ଭୋଟଗଣତି ଜାରି ରହିଛି। ଛତିଶଗଡ଼ରେ ସରକାର ଗଠନ ପାଇଁ ୪୬ ସିଟ୍  ଆବଶ୍ୟକ। ହେଲେ ବିଜେପି ସରକାର ଗଢିବା ପାଇଁ ଆବଶ୍ୟକୀୟ ବହୁମତ ଠାରୁ  ଅଧିକ ୯ ଆସନରେ ଅଗ୍ରଣୀ ରହିଛି।

ସେହିପରି ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ବିଜେପି ଗୋଟିଏ ଆସନ ପାଇଥିବା ବେଳେ ୧୫୯ ଆସନରେ ଅଗ୍ରଣୀ ରହିଛି। କଂଗ୍ରେସ ୬୮, ବିଏସପି ୧,  ଭାରତ ଆଦିବାସୀ ପାର୍ଟି ଗୋଟିଏ ଆସନରେ ଆଗୁଆ ରହିଛି। ମଧ୍ୟ ପ୍ରଦେଶରେ ସରକାର ଗଠନ ପାଇଁ ୧୧୬ ଆସନ ଆବଶ୍ୟକ। ଛତିଶଗଡ଼ ଭଳି ମଧ୍ୟ ପ୍ରଦେଶର ବିଜେପି ସରକାର ଗଢିବା ପାଇଁ ଆବଶ୍ୟକୀୟ ବହୁମତ ଠାରୁ ଅଧିକ ୪୪ ଆସନରେ ଅଗ୍ରଣୀ ରହିଛି।
ଅନ୍ୟପଟେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ୧୯୯ ଆସନ ପାଇଁ ପାଇଁ ଭୋଟଗଣତି ଜାରି ରହିଛି। ରାଜ୍ୟର ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ନିର୍ବାଚନ ସ୍ଥଗିତ ରହିଛି। ରବିବାର ଦିନ ଦୁଇଟା ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେପି ୮ ସିଟ୍ ପାଇଥିବା ବେଳେ ୧୦୫ ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରସ ୨ ସିଟ୍ ପାଇଥିବା ବେଳେ ୬୯ ଆସନରେ ଅଗ୍ରଣୀ ରହିଛି। ଭାରତ ଆଦିବାସୀ ପାର୍ଟି ଗୋଟିଏ ସିଟ୍ ଜିତିଥିବା ବେଳେ ୨ ଆସନରେ ଆଗୁଆ ରହିଛି। ବିଏସପି ୨, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୨, ରାଷ୍ଟ୍ରୀୟ ଲୋକ ଦଳ ୧, ସ୍ୱାଧିନ ୭ ଆସନରେ ଅଗ୍ରଣୀ ରହିଛି। ରାଜସ୍ଥାନରେ ଗଠନ ପାଇଁ ବର୍ତ୍ତମାନ ୧୦୦ ଆସନ ଆବଶ୍ୟକ। ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ବିଜେପି ସରକାର ଗଢିବା ପାଇଁ ଆବଶ୍ୟକୀୟ ବହୁମତ ଠାରୁ ଅଧିକ ୧୩ ଆସନରେ ଅଗ୍ରଣୀ ରହିଛି।

ମୋଟ ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସ ୨ ସିଟ୍ ପାଇଥିବା ୬୨ ଆସନରେ ଆଗୁଆ ରହିଛି। ସେହିପରି ବିଆରଏସ ୧ ସିଟ୍ ପାଇଥିବା ବେଳେ ୩୯ ଆସନରେ ଆଗୁଆ ରହିଛି। ବିଜେପି ୮, ଏଆଇଏମଆଇଏମ ୬, ସିପିଆଇ ୧ ଆସନରେ ଆଗୁଆ ରହିଛି। ତେଲେଙ୍ଗାନାରେ ସରକାର ଗଠନ ପାଇଁ ୬୦ ଆସନ ଆବଶ୍ୟ।  ହେଲେ କଂଗ୍ରେସ ଅଧିକ ମାତ୍ର ଅଧିକ ଦୁଇଟି ଆସନରେ ଆଗୁଆ ରହିଛି।

 

 

Read More
{}{}