Hindi News >>Home >>Odisha Politics

Assembly Election 2023: ୩୧ ଏନପିପି-ଟିଏମସି ସମର୍ଥକଙ୍କୁ ବାନ୍ଧିଲା ପୋଲିସ, ୨୨ ନାମାଙ୍କନ ଖାରଜ

Assembly Election 2023 News: ନିର୍ବାଚନୀ ହିଂସା ମାମଲାରେ ୩୧ ଜଣଙ୍କ ଗିରଫ କରାଯାଇଛି। ଅନ୍ୟପଟେ ନାମାଙ୍କନ ଯାଞ୍ଚ ବେଳେ ୨୨ ପ୍ରାର୍ଥୀପତ୍ର ଅବୈଧ ବୋଲି ଜଣାପଡ଼ିଛି।  

Advertisement
Assembly Election 2023: ୩୧ ଏନପିପି-ଟିଏମସି ସମର୍ଥକଙ୍କୁ ବାନ୍ଧିଲା ପୋଲିସ, ୨୨ ନାମାଙ୍କନ ଖାରଜ
Stop
Zee Odisha Desk|Updated: Feb 10, 2023, 04:14 PM IST

 

Assembly Election 2023 Update: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମେଘାଳୟ ବିଧାନସଭା ନିର୍ବାଚନ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ନିର୍ବାଚନ ହିଂସା ମାମଲାରେ ପୋଲିସ ୩୧ ଏନପିପି-ଟିଏମସି ସମର୍ଥକଙ୍କୁ ବାନ୍ଧିଛି। ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଗତ ୯ ଫେବୃଆରୀରେ ମେଘାଳୟ ପୋଲିସ ରାଜ୍ୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାରୁ ୩୧ ଏନପିପି-ଟିଏମସି ସମର୍ଥକଙ୍କୁ ଗିରଫ କରିଛି।

ନିର୍ବାଚନୀ ହିଂସା ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ମେଘାଳୟ ପୋଲିସ। ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଗିରଫ ହୋଇଥିବା ଲୋକ ଗୋଟିଏ ଗୋଷ୍ଠୀର ସଦସ୍ୟ। ସେମାନେ ଗତ ମଙ୍ଗଳବାର ରାତିରେ ଫୁଲୱାରୀ ବିଧାନସଭା ଆସନ ଅନ୍ତର୍ଗତ ଚରବତାପାରା ଗ୍ରାମରେ ହଙ୍ଗାମା କରିଥିଲେ। ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲା ଏସପି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନିର୍ବାଚନୀ ହିଂସା ମାମଲାରେ ୩୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ୧୬ ଟିଏମସି ସମର୍ଥକ ଏବଂ ୧୫ ଏନପିପି ସମର୍ଥକ ରହିଥିବା ଜଣାପଡ଼ିଛି। 

ମେଘାଳୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏଫ.ଆର ଖାରୋକଙ୍ଗୋର ଜଣାଇଛନ୍ତି ଯେ ରାଜ୍ୟର ମୋଟ ମତଦାନ କେନ୍ଦ୍ର ମଧ୍ୟରୁ ୭୪୭ କେନ୍ଦ୍ରକୁ ସମ୍ବେଦନଶୀଳ ଏବଂ ୩୩୯ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଘୋଷିତ କରାଯାଇଛି। ନିର୍ବାଚନ ପାଇଁ ୧୧୯ କମ୍ପାନୀ କେନ୍ଦ୍ରୀୟ ବାହିନୀ ଯବାନଙ୍କୁ ନିୟୋଜିତ କରାଯାଇଛି। ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ଲାଗି ୨୭ ଫେବୃଆରୀରେ ଅନୁଷ୍ଠିତ ହେବ ମତଦାନ ଏବଂ ୨ ମାର୍ଚ୍ଚରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।  

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମେଘାଳୟ ବିଧାନସଭା ନିର୍ବାଚନରେ ଏନପିପି, ବିଜେପି, କଂଗ୍ରେସ, ଟିଏମସି, ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି, ଭଏସ ଅଫ ପିପୁଲ୍ସ ପାର୍ଟି, ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ, ହିଲ୍ସ ଷ୍ଟେଟ ପିପୁଲ୍ସ ଡେମୋକ୍ରାଟିକା ପାର୍ଟି ଏବଂ ଗାରୋ ନେସନାଲ କାଉନସିଲ ପ୍ରମୁଖଲ ଦଳ ନିର୍ବାଚନ ଲଢୁଛନ୍ତି। 

ଅନ୍ୟପଟେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ନାମାଙ୍କନପତ୍ର ଯାଞ୍ଚ ପରେ ୨୨୨ ଆବେଦନ ମଧ୍ୟରୁ ୨୨ ଅବୈଧ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏନେଇ ଆୟୋଗ ପକ୍ଷରୁ କୁହାଯାଇଛି ୨୭ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୨୨୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ମୋଟ ୨୦୦ ପ୍ରାର୍ଥୀଙ୍କ ମଧ୍ୟରେ ନାମାଙ୍କନ ବୈଧ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ଏନଡିଏ ମେଣ୍ଟର ସଦସ୍ୟ ନେସନାଲ ଡେମୋକ୍ରାଟିକ ପ୍ରୋଗେସିଭ ପାର୍ଟି ଏବଂ ବିଜେପି ବ୍ୟତୀତ ନାଗା ପିପୁଲ୍ସ ପ୍ରଣ୍ଟ, କଂଗ୍ରେସ, ଲୋକ ଜନଶକ୍ତି ପାର୍ଟି ରାମବିଳାସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନପିପି, ଜନତା ଦଳ ୟୁନାଇଟଟେଡ, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଅଠୱାଲେ), ରାଇଜିଂ ପିପୁଲ୍ସ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସିପିଆଇ ସମେତ ୧୩ ଦଳର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୋଟ ୨୦ ଜଣରୁ ଅଧିକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢୁଛନ୍ତି। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୧୦ ଫେବୃଆରୀ। ମତଦାନ ୨୭ ଫେବୃଆରୀରେ ଅନୁଷ୍ଠିତ ହେବ ଏବଂ ୨ ମାର୍ଚ୍ଚରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।  

Read More
{}{}