Hindi News >>Home >>Odisha Politics

Election 2023: ମିଶନ ୨୦୨୪ ପାଇଁ ୯ ରାଜ୍ୟରେ ଅଗ୍ନିପରୀକ୍ଷା ଦେବ ବିଜେପି

Insdian Politics: ଚଳିତ ବର୍ଷ ଦେଶର ୯ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ବିଜେପି ଲାଗି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଗ୍ନିପରୀକ୍ଷା ସଦୃଶ୍ୟ ହୋଇଛି।

Advertisement
Election 2023: ମିଶନ ୨୦୨୪ ପାଇଁ ୯  ରାଜ୍ୟରେ ଅଗ୍ନିପରୀକ୍ଷା ଦେବ ବିଜେପି
Stop
Zee Odisha Desk|Updated: Jan 08, 2023, 06:53 PM IST

BJP Mission 2024: ଆସନ୍ତାବର୍ଷ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭା ନିର୍ବାଚନ। ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରୁଛି। ଆଗମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୯ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଯାହା ବିଜେପି ଲାଗି ଅଗ୍ନିପରୀକ୍ଷା ସଦୃଶ୍ୟ ହୋଇଛି। ଅର୍ଥାତ କହିବାକୁ ଗଲେ ଆସନ୍ତା ବର୍ଷ ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ବିଜେପି ଚଳିତ ବର୍ଷ ସେମି ଫାଇନାଲ ମ୍ୟାଚ ଖେଳିବ।  

ଚଳିତ ବର୍ଷ ଦେଶର ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଆଦି ୯ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ବିଜେପି ଲାଗି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଗ୍ନିପରୀକ୍ଷା ସଦୃଶ୍ୟ ହୋଇଛି। ଚଳିତ ବର୍ଷ ଦେଶର ବିଭିନ୍ନ ଭାଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ବିଜେପି ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସହିତ ଆଞ୍ଚଳିକ ଦଳ ସହ ମୁକାବିଲା କରିବ। 

ଏହି ୯ ରାଜ୍ୟ ମଧ୍ୟରୁ ତ୍ରିପୁରା, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ଏହି ତିନୋଟି ରାଜ୍ୟରେ ବିଜେପି ଏକାକୀ କ୍ଷମତାସୀନ ରହିଛି। ଅନ୍ୟ ୩ ରାଜ୍ୟ ନାଗାଲାଣ୍ଡ, ମିଜୋରାମ, ମେଘାଳୟରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଦ୍ୱାରା ଶାସିତ ହେଉଛି। ସେହିପରି ରାଜସ୍ଥାନ-ଛତିଶଗଡ଼ ଏହି ରାଜ୍ୟ ଦ୍ୱୟରେ କଂଗ୍ରେସ ଶାସନ କରୁଛି। ଅନ୍ୟତମ ରାଜ୍ୟ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ସରକାର କ୍ଷମତାସୀନ ଅଛି।

ଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ସମସ୍ତ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ସମ୍ପୂର୍ଣ୍ଣ ଶାସନ କରୁଛି। ପୂର୍ବୋତ୍ତର ମୋଟ ୨୫ ଲୋକସଭା ଆସନ ମଧ୍ୟରୁ ବିଜେପି ନିୟନ୍ତ୍ରଣରେ ୧୪ ଆସନ ରହିଛି। ସେହିପରି ୪ ଆସନ କଂଗ୍ରେସ ଏବଂ ଅନ୍ୟ ଦଳ ନିୟନ୍ତ୍ରଣରେ ୬ ଆସନ ରହିଛି। ଗୋଟିଏ ସିଟ ଏଆଇୟୁଡିଏଫ ଭାଗରେ ପଡ଼ିଛି। 

ଅନ୍ୟପଟେ ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶ ଏହି ୫ ରାଜ୍ୟର ମୋଟ ୧୧୦ ଲୋକସଭା ଆସନ ମଧ୍ୟରୁ ବିଜେପି ପାଖରେ ତିନି-ଚତୁର୍ଥାଂଶ ଆସନ ରହିଛି। ଅର୍ଥାତ ସମସ୍ତ ୧୧୦ ଲୋକସଭା ଆସନ ମଧ୍ୟରୁ ବିଜେପି ପାଖରେ ୯୧ ସିଟ ରହିଛି। ଅନ୍ୟପଟେ କଂଗ୍ରେସ ପାଖରେ କେବଳ ୭ ଆସନ ରହିଛି। ଅନ୍ୟ ୧୨ ଆସନ ଅନ୍ୟ ଦଳ ପାଖରେ ରହିଛି। ଏହି ପରିସଂଖ୍ୟାନ ସ୍ପଷ୍ଟ କହୁଛି ଯେ ଏହି ୫ ରାଜ୍ୟରେ ବିଜେପି ଏକାକୀ ମଜବୁତ ରହିଛି। ଦଳ ଏଠରେ କୌଣସି ସୁଯୋଗ ହାତ ଛଡା କରିବାକୁ ଚାହୁଁନାହିଁ। ପ୍ରତ୍ୟେକ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛି ବିଜେପି।

ଚଳିତ ବର୍ଷ ଉପରୋକ୍ତ ୯ ରାଜ୍ୟ ମଧ୍ୟରୁ ସର୍ବପ୍ରଥମେ ଆସନ୍ତା ଫେବୃଆରୀ-ମାର୍ଚ୍ଚ ମାସରେ ଦେଶର ୩ ଉତ୍ତର-ପୂର୍ବ ରାଜ୍ୟ  ତ୍ରିପୁରା, ମେଘାଳୟ, ନାଗାଲାଣ୍ଡରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଦଳ ଏଠାରେ କେବଳ ବିଧାନସଭା ନିର୍ବାଚନ ରଣନୀତି ଆଗକୁ ନେବ। ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଏହାର ରଣନୀତି ପରିବର୍ତ୍ତନ କରିପାରେ।

Read More
{}{}