Hindi News >>Home >>Odisha Politics

Assembly Election 2022: ଗୁଜୁରାଟରେ ବିଜେପି ଆଗୁଆ, ହିମାଚଳରେ ସରକାର ଗଢିବ କଂଗ୍ରେସ

Assembly Election 2022 Update: ଗୁଜୁରାଟରେ ଶାସକ ବିଜେପି  ବିରୋଧୀ କଂଗ୍ରେସକୁ ପଛରେ ପକାଇ ଦେଇ ଆଗକୁ ଆଗକୁ ମାଡ଼ି ଚାଲିଛି। ଅନ୍ୟପଟେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବିରୋଧୀ କଂଗ୍ରେସ ଶାସକ ବିଜେପିକୁ ଚେକେମେଟ ଦେଇ ଆଗକୁ ବଢିଚାଲିଛି। ଏହି ରାଜ୍ୟ ଦ୍ୱୟରେ ଆମ ଆଦମୀ ପାର୍ଟିକୁ ଜବରଦସ୍ତ ଝଟକା ଲାଗିଛି।   

Advertisement
Assembly Election 2022: ଗୁଜୁରାଟରେ ବିଜେପି ଆଗୁଆ, ହିମାଚଳରେ ସରକାର ଗଢିବ କଂଗ୍ରେସ
Stop
Zee Odisha Desk|Updated: Dec 08, 2022, 05:31 PM IST

Assembly Election Result 2022: ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗଣତି। ଉଭୟ ରାଜ୍ୟରେ ଦୁଇ ପାରମ୍ପରିକ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଦେଖିବାକୁ ମିଳିଛି। ଗୁଜୁରାଟରେ ଶାସକ ବିଜେପି  ବିରୋଧୀ କଂଗ୍ରେସକୁ ପଛରେ ପକାଇ ଦେଇ ଆଗକୁ ଆଗକୁ ମାଡ଼ି ଚାଲିଛି। ଅନ୍ୟପଟେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବିରୋଧୀ କଂଗ୍ରେସ ଶାସକ ବିଜେପିକୁ ଚେକେମେଟ ଦେଇ ଆଗକୁ ବଢିଚାଲିଛି। ଏହି ରାଜ୍ୟ ଦ୍ୱୟରେ ଆମ ଆଦମୀ ପାର୍ଟିକୁ ଜବରଦସ୍ତ ଝଟକା ଲାଗିଛି। 

ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି। ଏହି ରାଜ୍ୟରେ ବିଜେପି ବିରୋଧୀଙ୍କ ଅପେକ୍ଷା ବହୁ ଆଗରେ ରହିଛି। ଦଳ ଏଠାରେ ସରକାର ଗଠନ କରିବା ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବିଜେପି ୧୧୧ ଆସନରେ ବାଜିମାତ କରିବା ସହ ୪୫ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି।

ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୧୧ ଆସନରେ ବିଜୟୀ ହେବା ସହ ୬ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି। ସେହିପରି ଆମ ଆଦମୀ ପାର୍ଟି ୪ ଆସନରେ ବାଜିମାତ କରିବା ସହ ଗୋଟିଏ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି। ତିନୋଟି ଆସନରେ ସ୍ୱାଧୀନ ଏବଂ ଗୋଟିଏ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୧୬୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ ୪ କୋଟି ୯୦ ଲକ୍ଷ ୮୯ ହଜାର ୭୬୫ ଜଣ ମତଦାତା।

ଏଥର ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ହୋଇଛି ପଟ୍ଟ ପରିବର୍ତ୍ତନ। ଚଳିତ ଥର ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି। ମୋଟ ୬୮ ବିଧାନସଭା ସିଟ୍ ମଧ୍ୟରୁ ବିରୋଧୀ କଂଗ୍ରେସ ୩୫ ଆସନରେ ବିଜୟୀ ହେବା ସହ ୫ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି। ଅନ୍ୟପଟେ ଶାସକ ବିଜେପି ୧୮ ଆସନରେ ବିଜୟୀ ହେବା ସହ ୭ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି। ସ୍ୱାଧୀନ ପ୍ରାର୍ଥୀ ତିନୋଟି ଆସନରେ ବିଜୟୀ ହୋଇଛନ୍ତି।

ଗୁଜୁରାଟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୩୯ ଆସନ ଲାଗି ପ୍ରକାଶ ପାଇସାରିଛି ନିର୍ବାଚନ ଫଳାଫଳ। ଅନ୍ୟପଟେ ବାକି ୪୩ ଆସନ ଲାଗି ଜାରି ରହିଛି ଭୋଟ ଗଣତି। ସେହିପରି ମୋଟ ୬୮ ସିଟ୍ ବିଶିଷ୍ଟ ହିମାଚଳ ପ୍ରଦେଶର ୬୦ ଆସନ ଲାଗି ପ୍ରକାଶ ପାଇସାରିଛି ନିର୍ବାଚନ ଫଳାଫଳ। ବାକି ୮ ଆସନ ଲାଗି ଜାରି ରହିଛି ଭୋଟ ଗଣତି।  

ଗତ ୧୨ ନଭେମ୍ବରରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ମୋଟ ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନରେ ୭୬.୪୪ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଡିସେମ୍ବର ୬ ତାରିଖ ନିର୍ବାଚନ ଅଧିକାରୀଙ୍କୁ ୫୨ ହଜାର ୮୫୯ ଡାକପତ୍ର ମିଳିଛି। ଯାହା ଗତ ୨୦୧୭ ନିର୍ବାଚନ ଠାରୁ ୧୭ ପ୍ରତିଶତ ଅଧିକ। ଗତ ଥର ମୋଟ ୪୫ ହଜାର ୧୨୬  ଡାକପତ୍ର ମିଳିଥିଲା। 

 

Read More
{}{}