Hindi News >>Home >>Odisha Politics

Himanta Biswa Sarma: 'ବିଜେପି ଲାଗି ବରଦାନ ହେଉଛନ୍ତି ରାହୁଲ ଗାନ୍ଧୀ'

Himanta Biswa Sarma on Rahul Gandhi: ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବ ଶର୍ମା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଯେ ୭ ବର୍ଷ ପୂର୍ବେ ଯେବେ ମୁଁ କଂଗ୍ରେସ ଛାଡିଥିଲା ସେତେବେଳେ କହିଥିଲି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ବିଜେପି ପାଇଁ ବରଦାନ। 

Advertisement
Himanta Biswa Sarma: 'ବିଜେପି ଲାଗି ବରଦାନ ହେଉଛନ୍ତି ରାହୁଲ ଗାନ୍ଧୀ'
Stop
Subhramjit Ray|Updated: Aug 26, 2022, 09:46 PM IST

Assam CM on Rahul Gandhi: ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଛାଡିବା ସହ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। କଂଗ୍ରେସ ଛାଡିବା ପରେ ସେ ଦଳୀୟ ନେତୃତ୍ୱକୁ ନେଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଦଳ ଛାଡିବାକୁ ନେଇ ରାଜନୀତି ସରଗରମ ହୋଇଉଠିବା ସହ ଜାରି ରହିଛି ବୟାନବାଜି। 

ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବ ଶର୍ମା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଯେ ୭ ବର୍ଷ ପୂର୍ବେ ଯେବେ ମୁଁ କଂଗ୍ରେସ ଛାଡିଥିଲା ସେତେବେଳେ କହିଥିଲି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ବିଜେପି ପାଇଁ ବରଦାନ। ଯଦି  ଗୁଲାମ ନବୀ ଆଜାଦ ଏବଂ ଗତ ୨୦୧୫ ବର୍ଷରେ ମୋ ଦ୍ୱାରା ଲେଖା ଯାଇଥିବା ଇସ୍ତଫା ପତ୍ର ପଢନ୍ତି ତାହେଲେ ଆପଣ ଅନେକ ସମାନତା ପାଇବେ। କଂଗ୍ରେସରେ ସମସ୍ତେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ନେତା। ସୋନିଆ ଗାନ୍ଧୀ ଦଳର ଯତ୍ନ ନେଉନାହାଁନ୍ତି। ସେ କେବଳ ନିଜ ପୁଅକୁ ଦଳରେ ଆଗକୁ ବଢାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଏହା ଏକ ବିଫଳ ପ୍ରୟାସ। 

Also Read: 'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'

କଂଗ୍ରେସ ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ଏହା ହେଉଛି ଫଳାଫଳ ଯେ ଦଳର ବିଶ୍ୱସ୍ତ ନେତା ଏବେ ଦଳ ଛାଡି ପଳାୟନ କରୁଛନ୍ତି। ମୁଁ ପୂର୍ବାନୁମାନ କରିଥିଲି ଯେ କଂଗ୍ରେସ ପାଇଁ ଏକ ସମୟ ଆସିବ ଯେତେବେଳେ ଦଳର କୋଣ ଅନୁକୋଣରେ କେବଳ ଗାନ୍ଧୀ ରହିବେ। ଯାହା ବର୍ତ୍ତମାନ ଘଟୁଛି। ରାହୁଲ ଗାନ୍ଧୀ (Rahul Gandhi) ପ୍ରକୃତରେ ବିଜେପି ପାଇଁ ଏକ ବରଦାନ ସଦୃଶ୍ୟ।

ଚଳିତ ବର୍ଷ ଦେଶରେ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ଉପରେ ପ୍ରତିକ୍ରିୟା ରଖି ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) ଗାନ୍ଧୀ ପରିବାରର (Gandhi Family) ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏନେଇ ସେ କହିଥିଲେ ଯେ ଯଦି ଗାନ୍ଧୀ-ନେହେରୁ ପରିବାର ହାତରେ କଂଗ୍ରେସ ଦଳର ନେତୃତ୍ୱ ରହେ ତାହେଲେ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ବର୍ବାଦ ହୋଇଯିବ। ଯଦି ଦଳରେ ଏଭଳି ପରିସ୍ଥିତି ଜାରି ରହେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ​​ମଧ୍ୟ ଦୃଶ୍ୟମାନ ହେବ ନାହିଁ। 

Also Read: ରାହୁଲ ଗାନ୍ଧୀଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସମ ମୁଖ୍ୟମନ୍ତ୍ରୀ; ତାତି ଉଠିଲା କଂଗ୍ରେସ

ଦଳକୁ ପୁନର୍ଜୀବିତ କରାଯିବା ନାଁ ଗାନ୍ଧୀ ପରିବାର ହାତରେ ନେତୃତ୍ୱ ପ୍ରଦାନ କରି ଦଳୀୟ ପରାଜୟ ଧାରାକୁ ଜାରି ରଖିବ ସେ ନିଷ୍ପତ୍ତି କଂଗ୍ରେସକୁ ହିଁ ନେବାକୁ ପଡ଼ିବ। ବାରମ୍ବାର ନିର୍ବାଚନରେ ପରାଜୟ ବରଣ ଏହା ଦର୍ଶାଉଛି ଯେ ଗାନ୍ଧୀ ପରିବାର କଂଗ୍ରେସକୁ ବିଜୟ ପଥରେ ନେବାକୁ ଅକ୍ଷମ। ଗାନ୍ଧୀ ପରିବାର ଦଳକୁ ଏଭଳି ଅବସ୍ଥାକୁ ନେଇଯିବ ଯେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ​​ମଧ୍ୟ ଦୃଶ୍ୟମାନ ହେବ ନାହିଁ। କଂଗ୍ରେସ ଦଳ ଏହି ନିଷ୍ପତ୍ତି ନେବା ଆବଶ୍ୟକ ଯେ ସେମାନେ ସଫଳତାର ପଥରେ ଅଗ୍ରସର ହେବେ ନା ଗାନ୍ଧୀ ପରିବାରର ନେତୃତ୍ୱରେ ରସାତଳଗାମୀ ହେବେ।  

 

{}{}